Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆପଣଙ୍କ ଫୋନ୍‌ରେ ଏହି ଆପ ଅଛି କି? ବ୍ୟାଙ୍କ ଆକାଉଣ୍ଟ ହୋଇପାରେ ହ୍ୟାକ୍

25/04/2019 at 11:41 AM

ଉନ୍ନତ ଟେକ୍‌ନୋଲୋଜିର ସ୍ମାର୍ଟଫୋନ ଯେତିକି ସୁବିଧା ଦେଇଥାଏ ସେତିକି କ୍ଷତିକାରକ ମଧ୍ୟ ହୋଇଥାଏ। ସାଧାରଣତଃ ଆଜିକାଲି ଲୋକେ ଫୋନ୍‌ରେ ବହୁ ଆପଲିକେସନ ରଖନ୍ତି। କାରଣ ଏହିସବୁ ଆପ୍‌ ଦ୍ବାରା ଲୋକଙ୍କର କାମ ସହଜ ହୋଇଯାଇଥାଏ। କିନ୍ତୁ ଏମିତି ଏକ ଆପ୍‌ ଏଛି ଯାହା ଦ୍ୱାରା ଆପଣଙ୍କ ବ୍ୟାଙ୍କର ପ୍ରତ୍ୟେକ ସୂଚନା ଚୋରି ବା ହ୍ୟାକ୍‌ ହୋଇପାରିବ। ତେଣୁ ଏଭଳି ଆପ ପ୍ରତି ସତର୍କ ହେବା ଜରୁରୀ ।
ସୂଚନାଯୋଗ୍ୟ ଯେ, ଏବେ କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଅଫ ଇଂଡିଆ(RBI) ଏକ ଏଡଭାଇଜରୀ ଜାରି କରିଛି। ଏନି ଡେସ୍କ ନାମକ ଏକ ଆପ୍‌ଠୁ ଦୂରେଇ ରହିବା ପାଇଁ ଆରବିଆଇ ପକ୍ଷରୁ ସାବଧାନ କରିଦିଆଯାଇଛି। ଏହି ଆପ୍‌ ଆରବିଆଇର ବୋଲି ମିଛ ସୂଚନା ଦେଇ ଲୋକଙ୍କୁ ଭ୍ରମିତ କରାଯାଉଛି ବୋଲି ମଧ୍ୟ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏହି ଆପ୍‌ ଦ୍ବାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ କୌଣସି ମୂହୁର୍ତ୍ତରେ ଖାଲି ହୋଇପାରେ। ଏନି ଡେସ୍କ ନାମକ ଏହି ଆପ୍‌ ରିମୋଟ ଆକସେସ୍‌ର ସୁବିଧା ଦେଇଥାଏ। ତେଣୁ କୌଣସି ହ୍ୟାକର ଏହି ରିମୋଟ ଆକସେସ୍‌ ଦ୍ବାରା ଫୋନ୍‌ର ୱାଲେଟ୍‌ ଓ ୟୁପିଆଇ ଆକାଉଣ୍ଟରୁ ଟଙ୍କା ଚୋରି ହୋଇପାରେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଏନି ଡେସ୍କ ନାମକ ଏହି ଆପ୍‌କୁ ଡାଉନଲୋଡ କରିବା ପାଇଁ ଫ୍ରଡ କଲ କରାଯାଏ। ବ୍ୟାଙ୍କରୁ କଲ କରୁଛୁ ବୋଲି କହି ବିଶ୍ବାସ ଜନ୍ମାଇବା ସହ ହ୍ୟାକର ଲୋକଙ୍କୁ ଏହି ଆପ ଡାଉନଲୋଡ କରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଇଥାଏ ।
କେବଳ ସେତିକି ନୁହଁ ଏହି କଲ କରି ଲୋକଙ୍କ ନାଁ, ମୋବାଇଲ ନମ୍ୱର ଓ ଅନ୍ୟ ବ୍ୟକ୍ତିଗତ ସୂଚନା ବିଷୟରେ ପଚାରାଯାଏ । ଏନି ଡେସ୍କ ଆପ ଦ୍ବାରା ଫୋନ୍‌ର ଆକ୍‌ସେସ କମ୍ପ୍ୟୁଟର ବା ଅନ୍ୟ ଫୋନ୍‌କୁ ଦେଇଥାଏ। ଆକ୍‌ସେସର ପରମିସନକୁ OK କରିଲେ ଫୋନ ବ୍ୟବହାର କରୁଥିବା ଲୋକର ପୂରା ଡିଭାଇସ୍‌ ସାମ୍ନା ଲୋକ କଣ୍ଟ୍ରୋଲ କରିଥାଏ। ହ୍ୟାକର୍ସଙ୍କ ପାଖରେ ଫ୍ରଡ କରିବାର ଅନେକ ଉପାୟ ଥାଏ ଯାହା ଦ୍ବାରା ଅନେକ ସାଧାରଣ ଲୋକେ ଏହି ଜାଲର ଶିକାର ହୁଅନ୍ତି। ତେଣୁ ଯଦି ଆପଣଙ୍କ ପାଖକୁ ଏମିତି କୌଣସି କଲ ଆସୁଛି ତାହେଲେ ଏହି ମାମଲାରେ ସତର୍କ ହେବା ଆବଶ୍ୟକ। ଫ୍ରଡ କଲ ଆସିଲେ ମଧ୍ୟ ବ୍ୟାଙ୍କ ଜଡିତ କିଛି ସୂଚନା ଦେବା ଅନୁଚିତ।

   Related Posts