Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନା କାଳରେ କେଉଁଠି ଛଟେଇ ତ କେଉଁଠି ଉପହାର, ହେଲେ ଏହି କମ୍ପାନୀ କର୍ମଚାରୀଙ୍କୁ ଦେଉଛି ୧.୧୨ ଲକ୍ଷ ଟଙ୍କାର ବୋନସ୍

9/07/2021 at 6:32 PM

ନୂଆଦିଲ୍ଲୀ ୯/୦୭: କରୋନା ମହାମାରୀ ସମୟରେ ଅନେକ କମ୍ପାନୀ ନିଜର କର୍ମଚାରୀଙ୍କୁ ଛଟେଇ ଏବଂ ଦରମା କାଟୁଥିବା ନେଇ ଖବର ମିଳୁଛି। ଅନ୍ୟପଟେ କିଛି କମ୍ପାନୀ ମହାମାରୀରେ କାମ କରୁଥିବା କର୍ମଚାରୀଙ୍କୁ ପୁରସ୍କାର ଦେଉଛନ୍ତି । ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ ନିଜ କର୍ମାଚାରୀଙ୍କୁ ୧୫୦୦ ଡଲାର (ପାଖାପାଖି ୧.୧୨ ଲକ୍ଷ ଟଙ୍କା) ମହାମାରୀ ବୋନସ୍‌ ଦେବାକୁ ଘୋଷଣା କରିଛି।

ଏକ ଆହ୍ବାନପୂର୍ଣ୍ଣ ଆର୍ଥିକ ବର୍ଷକୁ ନଜରରେ ରଖି କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି। ଦ ଭର୍ଜର ଏକ ରିପୋର୍ଟ ଅନୁସାରେ, ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି, ‘ଏମିତି ବୋନସ୍‌ ଦେବାର ନିଷ୍ପତ୍ତି ଏକ ଆହ୍ବାନପୂର୍ଣ୍ଣ ଆର୍ଥିକ ବର୍ଷକୁ ସ୍ବୀକାର କରିବା ଭଳି। ଯାହାକୁ ଗତବର୍ଷ ମାଇକ୍ରୋସଫ୍ଟ ପୂରା କରିଛି।’ ମହାମାରୀ ବୋନସ୍‌ ନେଇ ଘୋଷଣା କରିଛନ୍ତି କମ୍ପାନୀର ପିପୁଲ୍‌ ଅଫିସର କ୍ୟାଥଲିନ୍‌  ହୋଗନ ।

ମାଇକ୍ରୋସଫ୍ଟର ସମସ୍ତ କର୍ମଚାରୀ ଏହି ବୋନସ୍‌ ପାଇବେ। ଏହି ବୋନସ୍‌ ଉପସଭାପତିଙ୍କ ତଳ ସ୍ତରର ସମସ୍ତ କର୍ମଚାରୀଙ୍କୁ ମିଳିବ ବୋଲି କ୍ୟାଥଲିନ୍‌ କହିଛନ୍ତି। କେବଳ ସେତିକି ନୁହେଁ ପାର୍ଟ ଟାଇମ୍‌ କର୍ମଚାରୀଙ୍କୁ ମଧ୍ୟ ବୋନସ୍‌ ଦେବ ମାଇକ୍ରୋସଫ୍ଟ। ବିଶ୍ବରେ ମାଇକ୍ରୋସଫ୍ଟର ୧୭୫,୫୦୮ କର୍ମଚାରୀ ଅଛନ୍ତି। ବୋନସ ବାବଦକୁ କମ୍ପାନୀ ପାଖାପାଖି ୨୬.୩୨ କୋଟି ଡଲାର ଖର୍ଚ୍ଚ କରିପାରେ ।

ଏହା ପୂର୍ବରୁ ଫେସବୁକ୍‌ ନିଜ କର୍ମଚାରୀଙ୍କୁ ୧୦୦୦ ଡଲାର ଉପହାର ଦେଇଥିଲା। ସେହିଭଳି ଆମାଜନ ନିଜର ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କୁ ୩୦୦ ଡଲାର ଲେଖାଏଁ ବୋନସ୍‌ ମଧ୍ୟ ଦେଇଥିବା ଜଣାପଡ଼ିଛି।  

   Related Posts