ଭାରତୀୟ ବଜାରରେ ହଙ୍ଗାମା ସୃଷ୍ଟି କରିବ ମହିନ୍ଦ୍ରାର ଏହି ନୂଆ ଫ୍ୟାମିଲି କାର୍ : ଜାଣନ୍ତୁ ଏହାର ମୂଲ୍ୟ

Published By : Prameya-News7 Bureau | December 26, 2018 IST

ନୂଆଦିଲ୍ଲୀ୨୬|୧୨: ଭାରତରେ ପୁଣି ଥରେ ମହିନ୍ଦ୍ରା ନିଜ ଫ୍ୟାମିଲି କାର୍ ଲଞ୍ଚ କରିବାକୁ ପ୍ରସ୍ତୁତ ହୋଇଛି। ଏହି କାରରେ ୫ଟି ସିଟ୍ ରହିବା ସହ ଏହାର ମୂଲ୍ୟ ମଧ୍ୟ ଯଥେଷ୍ଟ କମ୍ ରହିବ। ମହିନ୍ଦ୍ରାର ଏହି କାର୍ ପ୍ରଥମ ମିନି ଏକ୍ସୟୁଭି ହେବ। ଏହା ହ୍ୟୁଣ୍ଡାଇ କ୍ରେଟା ଭଳି ଅଧିକ କ୍ରୟ ହେଉଥିବା କାରକୁ ମାତ୍ ଦେବାରେ ସକ୍ଷମ ହେବ। ଏହି କାରର ଅନେକ ଆଧୁନିକ ଧରଣର ଫିଚର ରହିଛି। ଆସନ୍ତୁ ଜାଣିବା ଏହି କାର ସମ୍ପର୍କରେ ।

କମ୍ପାନୀ ଏହି କାରକୁ ନିଜର ସବୁଠୁ ବେଶୀ ପସନ୍ଦଯୋଗ୍ୟ କାର୍ ଏକ୍ସୟୁଭି ୫୦୦ର ପ୍ଲାଟଫର୍ମରେ ପ୍ରସ୍ତୁତ କରିଛନ୍ତି। ଏହି କାରର ନାଁ xuv300 ରଖାଯାଇଛି। ଯଦିଓ କମ୍ପାନୀ ଏହି କାରକୁ ଲଞ୍ଚ କରିବାର ତାରିଖ ନିର୍ଦ୍ଧାରିତ କରିନାହିଁ। କିନ୍ତୁ ସୂଚନା ଅନୁସାରେ ଏହି କାର୍ ୨୦୧୯ ଜାନୁୟାରୀ ରେ ଭାରତୀୟ ବଜାରରେ ଦେଖିବାକୁ ମିଳିବ।

wp:gallery {"ids":[67315]} /wp:gallery

ଏହି କାର୍ ୧.୫ଲିଟର ଡିଜେଲ୍ ଇଞ୍ଜିନ କ୍ଷମତା ସମ୍ପନ୍ନ ହେବ ଯାହା ୧୨୧ ବିଏଚପିର ଶକ୍ତି ଉତ୍ପାଦନ କରିବ। ଏହା ଏବିଏସ୍,ଇବିଡି,ଏୟାରବ୍ୟାଗସ୍ ଭଳି ସୁରକ୍ଷାରେ  ରହିବ। ଏହି କାରର ମୂଲ୍ୟ ୭ଲକ୍ଷ ଟଙ୍କା ରହିବ ଯାହା ଏହି ସେଗମେଣ୍ଟର ଅନ୍ୟ କାର୍ ମୂଲ୍ୟଠାରୁ କମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.