ଏବେ ଏହି ବ୍ୟାଙ୍କର ATMରୁ ଆଉ ମିଳିବନି 2000 ଟଙ୍କାର ନୋଟ୍, ନିଆଯାଇଛି ଏପରି ବଡ ନିଷ୍ପତ୍ତି

Published By : Prameya-News7 Bureau | February 22, 2020 IST

ଚେନ୍ନାଇ ୨୨।୨:  ଏବେ ବ୍ୟାଙ୍କ ଏଟିଏମ ମାନଙ୍କରୁ ଆଉ ମିଳିବନି ୨୦୦୦ ହଜାର ଟଙ୍କାର ନୋଟ୍। ବର୍ତ୍ତମାନ ଲାଗି ଦେଶର କେବଳ ଗୋଟିଏ ବ୍ୟାଙ୍କ ତା ଏଟିଏମରୁ ଏହି ନୋଟ ପ୍ରଦାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।  ଏବେ ଇଣ୍ଡିଆନ ବ୍ୟାଙ୍କ ତାଙ୍କ ଏଟିଏମରେ ଆଉ ୨ହଜାର ଟଙ୍କା ନୋଟ୍ ରଖିବେ ନାହିଁ। ଏ ନେଇ ଚେନ୍ନାଇସ୍ଥିତ ବ୍ୟାଙ୍କ ମୁଖ୍ୟାଳୟରୁ ସମସ୍ତ ଶାଖାମାନଙ୍କୁ ସୂଚତ କରିଦେଇଛନ୍ତି।

{"id":227766,"width":577,"height":394,"sizeSlug":"large"}

ଏଥିଲାଗି ବ୍ୟାଙ୍କ ଯେଉଁ ତର୍କ ରଖିଛନ୍ତି ସେଥିରେ ଗ୍ରାହକଙ୍କ ଖୁଚୁରା ଜନିତ ସମସ୍ୟା ଅଧିକ ହେଉଥିବାର କହିଛନ୍ତି। ଗ୍ରାହକ ଏଟିଏମରୁ ୨ହଜାର ଟଙ୍କା ନୋଟ ନେଇ ଖୁଚୁରା କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି। ଏଣୁ ଏଟିଏମରୁ ମାର୍ଚ୍ଚ ୧ ତାରିଖରୁ କେବଳ ୧୦୦,୨୦୦ ଓ ୫୦୦ ଟଙ୍କା ନୋଟ ମିଳିବ ବୋଲି ଜଣାଇଛନ୍ତି। ଏହା ସହ ଏଟିଏମରେ ୨୦୦୦ ଟଙ୍କା ନୋଟ ରହୁଥିବା କ୍ୟାସେଟ୍‌କୁ ଡିସାବଲ କରିଦିଆଯିବ।

{"id":227767,"width":580,"height":774,"sizeSlug":"large"}

ତେବେ ବ୍ୟାଙ୍କ ବ୍ରାଞ୍ଚରେ ୨୦୦୦ ଟଙ୍କା ନୋଟର ନେଣଦେଣରେ କୌଣସି ଅସୁବିଧା ନଥିବାର ବ୍ୟାଙ୍କ ଜଣାଇଦେଇଛନ୍ତି। ଏଟିଏମରୁ ୨୦୦୦ ଟଙ୍କା ଉଠାଇ ଖୁଚୁରା କରିବା ଲାଗି ଶାଖାକୁ ଯିବା ଏଭଳି ନୋଟ ଉପଲବ୍ଧ କରାଯିବାର ଆବଶ୍ୟକତା ନେଇ ବ୍ୟାଙ୍କ ପ୍ରଶ୍ନ କରିଛନ୍ତି।   ତେବେ ଏହା ବଦଳେ ଏଟିଏମରୁ ଏବେ ଅଧିକ ୨୦୦ ଟଙ୍କାର ନୋଟ ମିଳିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.