ଏହି ଅନାମ ଭାରତୀୟ ଓ୍ଵିକେଟ୍ କିପର ଭାଙ୍ଗିଲେ ବିଶ୍ଵ ରେକର୍ଡ, ୧୭ ଛକା ସହ ପୂରା କଲେ ଶତକ

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ ୧୩।୦୧: ଦେଶରେ ସୈୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫି ଆରମ୍ଭ  ହୋଇ ସାରିଛି। ଅଲଗା ଅଲଗା ରାଜ୍ୟର ଦଳ ଗୁଡିକ ମଧ୍ୟରେ ପ୍ରତି ଦିନ ଟି-୨୦ ଲଢେଇ ଦେଖିବାକୁ ମିଳୁଛି। ମହାମାରୀ କାରଣରୁ ଦୀର୍ଘ ୯ ମାସର ଲମ୍ବା ସମୟ ପରେ ଦେଶରେ ପୁଣି ଥରେ କ୍ରିକେଟ୍ ଖେଳ ଆରମ୍ଭ ହୋଇ ଯାଇଛି। ଏହି ଟୂର୍ଣ୍ଣାମେଣ୍ଟରେ ଖେଳାଳି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାରେ ଲାଗିପଡିଛନ୍ତି। ଏହି କ୍ରମରେ ବୁଧବାର କ୍ରିକେଟ୍‌ରେ ଏକ ନୂତନ ଇତିହାସ ରଚା ଯାଇଛି। ମେଘାଳୟର ଓ୍ଵିକେଟ୍ କିପର ତଥା ଅଧିନାୟକ ପୁନିତ ବିଷ୍ଟ ଛକା-ଚୌକା ବର୍ଷା କରି ନୂତନ ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି।

{"id":391723,"sizeSlug":"large","linkDestination":"none"}

ବିଷ୍ଟ ମିଜୋରାମ ବିପକ୍ଷ ମ୍ୟାଚ୍‌ରେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ମାତ୍ର ୫୧ ବଲ୍‌ରୁ ୧୪୬ ରନର ଅପରାଜିତ ବିସ୍ଫୋରକ ଇନିଂସ ଖେଳିଛନ୍ତି। ନିଜର ଏହି ଧୂଆଁଧାର ଇନିଂସରେ ସେ ୬ ଚୌକା ଓ ୧୭ ବିଶାଳ ଛକା ମାରିଛନ୍ତି। ନିଜର ୧୪୬ ରନରୁ କେବଳ ଛକା-ଚୌକାରୁ ସେ ୧୨୬ ରନ ସଂଗ୍ରହ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୮୬ରୁ ଅଧିକ ରହିଛି। ବିଷ୍ଟଙ୍କ ଏହି ଇନିଂସ ବଳରେ ମେଘାଳୟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୩୦ ରନର ବିଶାଳ ସ୍କୋର କରିଛି।

{"id":391724,"sizeSlug":"large","linkDestination":"none"}

ମେଘାଳୟର ଏହି ୩୪ ବର୍ଷୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ନିଜର ଏହି ବିସ୍ଫୋରକ ବ୍ୟାଟିଂ ଦ୍ଵାରା ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଏବେ ଟି-୨୦ରେ ସର୍ବୋଚ୍ଚ ସ୍କୋର କରିବାରେ ଓ୍ଵିକେଟ୍ କିପର ଅଧିନାୟକ ହେବାର ଉପଲବ୍ଧି ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଭାରତୀୟ ଦଳର ତାରକା ବ୍ୟାଟସମ୍ୟାନ କେଏଲ ରାହୁଲଙ୍କ ନାମରେ ଥିଲା।

{"id":391725,"sizeSlug":"large","linkDestination":"none"}

ରାହୁଲ କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳି ଆଇପିଏଲ ୨୦୨୦ରେ ଆରସିବି ବିରୋଧରେ ୧୩୨ ରନର ଇନିଂସ ଖେଳିଥିଲେ।  ଅନ୍ୟପଟେ ଏହି ମାମଲାରେ ତୃତୀୟରେ ଅଛନ୍ତି ଝାଡଖଣ୍ଡ ପକ୍ଷରୁ ଖେଳୁଥିବା ଇଶାନ କିଷନ। ସେ ୨୦୧୯ରେ ୧୧୩ ରନର ଅପରାଜିତ ଇନିଂସ ଖେଳିଥିଲେ। ସବୁଠୁ ବଡ କଥା ଟି-୨୦ର ଏହି ରେକର୍ଡ ତିନି ଥର ଭାରତୀୟ ବ୍ୟାଟସମ୍ୟାନଙ୍କ ଦ୍ଵାରା ସ୍ଥାପନ ହୋଇଛି ଏବଂ ଭଙ୍ଗା ମଧ୍ୟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.