ବଲିଉଡର ଏହି ଅଭିନେତା ଶ୍ରଦ୍ଧା କପୁରଙ୍କୁ ସମସ୍ତଙ୍କ ସାମ୍ନାରେ ପ୍ରପୋଜ କରିଥିଲେ
23/01/2019 at 1:13 PM

ମୁମ୍ବାଇ ୨୩|୧: ବଲିଉଡରେ ସବୁବେଳେ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହଉଥାଏ। ବଲିଉଡର ବିଭିନ୍ନ ଯୋଡିଙ୍କ ବିଷୟରେ କିଛି ନା କିଛି ଶୁଣିବାକୁ ମିଳିଥାଏ । ବି ଟାଉନର ଏବେ ଆଉ ଏକ ଖବର ବେଶ ଚର୍ଚ୍ଚାରେ। ଲୋକଙ୍କ ଦିଲରେ ରାଜ କରୁଥିବା ବଲିଉଡ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରଶଂସକମାନେ ଋଚି ରଖିଥାନ୍ତି। ତେବେ ଜାଣନ୍ତୁ ଶ୍ରଦ୍ଧା କପୁରଙ୍କ ଲଭ ଲାଇଫ ବିଷୟରେ। ଶ୍ରଦ୍ଧାଙ୍କୁ ସମସ୍ତଙ୍କ ସାମ୍ନାରେ ପ୍ରପୋଜ କରିଥିବା ଅଭିନେତା ହେଉଛନ୍ତି ବରୁନ ଧୱନ।

୧୯୮୭ ମସିହା, ମାର୍ଚ୍ଚ ୩ ତାରିଖ ମହାରାଷ୍ଟ୍ରରରେ ଶ୍ରଦ୍ଧାଙ୍କର ଜନ୍ମ ହୋଇଥିଲା। ବରିଷ୍ଠ ଅଭିନେତା ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା ଅଭିନୟ ସହ ଭଲ ଗୀତ ମଧ୍ୟ ଗାଆନ୍ତି। ୨୦୧୦ ମସିହାରେ ଶ୍ରଦ୍ଧା କପୁର ହିନ୍ଦି ସିନେମା ଜଗତରେ ପାଦ ଦେଇଥିଲା। ତିନ୍ ପତି ଫିଲ୍ମରେ ବ୍ରିଫ ରୋଲରେ ଅଭିନୟ କରିଥିଲେ ଶ୍ରଦ୍ଧା। ୨୦୧୧ ମସିହାରେ ଲଭ କା ଦି ଏଣ୍ଡରେ ଶ୍ରଦ୍ଧା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ଆଶିକୀ ଫିଲ୍ମ ସୁପରହିଟ୍ ହେଲା ପରେ ଶ୍ରଦ୍ଧା ଲୋକଙ୍କ ଦିଲ୍ରେ ରାଜ କରିଥିଲେ।

ବଲିଉଡ ଅଭିନେତା ବରୁନ ଧୱନ ଖୁବ୍ କମ ଦିନରେ ପ୍ରତିଷ୍ଠା ଲାଭ କରିଥିଲେ। ୧୯୮୭ ମସିହା, ଏପ୍ରିଲ ୨୪ ତାରିଖ ମହାରାଷ୍ଟ୍ରରରେ ବରୁନଙ୍କର ଜନ୍ମ ହୋଇଥିଲା। ୨୦୧୨ ମସିହାରେ ରିଲିଜ ହୋଇଥିବା ଷ୍ଟୁଡେଣ୍ଟ ଅଫ ଦ ଇୟର ଫିଲ୍ମରୁ ବରୁନ ବଲିଉଡରେ ତାଙ୍କ କ୍ୟାରି୍ର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ବେଷ୍ଟ ମେଲ୍ ଡେବ୍ୟୁ ପାଇଁ ମନୋନୀତ ହୋଇଥିଲେ।

ବରୁନ ଓ ଶ୍ରଦ୍ଧା ଗୋଟେ ସ୍କୁଲରେ ପାଠ ପଢୁଥିଲେ। ବରୁନ ସାକ୍ଷାତକାରରେ କହିଥିଲେ ଯେ ପିଲା ବେଳେ ସେ ଶ୍ରଦ୍ଧାଙ୍କୁ ବହୁତ ଭଲ ପାଉଥିଲେ। ତରେ ସ୍କୁଲରେ ଶ୍ରଦ୍ଧାଙ୍କୁ ସମସ୍ତଙ୍କ ସାମ୍ନାରେ ପ୍ରପୋଜ ମଧ୍ୟ କରିଥିଲେ। ଶ୍ରଦ୍ଧା ମଧ୍ୟ ଏହି ବିଷୟରେ ତାଙ୍କ ମତ ଦେଇଥିଲେ। ଏବେ ଏହି ବିଷୟରେ ଚର୍ଚ୍ଚା କରି ଉଭୟ ପରସ୍ପରଙ୍କ ମଧ୍ୟରେ ଖୁବ୍ ମସ୍ତି କରନ୍ତି।