ଟ୍ରମ୍ଫଙ୍କ ସହ ଭାରତ ଆସୁଛି ଏହି ବିପଦଜନକ ବ୍ରିଫକେସ୍, ଜାଣନ୍ତୁ କ'ଣ ଏହାର ରହସ୍ୟ

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ,୨୧।୨: ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ତାଙ୍କର ପତ୍ନୀ ମେଲାନିୟା ଟ୍ରମ୍ପ ୨୪ଓ୨୫ ଫେବୃଆରୀରେ ଦୁଇ ଦିନିଆ ଭାରତ ଗସ୍ତ କରିବେ। ଏଣୁ ଟ୍ରମ୍ପଙ୍କ  ସୁରକ୍ଷାପ୍ରତି ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ତେବେ ଭାରତ ସରକାରଙ୍କ ସୁରକ୍ଷା ବାଦେ ବି ଟ୍ରମ୍ପଙ୍କ ସୁରକ୍ଷା ଲାଗି  ତାଙ୍କ ଟିମ୍ ମଧ୍ୟ ସାଙ୍ଗରେ ଆସିବେ। କିନ୍ତୁ ସବୁଠାରୁ ବଡ କଥା ହେଉଛି ତାଙ୍କ ସହିତ ଆସୁଛି ‘ନ୍ୟୁକ୍ଲିୟର ଫୁଟବଲ’।

{"id":227406,"sizeSlug":"large"}

ଆମେରିକା ରାଷ୍ଟ୍ରପତିଙ୍କ ସହ ‘ନ୍ୟୁକ୍ଲିୟର ଫୁଟବଲ’ ନାମରେ ଏକ ବ୍ରିଫକେସ୍ ସାଙ୍ଗରେ ଧରି ଆସିଥାନ୍ତି ଅଫିସର। କଳାରଙ୍ଗର ଏହି ଟପ୍ ସିକ୍ରେଟ ବ୍ରିଫକେସ୍‌କୁ  ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ରିଫକେସ୍ ବୋଲି କୁହାଯାଏ, ଯାହାକି ନିମିଷେକରେ ବିଶ୍ୱକୁଧ୍ୱଂସ କରିବାର କ୍ଷମତା ରଖିଛି। କୁହାଯାଏ ଯେ, ଆମେରିକା ରାଷ୍ଟ୍ରପତି ଯେଉଁଠିକୁ ଯାଇଥାନ୍ତି, ତାଙ୍କ ପାଖରେ ନ୍ୟୁକ୍ଲିୟର କନଟ୍ରୋଲ କୋଡସ୍ ରହିଥାଏ। କୋଡସ ସେହି ବ୍ରିଫକେସ୍ ଭିତରେ ରହିଥାଏ। ଅର୍ଥାତ ତାଙ୍କ ସହିତ ଚାଲିଥାଏ।

{"id":227407,"sizeSlug":"large"}

ଏଣୁ ଏହି ବ୍ରିଫକେସକୁ ନ୍ୟୁକ୍ଲିୟର ଫୁଟବଲ ବୋଲି କୁହାଯାଏ। ଅନେକଙ୍କ ମତରେ ଏହା ଭିତରେ ଆକ୍ରମଣର ଯୋଜନା ଓ ଟାର୍ଗେଟ ସମ୍ପର୍କିତ ସୂଚନାଥାଏ। ଏହା ସବୁ ଏକ ବହି ଭାବରେ ଲେଖାଯାଇଥାଏ।ଏହି ବ୍ରିଫକେସରେ ଏକ କାର୍ଡଥାଏ, ଯାହା ଉପରେ ପରମାଣୁ ବୋମା ଆକ୍ରମଣ ଲାଗି କୋଡସ ଲେଖା ରହିଥାଏ। ଏହାକୁ ନ୍ୟୁକ୍ଲିୟର ବିସ୍କିଟ୍ ବୋଲି ମଧ୍ୟ କୁହାଯାଏ।ଏହି କାର୍ଡରେ ଆଲାର୍ମ ଲାଗିଥାଏ। ଏହା ସହିତ ବ୍ରିଫକେସ୍ ଭିତରେ ଏକ ଆଣ୍ଟିନାବିଥାଏ। ଯାହା ଜରିଆରେ ରାଷ୍ଟ୍ରପତି ବିଶ୍ୱର କାହା ସହିତ ବି ତତ୍କାଳ କଥାବାର୍ତ୍ତା କରିପାରନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.