ଏହି ଅଭିନେତ୍ରୀଙ୍କୁ ଗୁଗଲରେ କରାଯାଉଛି ଅଧିକ ସର୍ଚ୍ଚ, ଜାଣନ୍ତୁ କିଏ

Published By : Prameya-News7 Bureau | September 15, 2019 IST

ମୁମ୍ବାଇ୧୫|୯: ବଲିଉଡ୍‌ର ବହୁତ କଳାକାର ରାତାରାତି ସୁପରଷ୍ଟାର ହୋଇଛନ୍ତି। ସେହିପରି କିଛି କଳାକାର ବଲିଉଡ୍‌ରେ ବହୁଦିନ କାମ କରିବା ପରେ ବି ସୁପରଷ୍ଟାର ହୋଇ ପାରିନାହାନ୍ତି। ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ଭାଗ୍ୟ ରାତାରାତି ବଦଳି ଗଲା। ୟୁଜର୍ସ ଗୁଗଲରେ ଏହି ଅଭିନେତ୍ରୀଙ୍କୁ ସବୁଠାରୁ ଅଧିକ ସର୍ଚ୍ଚ କରିଛନ୍ତି। ଏହା ପରେ ଅଭିନେତ୍ରୀଙ୍କୁ ୟୁଜର୍ସ ନୋଟିସ କରିବା ଆରମ୍ଭ କରିଦେଇଥିଲେ।

{"id":158006}

ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ଅନ୍ବେଷୀ ଜୈନ ଘର ଚଳାଇବା ପାଇଁ ଛୋଟ କାମକୁ ସେ ବହୁତ ଯତ୍ନରେ ସହ କରିଥାନ୍ତି। ସମୟ ବଦଳିବା ସହ ଅନ୍ବେଷୀଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି। ସେ ସବୁଠାରୁ ଅଧିକ ଗୁଗଲ ସର୍ଚ୍ଚ ଅଭିନେତ୍ରୀ ତାଲିକାରେ ତାଙ୍କ ନାଁ ରହିଛି।

{"id":158007}

୨୮ ବର୍ଷ ବୟସ୍କା ଅନ୍ବେଷୀ ଜୈନ ଇନ୍ଦୋରରେ ରହନ୍ତି। ସୋସିଆଲ ମିଡ଼ିଆରେ ସେ ବହୁତ ଲୋକପ୍ରିୟ ହୋଇସାରିଛନ୍ତି। କେଉଁ ଅଭିନେତ୍ରୀଙ୍କୁ ଗୁଗଲରେ ଅଧିକ ସର୍ଚ୍ଚ କରାଯାଉଛି। ଏନେଇ ଏକ ସର୍ଭେ କରାଯାଇଥିଲା । ସେହି ତାଲିକାରେ ଅଭିନେତ୍ରୀ ଅନ୍ବେଷୀଙ୍କ ନାଁ ସମସ୍ତଙ୍କ ଆଗରେ ଥିଲା।

{"id":158008,"width":546,"height":546}

ବଲିଉଡ, ତେଲଗୁ ଓ ତାମିଲ ଫିଲ୍ମରେ ଅନ୍ବେଷୀ ତାଙ୍କ ଅଭିନୟର ଜାଦୁ ଦେଖାଇ ସାରିଛନ୍ତି। ଓ୍ବେବସରିଜ୍ ଗନ୍ଦି ବାତ୍-୨ ରୁ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା। ଏହି ଓ୍ବେବ ସିରିଜ୍‌ରେ ତାଙ୍କର ବୋଲ୍ଡ ସିନ ରହିଥିଲା। ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଅନ୍ବେଷୀ ଜୈନ ଦେଖିବାକୁ ବହୁତ ସୁନ୍ଦର । ସୋସିଆଲ ମିଡ଼ିଆରେ ତାଙ୍କର ଅଧିକ ପ୍ରଶଂସକ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.