ଐଶ୍ବର୍ଯ୍ୟା ରାୟଙ୍କ ଭଳି ଦେଖାଯାଆନ୍ତି ଏହି ଅଭିନେତ୍ରୀ , ନିଜେ ହିଁ ଦେଖନ୍ତୁ…
25/06/2019 at 1:38 PM

ମୁମ୍ବାଇ୨୫|୬: ବଲିଉଡରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ବହୁତ ସୁନ୍ଦର। ଏହି ଅଭିନେତ୍ରୀଙ୍କ ବିଶେଷତ୍ବ ଏହା ଯେ, ତାଙ୍କ ଚେହେରା ପୂରା ଐଶ୍ବର୍ଯ୍ୟା ରାୟଙ୍କ ସହ ମିଶେ। ଏହି ୨ଜଣ ଅଭିନେତ୍ରୀ ଙ୍କୁ ଦେଖିଲେ ଦୁି ଭଉଣୀ ଭଳି ଲାଗନ୍ତି । ଉଭୟଙ୍କୁ ଦର୍ଶକ ମଧ୍ୟ ଭଉଣୀ କୁହନ୍ତି। ବଲିଉଡର ଏହି ଅଭିନେତ୍ରୀଙ୍କ ନାଁ ହେଉଛି ସ୍ନେହା ଉଲାଲ ।

ସ୍ନେହା ମିଡିଆଠୁ ସବୁବେଳେ ଦୂରରେ ରୁହନ୍ତି। ୨୦୦୫ ମସିହାରେ ବଲିଉଡରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀ ଆଜିକାଲି ପରଦାରେ ଦେଖିବାକୁ ମିଳୁନାହାନ୍ତି। ସ୍ନେହା ତାଙ୍କ ଡେବ୍ୟୁ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। ସ୍ନେହାଙ୍କ ବିପକ୍ଷରେ ସଲମାନ ଖାନ ମୁଖ୍ୟ ଅଭିନେତା ଭାବେ ଅଭିନୟ କରିଥିଲେ।

ବଲିଉଡରେ ପାଦ ଦେବା ପରେ ସେ ଏହି ଗୋଟିଏ ଫିଲ୍ମ କରି ଆଉ ପରଦାରେ ନଜର ଆସିନଥିଲେ। ପରବର୍ତ୍ତି ସମୟରେ ସେ କିଛି ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ ତାଙ୍କର କୌଣସି ଫିଲ୍ମ ହିଟ୍ ହୋଇନଥିଲା। ସ୍ନେହା ଏବେ ପରଦାରେ ନଜର ଆସୁନାହାନ୍ତି ସତ କିନ୍ତୁ ସୋସିଆଲ ମିଡିଆରେ ସେ ଅଧିକାଂଶ ସମୟ ଆକ୍ଟିଭ ରୁହନ୍ତି।