ମହେନ୍ଦ୍ର ସିଂହ ଧୋନୀଙ୍କୁ ଗୋଟେ ବର୍ଷ ଡେଟ କରିଥିଲେ ଏହି ଅଭିନେତ୍ରୀ

Published By : Prameya-News7 Bureau | April 22, 2019 IST

wp:heading {"level":5}
ମୁମ୍ୱାଇ୨୨|୪: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଓ ବର୍ତ୍ତମାନର ୱିକେଟକିପର ଏବଂ ବ୍ୟଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀ ଲୋକଙ୍କ ମଧ୍ୟରେ ବେଶ ଚର୍ଚ୍ଚାରେ ରୁହନ୍ତି। ୨୦୧୬ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ”ଏମଏସ୍‌ ଧୋନୀ” ମହେନ୍ଦ୍ର ସିଂହଙ୍କ ବାୟୋପିକ୍‌ ସୁପରହିଟ୍‌ ହୋଇଥିଲା।  ଧୋନୀଙ୍କ ବାସ୍ତବ ଜୀବନର କାହାଣୀ ସିନେମାରେ ରୁପାନ୍ତରୀତ କରାଯାଇଥିଲା।  ଏହା ପରେ ଦର୍ଶକ ତାଙ୍କ ବିଷୟରେ ବହୁତ କିଛି ଜାଣିପାରିଥିଲେ।
/wp:heading {"id":106131}
wp:heading {"level":5}
ମହେନ୍ଦ୍ର ସିଂଙ୍କ ରିୟଲ ଲାଇଫ ଉପରେ ଆଧାରିତ ଏହି ଫିଲ୍ମ ଖୁବ୍‌ ଭଲ ଆୟ ମଧ୍ୟ କରିଥିଲା।  ଅଧିକାଂଶ ଦର୍ଶକ ଆଜି ମଧ୍ୟ ସେ ଫିଲ୍ମ ଦେଖିବା ପସନ୍ଦ କରନ୍ତି। ମହେନ୍ଦ୍ର ସିଂହ ଭାରତୀୟ କ୍ରିକେଟ ଟିମ୍‌ର ସବୁଠୁ ଦାମୀ କ୍ରିକେଟର। ତେବେ ଚଳଚ୍ଚିତ୍ରରେ ଧୋନୀଙ୍କ ବିଷୟରେ ସବୁ ଦେଖାଯାଇଥିଲା କିନ୍ତୁ ତାଙ୍କୁ ଡେଟ କରିଥିବା ଅଭିନେତ୍ରୀଙ୍କ ବିଷୟରେ କିଛି କୁହାଯାଇନଥିଲା।
/wp:heading {"id":106132}

“ଜୁଲି ୨” ଫିଲ୍ମରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଛନ୍ତି ଅଭିନେତ୍ରୀ ରାୟ ଲକ୍ଷ୍ମୀ । ସାଉଥ ଇଣ୍ଡଷ୍ଟ୍ରିରଏହି ଅଭିନେତ୍ରୀ ବଲିଉଡରେ ନିଜ ପରିଚୟ ତିଆରି କରିବାକୁ ପ୍ରସ୍ତୁତି ଚଲାଇଛନ୍ତି । “ଜୁଲି ୨” ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫିଲ୍ମର ଟ୍ରେଲର ଯୋଗୁଁ ଲକ୍ଷ୍ମୀ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ସେ ସାଉଥ ସିନେମା ଇଣ୍ଡଷ୍ଟ୍ରିରେ ମଧ୍ୟ ବହୁତ ଫେମସ। ରାୟ ଲକ୍ଷ୍ମୀ ତେଲୁଗୁ ଫିଲ୍ମ ଜଗତର ସବୁଠୁ ଷ୍ଟାଇଲିସ ଅଭିନେତ୍ରୀ ଭାବେ ଜଣାଶୁଣା।

{"id":106133}

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ରାୟ ଲକ୍ଷ୍ମୀ କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀଙ୍କୁ ଡେଟ କରୁଥିଲେ। ଧୋନୀଙ୍କୁ ଡେଟ କରୁଥିବା ସମୟରେ ଲକ୍ଷ୍ମୀ ଭାରତୀୟ କ୍ରିକେଟ ଟିମ୍‌ର ବ୍ରାଣ୍ଡ ଆମ୍ବାସେଡର ଥିଲେ। ସେହି ସମୟରେ ଧୋନୀ ମଧ୍ୟ ଟିମ୍‌ରେ ଥିଲେ। ତେବେ ସେହି ସମୟରେ ଉଭୟ ପରସ୍ପରଙ୍କୁ ଭେଟିଥିଲେ। ଦେଖା ହେବାର କିଛି ଦିନ ପରେ ଦୁହେଁ ପରସ୍ପରକୁ ଡେଟ କରିବାକୁ ଲାଗିଲେ। ଲକ୍ଷ୍ମୀ କହିଥିଲେ ଯେ, ଉଭୟ ଗୋଟେ ବର୍ଷ ଡେଟ କରି ପରସ୍ପରଙ୍କଠୁ ଅଲଗା ହୋଇଥିଲେ।

{"id":106134,"width":583,"height":291}

 ସୋନାକ୍ଷୀ ସିହ୍ନାଙ୍କ ବଲିଉଡ ଫିଲ୍ମ ଅକିରାରେ ରାୟ ଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ “ଜୁଲି ୨”ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।  ୧୦ ବର୍ଷ ତଳେ ସେ ସାଉଥ ସିନେମା ଜଗତରେ ପାଦ ଦେଇଥିଲେ ଓ ଏବେ ସେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.