Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନିଶା ଦେଇ ୨୨ମହିଳାଙ୍କର ପର୍ଣ୍ଣ ଭିଡିଓ : ପ୍ରଡ୍ୟୁସର ଓ ଡାଇରେକ୍ଟରଙ୍କୁ ୯୨କୋଟି ଜରିମାନା

8/01/2020 at 12:52 PM

ମହିଳାଙ୍କ ବିନା ଅନୁମତିରେ ତାଙ୍କ ଭିଡିଓ ଓ୍ବେବସାଇଟରେ ପୋଷ୍ଟ କରିବା ଯୋଗୁଁ ଏକ କୋର୍ଟ ଗାର୍ଲସଡୁପର୍ଣ୍ଣର ନିର୍ମାତା ଏବଂ ମାଲିକଙ୍କ ଉପରେ ଜରିମାନା ଦେବାକୁ ନିର୍ଦେଶ ଦେଇଛି। କୋର୍ଟର ଏହି ଆଦେଶ ପରେ ଓ୍ବେବସାଇଟର ମାଲିକଙ୍କୁ ୯୨କୋଟି ଟଙ୍କାର ଜରିମାନା ପୀଡ଼ିତା ମହିଳାଙ୍କୁ ଦେବାକୁ ପଡ଼ିବ।

ଗାର୍ଲସଡୁପର୍ଣ୍ଣର ମାଲିକଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେମାନେ ଅଭାବୀ ଛାତ୍ରୀଙ୍କୁ ଟଙ୍କାର ଲୋଭ ଦେଖାଇ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ। ଏହି ମାମଲା କୋର୍ଟରେ ଆସିବା ପରେ ଓ୍ବେବସାଇଟର ମାଲିକ ମାଇକେଲ୍ ଜେମ୍ସ ପ୍ରେଟ୍,ଭିଡିଓଗ୍ରାଫର ମାଥ୍ୟୁ ଓଲ୍ଫ ଏବଂ ତାଙ୍କ ପାର୍ଟନରଙ୍କୁ ଝଟକା ଲାଗିଥିଲା।

୨୨ମହିଳା ଏହି ମାମଲା ୪ବର୍ଷ ତଳେ କୋର୍ଟରେ ରୁଜୁ କରିଥିଲେ। ନିଜ ବୟାନରେ ମହିଳାମାନେ କହିଥିଲେ ଯେ ସେମାନେ ସମସ୍ତେ ଓ୍ବେବସାଇଟର ମାଲିକଙ୍କୁ ଏକ ହୋଟେଲରେ ଦେଖା କରିଥିଲେ। କମ୍ପାନୀର ମାଲିକ ମହିଳାଙ୍କୁ କହିଥିଲେ ଯେ ତାଙ୍କୁ ଓ୍ବେବସାଇଟ୍ ପାଇଁ ଆଡଲ୍ଟ ଭିଡିଓ କରିବାକୁ ପଡ଼ିବ।

ଏହି ପ୍ରସ୍ତାବରେ କମ୍ପାନୀର ମାଲିକ ଏହା ମଧ୍ୟ କହିଥିଲେ ଯେ ଏ ସମସ୍ତ ଭିଡିଓ ତାଙ୍କ ଘରୋଇ କର୍ମଚାରୀଙ୍କ ପାଇଁ ରହିବ ଏବଂ ଏଗୁଡ଼ିକ ଓ୍ବେବସାଇଟରେ କେବେ ବି ଅନଲାଇନ୍ ଦେଖାଯିବ ନାହିଁ।

କିନ୍ତୁ କିଛି ଦିନ ପରେ କମ୍ପାନୀ ମହିଳାଙ୍କ ବିନା ଅନୁମତିରେ ଏହି ଭିଡିଓ ନିଜ ଓ୍ବେବସାଇଟରେ ପୋଷ୍ଟ କରିଦେଇଥିଲା।

ବିଚାରପତି ଶୁଣାଣିରେ କମ୍ପାନୀ ମାଲିକକୁ ଓ୍ବେବସାଇଟରୁ ସମସ୍ତ ଭିଡିଓ ହଟାଇବାକୁ ନିର୍ଦେଶ ଦେଇଥିଲେ। କମ୍ପାନୀ ବିରୋଧରେ ଲାଗିଥିବା ଜୋରିମାନା ଟଙ୍କା ୨୨ଜଣ ମହିଳାଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯିବ।

   Related Posts