Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ବ୍ୟକ୍ତିର ସ୍ବର ଶୁଣି କୋଭିଡ-୧୯ର ଲକ୍ଷଣ ଦେଖାଇଦେବ ଏହି ଆପ୍, ଜାଣନ୍ତୁ କିଭଳି

8/04/2020 at 1:11 PM

ନୂଆଦିଲ୍ଲୀ ୮।୪: କୋଭିଡ-୧୯କୁ ନେଇ ସମଗ୍ର ବିଶ୍ବରେ ଅନେକ ଆପ୍ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଏକ ନୂଆ ପ୍ରକାରର ଆପ୍ ଆସିଛି । କାର୍ନେଗି ମେଲନ୍ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନେ ସ୍ବରକୁ ବିଶ୍ଳେଷଣ କରି କରୋନାର ଲକ୍ଷଣ ଚିହ୍ନଟ କରୁଥିବା ଏକ ଆପ୍ ଡିଜାଇନ୍ କରିଛନ୍ତି ।

ଯଦିଓ ଏହି ଆପ୍ ଉପରେ ସଂପୂର୍ଣ୍ଣ ବିଶ୍ବାସ କରାଯାଇପାରିବ ନାହିଁ । ଆପ୍ ମାଧ୍ୟମରେ ଭଏସ୍ ଆନାଲାଇଜ୍ ହେବା ପରେ ଯେଉଁ ଫଳାଫଳ ଏଟାରେ ଦେଖାଦେବ ଏହା ଆଧାରାରେ ଲୋକମାନେ ଏହା ନିର୍ଣ୍ଣୟ କରିପାରିବେ ଯେ କରୋନା ପରୀକ୍ଷା କରିବା ଆବଶ୍ୟକ କି ନୁହେଁ ।

ଏହି ଆପର ନାମ COVID Voice Detector ରଖାଯାଇଛି । ବାସ୍ତବରେ, ଏହା କେବଳ ସ୍ବରକୁ ବିଶ୍ଳେଷଣ କରେ ନାହିଁ, ବରଂ ଆପଣଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚରିଥାଏ । କାର୍ନେଗି ମେଲନ୍ ବିଶ୍ବବିଦ୍ୟାଳୟର ଗବେଷକ ବେନଜାମିନ୍ ଷ୍ଟ୍ରିନର୍ କହିଛନ୍ତି ଯେ, ଅନେକ ଆପ୍ ଅଛି ଯାହା ଶସ୍ତା ଏବଂ ଫାଷ୍ଟ ଡାଇଗ୍ନୋସିସ୍ କରିବାକୁ ଦାବି କରନ୍ତି । ସେମାନଙ୍କ ମଧ୍ୟରୁ କେତେକ ଭଲ ମଧ୍ୟ । କିନ୍ତୁ ଏହି ପ୍ରକାରର ଆପ୍ ଆସିନାହିଁ ।

ଏହି ଆପରେ ଲଗ୍ ଇନ୍ କରିବା ସମୟରେ ଆପଣଙ୍କୁ ତିନିଥର କାଶିବାକୁ କୁହାଯିବ । ଏହାପରେ ଆପଣଙ୍କୁ କିଛି କହିବାକୁ କୁହାଯିବ । ଆପ୍ ଅନୁଯାୟୀ ଏହାଦ୍ବାରା ସଂପୃକ୍ତ ବ୍ୟକ୍ତିଙ୍କ ଫୁସଫୁସ କ୍ଷମତା ବିଶ୍ଳେଷଣ କରାଯିବ ।

ଏହି ଆପ୍ ଦାବି କରିଛି ଯେ, ଏହି ସମଗ୍ର ପ୍ରକ୍ରିୟା ପାଇଁ ୫ ମିନିଟରୁ କମ୍ ସମୟ ଲାଗିବ । ପରୀକ୍ଷା ଶେଷରେ ଆପଣଙ୍କୁ ୧ ରୁ ୧୦ ମଧ୍ୟରେ ଫଳାଫଳ ଦିଆଯିବ । ଏହି ସ୍କୋର ଉପରେ ଆଧାର କରି, ଆପଣ ଜାଣିବେ ଯେ ଆପଣଙ୍କର COVID-19 ର ଲକ୍ଷଣ ଅଛି କି ନାହିଁ ।

ପରୀକ୍ଷା ପୂର୍ବରୁ ଉପଭୋକ୍ତାଙ୍କୁ ନିଜ ଓଜନ ଏବଂ ଉଚ୍ଚତା ଭଳି ସବିଶେଷ ତଥ୍ୟ ପୂରଣ କରିବାକୁ ପଡିବ । ଅନୁସନ୍ଧାନକାରୀମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏହା କୌଣସି ଡାଇଗ୍ନୋସିସ୍ ବ୍ୟବସ୍ଥା ନୁହେଁ, ତେଣୁ ଏହାକୁ ମେଡିକାଲ ଲ୍ୟାବ୍ ପରୀକ୍ଷଣର ବିକଳ୍ପ ଭାବରେ ଦେଖାଯିବା ଉଚିତ୍ ନୁହେଁ ।

ସୂଚନାଯୋଗ୍ୟ ଯେ, କରୋନାକୁ ନେଇ ଅନେକ ପ୍ରକାରର ଆପ୍ ପ୍ରସ୍ତୁତ କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ଲକ୍ଷଣ କହିବାକୁ ଦାବି କରୁଥିବାବେଳେ ଅନେକ ଆପ୍ କରୋନା ରୋଗୀଙ୍କୁ ଟ୍ରାକ୍ କରିଥାନ୍ତି । ସରକାର ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ମଧ୍ୟ ଏହି କୋଭିଡ-୧୯କୁ ନେଇ ଆପ୍ସ ଲଞ୍ଚ୍ କରାଯାଇଛି ।

   Related Posts