ଆଗରୁ ଜଣା ପଡ଼ିଥିଲା କରୋନା! ୧୨ବର୍ଷ ତଳର ବହିରେ ଲେଖିକା ସିଲଭିଆ ଲେଖିଥିଲେ ଭୟଙ୍କର ଭାଇରସର କଥା

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ ୫/୩: ନିକଟରେ ଏକ ପୁସ୍ତକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। କୁହାଯାଉଛି ଯେ ୪୦ବର୍ଷ ତଳେ ହିଁ ଏହି ପୁସ୍ତକରେ କରୋନା ଭାଇରସ୍ ବିଷୟରେ ଉଲ୍ଲେଖ ହୋଇଥିଲା। ଲୋକଙ୍କ ମତରେ ୪୦ବର୍ଷ ତଳେ ଲେଖକ ନିଜ ପୁସ୍ତକରେ କରୋନା ଭାଇରସର ଭବିଷ୍ୟତବାଣୀ କରିଥିଲେ। କିନ୍ତୁ ଏବେ ଆଉ ଏକ ପୁସ୍ତକରେ କରୋନା ଭାଇରସର ଭବିଷ୍ୟତବାଣୀ ବିଷୟରେ ଉଲ୍ଲେଖ ହୋଇଥିବା କଥା ସାମନାକୁ ଆସିଛି।

{"id":233096,"sizeSlug":"large"}

ପ୍ରଥମେ ଯେଉଁ ପୁସ୍ତକ ଭାଇରାଲ୍ ହୋଇଥିଲା,ଏହାର ନାଁ ‘ଦ ଆଇଜ୍ ଅଫ୍ ଡାର୍କନେସ୍’। ଏହି ପୁସ୍ତକକୁ ୧୯୮୧ମସିହାରେ ଡିନ୍ କୋଣ୍ଟୋଜ୍ ନାମକ ଜଣେ ଲେଖକ ଲେଖିଥିଲେ। ଏକ ଥ୍ରିଲର ନୋବେଲ୍ ଭାବେ ଏହା ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ଲେଖକ ଏହି ପୁସ୍ତକରେ ‘ଉହାନ-୪୦୦’ ନାମକ ଏକ ଭାଇରସ ବିଷୟରେ ଉଲ୍ଲେଖ କରିଥିଲେ। ଏହାକୁ ଉହାନ ସହରର ବାହାରେ ଏକ ଆରଡିଏନଏ ପ୍ରୟୋଗଶାଳାରେ ପ୍ରସ୍ତୁତି କରିବା କଥା କୁହାଯାଇଥିଲା। ‘ଉହାନ-୪୦୦’ ନାମକ ଏକ ଜୈବିକ ଅସ୍ତ୍ର ୪୦୦ ଲୋକଙ୍କ ମାଇକ୍ରୋ-ଅରଗାନିଜମକୁ ମିଶାଇ ପ୍ରସ୍ତୁତ ହୋଇଥିଲା। ଏହି ପୁସ୍ତକରେ ଲେଖାଯାଇଥିବା କଥାକୁ କରୋନା ଭଇରସ ସହ ଯୋଡ଼ି ଦେଖାଯାଉଛି।

{"id":233097,"sizeSlug":"large"}

ଏହା କେବଳ ଏକମାତ୍ର ପୁସ୍ତକ ନୁହେଁ,ଯେଉଁଥିରେ କରୋନା ଭାଇରସକୁ ନେଇ ଏପରି ଦାବି କରାଯାଉଛି। ଏବେ ଏକ ନୂଆ ପୁସ୍ତକ ସାମନାକୁ ଆସିଛି ଯେଉଁଥିରେ କରୋନା ଭାଇରସ ବିଷୟରେ ୧୨ବର୍ଷ ତଳେ ଲେଖାଯାଇଥିଲା। ଏହି ପୁସ୍ତକର ନାଁ ‘ଏଣ୍ଡ ଅଫ୍ ଡେଜ୍:ପ୍ରେଡିକ୍ସନ୍ ଏଣ୍ଡ ପ୍ରୋଫେସିଜ ଏବାଉଟ ଦ ଏଣ୍ଡ ଅଫ୍ ଦ ଓ୍ବାର୍ଲଡ’। ଏହାର ଲେଖିକା ସିଲଭିଆ ବ୍ରାଉନ୍। ଏହି ପୁସ୍ତକରେ କରୋନା ଭାଇରସର ଉତ୍ପତ୍ତି ବିଷୟରେ କୁହାଯାଇଥିଲା। ଏହି ପୁସ୍ତକ ୨୦୦୮ମସିହାରେ ପ୍ରକାଶିତ ହୋଇଥିଲା।

{"id":233098,"sizeSlug":"large"}

ଏହି ପୁସ୍ତକର ଏକ ଭାଗ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ପୁସ୍ତକର ଭାଇରାଲରେ ଭାଗରେ ଲେଖାଯାଇଛି ଯେ ୨୦୨୦ ମସିହା ଭିତରେ ଏକ ଗମ୍ଭୀର ନିମୋନିଆ ଭଳି ରୋଗ ବିଶ୍ବରେ ବ୍ୟାପିବ ଯାହା ଫୁସଫୁସ୍ ଏବଂ ବ୍ରୋଙ୍କୟଲ ନଳୀରେ ସିଧାସଳଖ ଆକ୍ରମଣ କରିବ। ଏହି ପୁସ୍ତକର ଭାଇରାଲ୍ ଭାଗରେ ଲେଖାଯାଇଛି ଯେ ଯେତେ ଶୀଘ୍ର ଏହି ରୋଗ ଆସିବ, ସେତେ ଶୀଘ୍ର ଏହି ରୋଗ ଗାୟବ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.