ସବୁଠୁ ଅଧିକ ରୋଗରେ ପଡନ୍ତି ଏହି ବ୍ଲଡ ଗ୍ରୁପର ଲୋକେ

Published By : Prameya-News7 Bureau | October 28, 2019 IST

ମଣିଷର ଜନ୍ମ ସହ ରୋଗ ବେମାରୀର ବି ଜନ୍ମ ହୋଇଥାଏ। ସାରା ଜୀବନ ଲୋକେ କିଛି ନା କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥାନ୍ତି। ଶେଷରେ ସେହି ରୋଗରେ ହିଁ ମଣିଷ ଶେଷ ନିଶ୍ୱାସ ତ୍ୟାଗ କରେ। ତେବେ ମଣିଷର ରୋଗ ବେମାରୀ ସହ ତାଙ୍କ ରକ୍ତ ଗ୍ରୁପର ମଧ୍ୟ ସମ୍ପର୍କ ରହିଛି। କାଲିଫର୍ଣ୍ଣିଆ ୟୁନିଭର୍ସିଟିର ଗେବଷକମାନେ ପ୍ରଥମ ଥର ଏହି ସୂଚନା ଦେଇଛନ୍ତି।  ବିଭିନ୍ନ ବ୍ଲଡ ଗ୍ରୁପର ରୋଗ ଭିନ୍ନ ଭିନ୍ନ ହୋଇଥାଏ। ତେବେ ଏମିତି କିଛି ବ୍ଲଡ ଗ୍ରୁପର ଲୋକେ ଅଛନ୍ତି ଯେଉଁମାନେ ଅନ୍ୟ ବ୍ଲଡ ଗ୍ରୁପର ଲୋକଙ୍କ ଠାରୁ ଅଧିକ ଅସୁସ୍ଥ ହୋଇଥାନ୍ତି ଓ ଥରେ ଅସୁସ୍ଥ ହେଲେ ସେମାନଙ୍କୁ ସୁସ୍ଥ ହେବାକୁ ବି ଅଧିକ ସମୟ ଲାଗେ। ତେବେ ଆସନ୍ତୁ ଜାଣିବା କେଉଁ ବ୍ଲଡ ଗ୍ରୁପର ଲୋକେ ଜୀବନ କାଳରେ ଅଧିକ ଅସୁସ୍ଥହୋଇଥାନ୍ତି।

{"id":176100}

ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅନୁଧ୍ୟାନରୁ 'ଓ' ନେଗେଟିଭ ବ୍ଲଡ ଗ୍ରୁପର ଲୋକେ ଅନ୍ୟ ବ୍ଲଡଗ୍ରୁପ ତୁଳନାରେ ଅଧିକ ଅସୁସ୍ଥ ହୋଇଥାନ୍ତି। କାରଣ ଏମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ଅନ୍ୟ ଗ୍ରୁପ ତୁଳନାରେ କମ୍ ବୋଲି ଗବେଷକମାନେ କହିଛନ୍ତି। ଏଣୁ ଜୀବନର ଅଧିକାଂଶ ସମୟ ଏମାନଙ୍କର ବିଛଣାରେ କଟିଥାଏ। ଗବେଷକମାନେ ଗବେଷଣାରୁ ଏହି ବ୍ଲଡ ଗ୍ରୁପର ଲୋକଙ୍କ ରକ୍ତରେ ପିଏଚ୍ ସ୍ତର ମଧ୍ୟ କମ୍ ଥାଏ। ଯେଉଁଥି ଯୋଗୁ ଏହି ବ୍ଲଡଗ୍ରୁପର ଲୋକଙ୍କଠାରେ ରକ୍ତଚାପଜନିତ ସମସ୍ୟା ସାଙ୍ଗକୁ ରକ୍ତସଞ୍ଚାଳନ ଜନିତ ସମସ୍ୟା ବି ଥାଏ।

{"id":176101,"width":577,"height":326}

ଗବେଷକମାନେ ଏହି ବ୍ଲଡ ଗ୍ରୁପର ୪୯ ଜଣ ଲୋକଙ୍କୁ ନେଇ ଗବେଷଣା କରିଥିଲେ। ଏହି ଗବେଷଣାରେ ଲୋକଙ୍କ ଶାରୀରିକ ଗଠନକୁ ମଧ୍ୟ ସାମିଲ କରାଯାଇଥିଲା। ତେବେ ସେମାନେ ଅନ୍ୟ ବ୍ଲଡ ଗ୍ରୁପ ଲୋକଙ୍କ ଠାରୁ ଅଧିକ ଅସୁସ୍ଥ ହେଉଥିବା ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.