Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି କାର ପ୍ରତି ଥିଲା ମହାତ୍ମା ଗାନ୍ଧିଙ୍କର ଅସମ୍ଭବ ଦୁର୍ବଳତା, ଜାଣନ୍ତୁ କେମିତି ଅଛି ଫୋର୍ଡ ବିଆର ଏଫ୍-୫୦

ଝାରଖଣ୍ଡ ଓ ରାଞ୍ଚୀରେ ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ଆନ୍ଦୋଳନ କାଳର ଅନେକ ସ୍ମୃତି ଆଜି ବି ସାଇତା ହୋଇ ରହିଛି। ଐତିହାସିକଙ୍କ ମତରେ ଚମ୍ପାରଣ ସତ୍ୟାଗ୍ରହର ଯୋଜନା ମହାତ୍ମା ଗାନ୍ଧି ରାଞ୍ଚୀରେ ହିଁ କରିଥିଲେ। ମହାତ୍ମା ଗାନ୍ଧିଙ୍କ ଏହି ଆନ୍ଦୋଳନରେ ଏକ ଫୋର୍ଡ କାର ମଧ୍ୟ ସାମିଲ ଥିଲା। ୧୯୪୦ ମସିହାରେ ମହାତ୍ମା ଗାନ୍ଧି ରାଞ୍ଚିର ରାମଗଡ ଅଧିବେଶନରେ ଯୋଗ ଦେବାକୁ ଏହି ଫୋର୍ଡ କାରରେ ଆସିଥିଲେ।  କେବଳ ଏତିକି ନୁହେଁ ମହାତ୍ମା ଗାନ୍ଧି କାରରେ ସ୍ୱାଧୀନତା ଆନ୍ଦୋଳନ ନିମନ୍ତେ ରାଞ୍ଚୀ ଓ ରାମଗଡ ସମେତ ଜାମସେଦପୁର, ହଜାରୀବାଗ ଓ ଦେବଘର ଆଦି ସହର ବି ଅନେକବାର ବୁଲିଥିଲେ। ଗାନ୍ଧିଜୀ ବେଶ ପସନ୍ଦ କରୁଥିଲେ ଏହି କାରକୁ। ତେବେ ଆସନ୍ତୁ ଜାଣିବା ବାପୁଙ୍କ ଏହି ପ୍ରୀୟ କାର ସମ୍ପର୍କରେ।

ଏହି କାରଟି ୧୯୨୦ ମସିହାରେ ନିର୍ମିତ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ରାମନାରାୟଣ ଜୟସ୍ୱାଲ ଓ ରାୟସାହେବ ଲକ୍ଷ୍ମୀନାରାୟଣ ଜୟସ୍ୱାଲ ଏହି କାରକୁ ଚଳାଉଥିଲେ। ଇଂରେଜଙ୍କ ବିରୋଧରେ ବାପୁ ଯେତେବେଳେ ବି ତତ୍କାଳୀନ ବିହାର ଗସ୍ତରେ ଆସୁଥିଲେ ଜୟସ୍ୱାଲ ଭ୍ରାତା ତାଙ୍କୁ ଏହି କାରରେ ବସାଇ ବିଭିନ୍ନ ସଭା ସମିତିକୁ ନେଇଯାଉଥିଲେ। ଏପରିକି ଚମ୍ପାରଣ ସତ୍ୟାଗ୍ରହରେ ମଧ୍ୟ କାର ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲା।

ଐତିହାସିକଙ୍କ ମତରେ ବାପୁ ୧୯୧୭, ୧୯୨୫, ୧୯୩୪ ଓ ୧୯୪୦ ମସିହାରେ ରାଞ୍ଚୀ ଗସ୍ତ କରିଥିଲେ। ପ୍ରଥମଥର ଗସ୍ତକାଳରେ ତ କାର ନଥିଲା। ତେବେ ପରବର୍ତ୍ତି ପ୍ରତ୍ୟେକ ଗସ୍ତରେ ମହାତ୍ମା ଗାନ୍ଧିଙ୍କୁ କାର ବେଶ ସହଯୋଗ କରିଥିଲା। ଏହି କାରଟିର ନମ୍ବର ହେଉଛି ବିଆର-ଏଫ -୫୦। କାରଟିକୁ ଏବେବି ଜୟସ୍ୱାଲ ପରିବାର ସାଇତି ରଖିଛନ୍ତି। ଦେଶରେ ଏହି କାରର ମଡେଲ ଅନେକ ବର୍ଷରୁ ବନ୍ଦ ହୋଇଗଲାଣି। କାଳକ୍ରମେ ଏହାର ଯନ୍ତ୍ରାଂଶ ଆଉ ବଜାରରେ ଉପଲବ୍ଧ ହୋଇନଥିଲା।  ଏଣୁ କାରଟି ଅଚଳ ହୋଇ ରହିରହି କଳଙ୍କି ଲାଗିଗଲାଣି।  

296 Views

   ସମ୍ବନ୍ଧିତ ଖବର