ଏବେ ଉହାନରେ ପରିଣତ ହେବାକୁ ଯାଉଛି ଆମେରିକାର ଏହି ସହର, ଆତଙ୍କରେ ୭୦ ନିୟୁତ ଲୋକେ

Published By : Prameya-News7 Bureau | March 21, 2020 IST

ନ୍ୟୁୟର୍କ: ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିଲା କରୋନା ସଂକ୍ରମଣ। ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ସଂକ୍ରମଣ ଡିସେମ୍ବର ମାସରେ ଜଣାପଡିଥିଲା। ହେଲେ ସେତେବେଳକୁ ଅନେକ ଡେରି ହୋଇସାରିଥିଲା। ଏଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଉହାନରେ କଣ କରିଥିବ ତାହା କେବଳ କଳନା କରାଯାଇପାରେ। କରୋନା ସଂକ୍ରମଣ ଏବେ ଆମେରିକା ପହଞ୍ଚି ସାରିଛି। ଦେଶର ସବୁଠୁ ବଡ ସହର ନ୍ୟୁୟର୍କରେ ଏହା ପ୍ରସାରିତ ହେଉଥିବା ବେଳେ ଏପର୍ଯ୍ୟନ୍ତ ୫ହଜାରରୁ ଅଧିକ ଲୋକ ସଂକ୍ରମିତ ଚିହ୍ନଟ ହେଲେଣି। ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ  ଚୀନର ଉହାନକୁ ବଳେଇଯାଇଛି।

{"id":242073,"sizeSlug":"large"}

କରୋନା ସଂକ୍ରମଣ ରୋକିବା ଲାଗି ନ୍ୟୁୟର୍କ ଓ ଇଲିନୋଇସ୍ କାର୍ଲିଫର୍ଣ୍ଣିଆ ଭଳି ଲକ୍ଷ ଲକ୍ଷ ଲୋକଙ୍କୁ ଘରେ କବାଟ କିଳି ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏହି ପରାମର୍ଶର ପ୍ରଭାବ ଦେଶର ଏକ ବିଶାଳ ଜନସମୁଦାୟ ଉପରେ ପଡିବାକୁ ଯାଉଛି। ନ୍ୟୁୟର୍କ ଓ ଇଲିନୋଇସ୍‌ରେ ପ୍ରାୟ ୭୦ ନିୟୁତ ଲୋକେ ବସବାସ କରୁଛନ୍ତି। ଯାହା ଆମେରିକାର ପଞ୍ଚମ ଆବାସିକ ଅଞ୍ଚଳ ଭାବେ ଜଣାଯାଏ। ଏଣୁ ଆମେରିକାର ଏହି ସହରା଼୍ଞ୍ଚଳମାନଙ୍କରେ ରାସନ, ଔଷଧ ଦୋକାନ ଓ ଗ୍ୟାସଷ୍ଟେସନ ଛାଡି ବାକି ସବୁ ବନ୍ଦ ହୋଇଯାଇଛି।

{"id":242074,"width":580,"height":382,"sizeSlug":"large"}

ସେପଟେ ଉପୁଜିଥିବା ପରିସ୍ଥିତିରେ ନ୍ୟୁୟର୍କ ମେୟର ବିଲ ଡେ ବଲାସିଓ ସଂକ୍ରମଣର ମୁକାବିଲା ଲାଗି ରାଷ୍ଟ୍ରପତିଙ୍କୁ ସେନା ସହାୟତା ନିମନ୍ତେ ନିବେଦନ କରିଥିବା ଜଣାପଡିଛି। ତେବେ ଚୀନ ଯୋଗୁ ଆମେରିକାର ପରିସ୍ଥିତି ଏବେ ଗୁରୁତର ହେଉଥିବା ବିଦେଶ ମନ୍ତ୍ରୀ ମାଇକ୍ ପମ୍ପେୟୋ କହିଛନ୍ତି। ଚୀନ ଭୂତାଣୁ ସଂକ୍ରମଣ ସମ୍ପର୍କରେ ସୂଚନା ଶେୟାର କରିବାରେ ବିଳମ୍ବ କରିବା ଯୋଗୁ ଏପରି ପରିସ୍ଥିତି ଉପୁଜିଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.