ଏହି କମ୍ପାନୀ ଆଣିଲା ଆକର୍ଷଣୀୟ ପ୍ୟାକ୍ ; ମାତ୍ର ୫ଟଙ୍କାରେ ଦେଖନ୍ତୁ କେବଲ୍ ଟିଭି

Published By : Prameya-News7 Bureau | February 10, 2019 IST

ଫେବୃଆରୀ ୧ ତାରିଖରୁ ଟ୍ରାଇର ଡିଟିଏଚ୍ ଏବଂ କେବୁଲ ଟିଭି ଉପରେ ନୂଆ ନିୟମ ଲାଗୁ ହୋଇଛି । ଯାହା ଫଳରେ ଦର୍ଶକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟାଟା ସ୍କାଏ ୫ଟଙ୍କାରୁ ଆରମ୍ଭ ହେଉଥିବା ଆକର୍ଷଣୀୟ ପ୍ୟାକ୍ ଜାରି କରିଛି । ଏଥିରେ ଏଚଡି ଏବଂ ଏସଡି ଚ୍ୟାନେଲର ୨୧ ଟଙ୍କିଆ ପ୍ୟାକ୍ ମଧ୍ୟ ସାମିଲ ଅଛି । ଏଥିରେ ୯ଟି ଏଚଡି ଚ୍ୟାନେଲ ରହିଛି । ଏହା ବ୍ୟତୀତ ଗ୍ରାହକ ନିଜ ମନ ପସନ୍ଦର ମ୍ୟୁଜିକ୍ ଏଚଡି, କ୍ରିକେଟ୍ ଇଂରାଜୀ ଏଚଡି, ନଲେଜ୍‌ ପ୍ରୋଗ୍ରାମ ଭଳି ମିନି ଏଚଡି, ଏଣ୍ଟରଟେନମେଣ୍ଟ ଏଚଡି, ଇଂରାଜୀ ମ୍ୟୁଭି ଏଚଡି ଏବଂ ପିଲାଙ୍କ ଏଚଡି ଚ୍ୟାନେଲ ପ୍ୟାକ୍ ଅଲଗା ଭାବେ ନେବାପାଇଁ ପଡିବ ।

ଟାଟା ସ୍କାଏ ଏହିସବୁ ଚ୍ୟାନେଲ ପାଇଁ ମାସିକ ଟଙ୍କା ନେବ । ‘ଟାଟା ସ୍କାଏର ଓ୍ବେବସାଇଟ୍ ରେ ପ୍ୟାକ୍ ର ସମସ୍ତ ସୂଚନା ଦିଆଯାଇଛି । ଓ୍ବେବସାଇଟ୍ ରେ ଯେଉଁ ଦର ଦର୍ଶାଯାଇଛି ସେଥିରେ ଟ୍ୟାକ୍ସ ଦର ମଧ୍ୟ ସାମିଲ ରହିଛି । ଟାଟା ସ୍କାଏ କ୍ରିକେଟ୍ ହିନ୍ଦୀ ଏଚଡି ପ୍ୟାକ୍ ୪୨ଟଙ୍କାରେ ଉପଲବ୍ଧ ଅଛି । ଏହି ଦର ଏସଡି କ୍ରିକେଟ୍ ହିନ୍ଦୀ ଚ୍ୟାନେଲର ପ୍ୟାକ୍ ମଧ୍ୟ ରହିଛି ।

କମ୍ପାନୀ ଆଡ୍ ଅନ୍ ପ୍ୟାକ୍ ମଧ୍ୟ ଜାରି କରିଛି । ଯାହା ଟାଟା ସ୍କାଏ ମିନି ପ୍ୟାକ୍ ନାମରେ ଦିଆଯାଉଛି । ସେହିଭଳି ରିଜିଓନାଲ ଚ୍ୟାନେଲ ୭ଟଙ୍କିଆ ପ୍ୟାକ୍ ରେ ଉପଲବ୍ଧ ହେଉଛି । ଏଥିରେ ୧୪ଟି ରିଜିଓନାଲ ଚ୍ୟାନେଲ ସାମିଲ ଅଛି । ଗୁଜୁରାଟୀ, ତାମିଲ, ତେଲୁଗୁ, କନ୍ନଡ, ମଲୟାଲମ,  ବଙ୍ଗାଳୀ, ଓଡିଆ ଏବଂ ମରାଠୀ ଭାଷାର ଚ୍ୟାନେଲ ସାମିଲ ରହିଛି । ଏଚଡି, ଏସଡି ଏବଂ ରିଜିଓନାଲ ପ୍ୟାକ୍ ୧୫୩ ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.