ଏହି ବଲିଉଡ୍‌ ଅଭିନେତ୍ରୀ ପ୍ରଥମେ ନେଇଥିଲେ କରୋନା ଟୀକା, ଏବେ ନେଲେ ଦ୍ବିତୀୟ ଡୋଜ୍

Published By : Prameya-News7 Bureau | January 29, 2021 IST

ନୂଆଦିଲ୍ଲୀ ୨୯/୦୧ : କରୋନା ମହାମାରୀରୁ ବଞ୍ଚିବା ପାଇଁ ଭାରତରେ ଏହାର ଟିକାକରଣ ଆରମ୍ଭ ହୋଇଯାଇଛି | ଦେଶର ଅନେକ ଆଗଧାଡିର ଯୋଦ୍ଧା ମାନଙ୍କୁ କରୋନା ଭ୍ୟାକସିନ୍ ର ଟୀକା ମଧ୍ୟ ଦିଆଯାଇଛି। ଗତ କିଛି ଦିନ ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶିରୋଡ଼କର ଭ୍ୟାକସିନ୍ ଲଗାଇଥିଲେ, ଯାହାର ସୂଚନା ଏବଂ ଅନୁଭବ ସେ ନିଜେ ପ୍ରଶଂସକମାନଙ୍କ ସହ ସେୟାର କରିଥିଲେ| ସେ ପ୍ରଥମ ବଲିଉଡ ଅଭିନେତ୍ରୀ ଯିଏ ପ୍ରଥମ କରୋନା ଟିକା ନେଇଥିଲେ। ଏବେ ଅଭିନେତ୍ରୀ ଭ୍ୟାକସିନ୍ ର ଦ୍ୱିତୀୟ ଡୋଜ ମଧ୍ୟ ଲଗାଇଛନ୍ତି |

ଶିଳ୍ପା ଏହାର ସୂଚନା ସୋସିଆଲ ମିଡ଼ିଆ ଜରିଆରେ ଫ୍ୟାନ୍ସମାନଙ୍କ ସହିତ ମଧ୍ୟ ସେୟାର କରିଛନ୍ତି | ଶିଳ୍ପା ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ରେ ଏକ ଫଟୋ ସେୟାର କରିଛନ୍ତି ଯାହା ସହ ସେ କ୍ୟାପ୍ସନ୍ ରେ ଲେଖିଛନ୍ତି , 'ଦ୍ୱିତୀୟ ଡୋଜ ମୋର ହୋଇଗଲା |' ଏହି ଫଟୋରେ ଦ୍ୱିତୀୟ ଡୋଜ ନେବାପରେ ଅଭିନେତ୍ରୀ ବେଶ ଖୁସି ଥିବା ନଜରକୁ ଆସିଛନ୍ତି ଏବଂ ଲୋକମାନଙ୍କୁ ଏକ  ପଜେଟିଭ୍ ବାର୍ତ୍ତା ଦେଇଛନ୍ତି |

ସୂଚନା ଆନୁସାରେ ଶିଳ୍ପା ଦୁବାଇରେ ୬ ଜାନୁଆରୀ ରେ କରୋନା ଭ୍ୟାକସିନ୍ ର ପ୍ରଥମ ଡୋଜ ନେଇଥିଲେ।| ଯାହା ପରେ ସେ ନିଜର ଅନୁଭବକୁ ସେୟାର କରିବାକୁ ଯାଇ ଏକ ଇଣ୍ଟରଭ୍ୟୁରେ କହିଥିଲେ, 'ମୋତେ ଏ ପର୍ଯ୍ୟନ୍ତ କୌଣସି ସାଇଡ ଇଫେକ୍ଟ ହୋଇନାହିଁ, ମୋ ମନରେ ଏହାକୁ ନେଇ ଟିକିଏ ଚିନ୍ତା ଥିଲା କିନ୍ତୁ ମୋର ପରିବାର ଏବଂ ଭଉଣୀ ସହ କଥା ହେବା ପରେ ସେମାନେ ମୋତେ ପ୍ରୋତ୍ସାହିତ କରିଥିଲେ | ଆମ ସମସ୍ତଙ୍କୁ ଏହାକୁ ଦିନେ ନା ଦିନେ ନେବାକୁ ପଡିବ| ମୋର ସିଷ୍ଟମ ଏବଂ ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ଭରସା ଅଛି |’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.