ଏବେ ମାଗଣାରେ ଯାତ୍ରା କରିପାରିବେ ଏହି ଦେଶରେ ସମସ୍ତ ଲୋକ

Published By : Prameya-News7 Bureau | February 29, 2020 IST

ଲକ୍ସମବର୍ଗ ୨୯।୦୨ - ଏବେ ବିଶ୍ୱର ପ୍ରଥମ ଦେଶ ଭାବେ ଲକ୍ସମବର୍ଗରେ ସାଧାରଣ ପରିବହନ ବା ସରକାରୀ ପରିବହନ ବ୍ୟବସ୍ଥାକୁ ମାଗଣା କରାଯାଇଛି । ପରିବେଶ ପ୍ରଦୁଷଣ ରୋକିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଦେଶରେ ଅଧିକାଂଶ ଲୋକ କାର ଚଳାଉଥିବାରୁ ପ୍ରଦୁଷଣ ବୃଦ୍ଧଇ ପାଇଛି । ଏବେ ଏହାକୁ ହ୍ରାସ କରିବା ପାଇଁ ଲକ୍ସମବର୍ଗ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ପ୍ରାୟ ୪୦ ପ୍ରତିଶତ ଲୋକ ଏହାର ଲାଭ ଉଠାଇ ପାରିବେ । ଏହା ଦ୍ୱାରା ପ୍ରତ୍ୟେକ ନାଗରିକଙ୍କର ବର୍ଷକୁ ୮ହଜାର ଟଙ୍କା ସଞ୍ଚୟ ହେବ ।

ଏବେ ଲକ୍ସମବର୍ଗ ରେ ୪୦ ପ୍ରତିଶତ ଲୋକ କାର୍‌କୁ ଯାତାୟତ ପାଇଁ ବ୍ୟବାହର କରୁଛନ୍ତି। ପ୍ରଦୁଷଣ ସହ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି । କେତକ ବିଳାସମୟ ଟ୍ରେନ ଓ ପ୍ରଥମ ଶ୍ରେଣୀ ବସ୍‌ରେ ଟଙ୍କା ଦେବାକୁ ପଡିବ । ଅନ୍ୟ ସରକାରୀ ବସ୍‌ମାନଙ୍କରେ ମାଗଣାରେ ଯାତ୍ରା କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.