Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଏହି ଶସ୍ତା ଫଳ ଲମ୍ବା ସମୟ ଯାଏଁ ଆପଣଙ୍କ ଯୌବନକୁ ରଖିବ ସୁରକ୍ଷିତ, ଜାଣନ୍ତୁ ସେବନ ବିଧି

20/10/2019 at 9:53 AM

ଅଁଳା ଗଛ ପାଖାପାଖି ୨୦ ଫୁଟ୍‌ରୁ ୨୫ ଫୁଟ୍‌ ଲମ୍ବାର ହୋଇଥାଏ। ଏସିଆ ବ୍ୟତୀତ ଏହା ୟୁରୋପ ଓ ଆଫ୍ରିକାରେ ମଧ୍ୟ ରହିଛି। ହିମାଳୟ କ୍ଷେତ୍ର ଓ ଭାରତର ଦ୍ବୀପମାନଙ୍କରେ ଅଁଳା ଗଛ ବହୁ ମାତ୍ରାରେ ଦେଖିବାକୁ ମିଳେ। ଏହାର ଫଳ ସାଧାରଣତଃ ଛୋଟ ଥାଏ। ଏହି ଫଳର ରଂଗ ହେଉଛି ସବୁଜ।

ଏହା ଔଷଧୀୟ ଦ୍ରବ୍ୟ ଭାବେ ମଧ୍ୟ ବ୍ୟବହାର ହୁଏ। ଅଁଳା ଫଳରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିଅମ୍‌, କାର୍ବୋହାଇଡ୍ରେଟ, ଫାଇବର, ପ୍ରୋଟିନ, ଭିଟାମିନ, ମ୍ୟାଗ୍ନେସିଅମ, ଆଇରନ ଭରପୂର ମାତ୍ରାରେ ଥାଏ। ଅଁଳା ଖାଇଲେ ଅନେକ ରୋଗ ଦୂର ହୁଏ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଜରୁରୀ ହୋଇଥାଏ। ଅଁଳା ଫଳ ଖାଇବାର ଫାଇଦା ଜାଣନ୍ତୁ-

୧- ଅଁଳା ଖାଇଲେ କେଶ ମଜବୁତ ହୁଏ। ଏହା ସହ କେଶ ଶୀଘ୍ର ଧଳା ହୋଇନଥାଏ।

୨- ଅଁଳା ଫଳ ଆଖି ପାଇଁ ବେଶ ଲାଭଦାୟକ ହୋଇଥାଏ।

୩- ମଧୁମେହ ରୋଗରେ ଆକ୍ରାନ୍ତ ଥିବା ଲୋକେ ପ୍ରତିଦିନ ଅଁଳା ଖାଇବା ଉଚିତ୍‌।

୪- ଅଁଳା ଫଳ ଖାଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।

୫- ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ଥିଲେ ପ୍ରତିଦିନ ଅଁଳା ଖାଇବା ଜରୁରୀ।

୬- ଅଁଳା ଖାଇଲେ ହାଡ ଗଣ୍ଠି ମଜବୁତ ହୋଇଥାଏ।

୭- ଅଁଳା ଖାଇଲେ ତ୍ବଚାର ଚମକ ଫେରିଆସେ। ଚେହେରାର ଗ୍ଲୋ ପାଇଁ ଏହି ଫଳ ଖାଇବା ଜରୁରୀ।

୮- ପ୍ରତିଦିନ ସକାଳେ ଖାଲି ପେଟରେ ଅଁଳା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

୯- କେତେକ ଲୋକେ ଅଁଳା ତରକାରୀ କରି ଖାଆନ୍ତି।

୧୦- ଅଁଳାରେ ଲୁଣ ଦେଇ ଏହା ଖରାରେ ଶୁଖାଇ ଖାଇଲେ ମଧ୍ୟ ଏହାର ଫାଇଦା ମିଳିବ।   

 

   Related Posts