ଦୁନିଆ ପାଖରେ କେତେ ସମୟ ବଞ୍ଚିଛି, ଜଣାଇବ ଆମେରିକାର ଏହି ଘଣ୍ଟା!

Published By : Prameya-News7 Bureau | September 26, 2020 IST

ଓ୍ବାଶିଂଟନ୍ ୨୬/୦୯: ହୁଏତ ଆମକୁ ଜାଣିବା ଅସମ୍ଭବ ଯେ ପୃଥିବୀରେ କେତେ ସମୟ ଅଛି ଓ ଆଉ କେତେ ସମୟ ବାକି ଅଛି! ତା’ ସହ ଆଗକୁ ପରିସ୍ଥିତି କିପରି ରହିବ। ଏ ସବୁ ବିଷୟରେ ଜାଣିବା ପାଇଁ ଏକ ନିଆରା ଘଣ୍ଟା ସାମ୍ନାକୁ ଆସିଛି। ଏଇ ଘଣ୍ଟା ଲାଗିଛି ଆମେରିକାର ନ୍ୟୁୟର୍କ ସିଟିର ମ୍ୟାନହଟନରେ। ଏହାକୁ କୁହାଯାଏ ‘ଆଷ୍ଟ୍ରନମିକାଲ ଡିଜିଟାଲ କ୍ଲକ’। ପାଣିପାଗ ବଦଳୁଛି। ମାତ୍ର ଅନେକ ଏ କଥା ମାନିବାକୁ ପ୍ରସ୍ତୁତ ନୁହନ୍ତି।  ମାନୁଛନ୍ତି ତେବେ ଏହି ଘଣ୍ଟା ହିଁ କହିବ ଦୁନିଆ ପାଖରେ କେତେ ସମୟ ଆଉ ବାକି ଅଛି।

ଦୁଇଜଣ ଆଟିଷ୍ଟ ଗେନ୍ ଗୋଲନ ଏବଂ ଆଣ୍ଡଡ୍ରିୟୁ ବ୍ରଏଡ୍ ଏ ଘଣ୍ଟା ତିଆରି କରିଛନ୍ତି। ସେମାନେ ଏହି ଘଣ୍ଟା ମାଧ୍ୟମରେ କହିଛନ୍ତି ଯେ ଆମ ପାଖରେ ସାତ ବର୍ଷ ୧୦୧ ଦିନ, ୧୭ ଘଣ୍ଟା, ୨୯ ମିନିଟ୍ ଓ ୨୨ ସେକେଣ୍ଡ ବଞ୍ଚିଛି। ଏହି ଡାଟାରୁ ଅନୁମାନ କରାଯାଉଛି ଯେ ଏତେ ବର୍ଷରେ କାର୍ବନ ବହୁ ମାତ୍ରାରେ ବଢ଼ିଯିବ। ଏହାର ପରିଣାମ ଏତେ ହେବ ଯେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ।

{"id":334707,"sizeSlug":"large"}

ଓ୍ବାଶିଂଟନ୍ ପୋ​‌ଷ୍ଟ ଅନୁସାରେ ଦୁନିଆର ବଡ଼ ଇଲାକାରେ ବନ୍ୟା ଆସିବ, ଜଙ୍ଗଲରେ ନିଆଁ ଲାଗିବ ଓ ଲୋକମାନେ ସ୍ଥାନାନ୍ତରିତ ହେବେ । ଏହା ସହ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବଢ଼ିଯିବ। ସେତିକି ନୁହେଁ ଖୁବ୍ ଗରମ ଅନୁଭୂତ ହେବ ​। ୨୦୧୯ରେ ନାସା ତା ରିପୋର୍ଟରେ କ୍ଲାଇମେଟ୍ ଚେଞ୍ଜ ବାବଦରେ କହିଥିଲା।

ତେବେ ଏ ଦୁହେଁ ଏହି ପ୍ରୋଜେକ୍ଟର ନାଁ ‘କ୍ଲାଇମେଟ୍ କ୍ଲକ୍’ ଦେଇଛନ୍ତି। ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଏହି ଘଣ୍ଟା ସେମିତି ସେହି ସ୍ଥାନରେ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.