Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଏହି ଟେଲିକମ୍ କମ୍ପାନୀ ବନ୍ଦ କରିବାକୁ ଯାଉଛି ୩-ଜି ସେବା, ହୋଇଯାଆନ୍ତୁ ସତର୍କ

3/08/2019 at 12:33 PM

ନୂଆଦିଲ୍ଲୀ ୩|୮: ପ୍ରମୁଖ ଦୂରସଞ୍ଚାର କମ୍ପାନୀ ଭାରତୀ ଏୟାରଟେଲ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ସାରା ଦେଖରେ ୩ଜି ନେଟଓ୍ବର୍କ ସଂପୂର୍ଣ୍ଣ ଭାବେ ବନ୍ଦ କରିବ । କମ୍ପାନୀର ସୂଚନା ଅନୁସାରେ କୋଲକାତାରୁ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଛି । କମ୍ପାନୀର କହିବା ଅନୁସାରେ ପ୍ରତି ଉପଭୋକ୍ତା ଅନୁସାରେ ଆୟ ଉପରେ ଧ୍ୟାନ ରଖୁଛନ୍ତି । ମାତ୍ର ଉଦ୍ୟୋଗକୁ ବଜାୟ ରଖିବା ପାଇଁ ଦୀର୍ଘ ଅବଧିରେ ଶୁଳ୍କ ବଢାଇବା ଜରୁରୀ ଅଟେ ।

ଭାରତୀ ଏୟାରଟେଲ୍ ସିଇଓ ଗୋପାଳ ବିଟଲ କହିଛନ୍ତି ଯେ, ଜୁନ୍ ମାସରୁ କୋଲକତାରେ ୩ଜି ନେଟଓ୍ବର୍କ ବନ୍ଦ କରିବାର କାମ ଆରମ୍ଭ ହୋଇସାରିଛି । ସେପ୍ଟେମ୍ବର ସୁଦ୍ଧା ୬-୭ ଅନ୍ୟ କ୍ଷେତ୍ରରେ ଏହାର ପ୍ରକ୍ରିୟା ଆରମ୍ଭ ହେବ । ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ସଂପୂର୍ଣ୍ଣ ୩ଜି ନେଟଓ୍ବର୍କ ବନ୍ଦ କରିଦିଆଯିବ ।

ବିଟଲ କହିଛନ୍ତି ଯେ, କମ୍ପାନୀ ୨୦୨୦ ରୁ ୨ଜିରୁ ୪ଜି ସ୍ପେକ୍ଟ୍ରମକୁ ମୁଭ୍ କରିବ । ଏହାପରେ ଆମେ କେବଳ ୨ଜି ଏବଂ ୪ଜି ସେବା ପ୍ରଦାନ କରିବୁ । ସ୍ପେକ୍ଟ୍ରମ୍ ର ଛୋଟ ଅଂଶ ୨ଜି ପାଇଁ ରହିବ । ଏବା ବ୍ୟତୀତ ଅନ୍ୟସବୁ ୪ଜି ନେଟଓ୍ବର୍କରେ ରହିବ । ସେ ଏହା ମଧିୟ କହିଛନ୍ତି ଯେ କମ୍ପାନୀ ଫାଇବର ବିଛାଇବା ମାଧ୍ୟମରେ ଅର୍ଥ ଜୋଗାଡ କରିବାର ସମ୍ଭାବନାକୁ ଲଗାତର ମୂଲ୍ୟାଙ୍କନ କରୁଛି ।  

କମ୍ପାନୀ ସୂଚନା ଅନୁସାରେ ୮୪ ଲକ୍ଷ ୪ଜି ଏବଂ ୧୨ କୋଟି ଡାଟା ବ୍ୟବହାରକାରୀ ଉପଭୋକ୍ତା ରହିଛନ୍ତି । କମ୍ପାନୀ ମୁତାବିକ ୯ଶହ ମେଗାହର୍ଟଜ୍ ରୁ ୨୧୦୦ ହର୍ଟଜ୍ ର ସମସ୍ତ ୩ଜି ନେଟଓ୍ବର୍କ ୪ଜି ନେଟଓ୍ବର୍କରେ ପରିବର୍ତ୍ତନ କରୁଛି । ଏଭଳି ପରିବର୍ତ୍ତନ ଫଳରେ କମ୍ପାନୀର ଇନଡୋର କଭରେଜ୍ ଉନ୍ନତ ହେବ ।

   Related Posts