ମୁମ୍ବାଇ ୧୦/୦୭ : ଭାରତରେ ଏମିତି ଅନେକ ମନ୍ଦିର ଅଛି ଯାହାର ନକ୍ସା ଅଦ୍ଭୁତ ଏବଂ ରହସ୍ୟମୟ। ସେଥିରୁ ଗୋଟିଏ ହେଲା କୈଳାସ ମନ୍ଦିର। କୈଳାସ ମନ୍ଦିର ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲାରେ ସ୍ଥିତ ଏଲୋରାରେ ରହିଛି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପଥର କାଟି ଏହି ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିର ଭଗବାନ ଶିବଙ୍କ ୨୪ ମନ୍ଦିର ଓ ମଠ ସମୂହର ଏକ ଅଂଶ ଯାହା ଏଲୋରା ଗୁମ୍ଫା ନାଁରେ ପରିଚିତ। ଇତିହାସରେ ଅନେକ ସର୍ବୋତ୍ତମ କାରିଗର ଥିଲେ ବୋଲି ଏହି ମନ୍ଦିର ଏହାର ପ୍ରମାଣ। ଭାରତରେ ଏମିତି ଅନେକ ମନ୍ଦିର ଅଛି ଯାହାର କାରୁକାର୍ଯ୍ୟ ମନମୁଗ୍ଧକର। ପୁରାତନ ଶିଳ୍ପୀଙ୍କର ଶିଳ୍ପ ସମ୍ବନ୍ଧରେ ଅଦ୍ଭୁତ ଜ୍ଞାନ ଥିଲା।
{"id":478624,"width":831,"height":436,"sizeSlug":"large","linkDestination":"none"}ଏହି ଆକର୍ଷଣୀୟ ମନ୍ଦିର ରାଷ୍ଟ୍ରକୁଟ ବଂଶର ରାଜା ନରେଶ କୃଷ୍ଣ ପ୍ରଥମ ନିର୍ମାଣ କରିଥିଲେ। ରାଷ୍ଟ୍ରକୁଟ ବଂଶ ଷଷ୍ଠ ଓ ଦଶମ ଶତାବ୍ଦୀ ମଧ୍ୟରେ ଭାରତୀୟ ଉପମହାଦ୍ଵୀପର ବଡ ଅଂଶ ଉପରେ ଶାସନ କରିଥିଲେ। ୧୫୪ ଫୁଟ ଚୌଡା ଏହି ମନ୍ଦିର ଗୋଟିଏ ପଥରକୁ କାଟି ନିର୍ମାଣ କରାଯାଇଛି। ଉପରୁ ତଳ ଆଡକୁ ଏହାକୁ ନିର୍ମାଣ କରାଯାଇଛି।
{"id":478625,"width":828,"height":547,"sizeSlug":"large","linkDestination":"none"}୪୦ ହଜାର ଟନ ଓଜନ ପଥର ଚଟ୍ଟାନକୁ ହଟାଇ ଏହି ମନ୍ଦିର ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ। ପ୍ରଥମେ ପଥର ଖଣ୍ଡକୁ ଅଲଗା କରାଯାଇଥିଲା ଓ ପରେ ଭିତର ଓ ବାହାରକୁ କାଟି ୯୦ ଫୁଟ ଉଚ୍ଚ ମନ୍ଦିର ଗଢାଯାଇଥିଲା।
ଏଲୋରାରେ ୩ ପ୍ରକାର ଗୁମ୍ଫା ଅଛି
୧. ମହାୟାନି ବୌଦ୍ଧ ଗୁମ୍ଫା
୨. ପୌରାଣିକ ହିନ୍ଦୁ ଗୁମ୍ଫା
୩. ଦିଗାମ୍ବର ଜୈନ ଗୁମ୍ଫା
ଏହି ଗୁମ୍ଫାମାନଙ୍କ ମଧ୍ୟରେ ଗୋଟିଏ ଗୁମ୍ଫା ୧୨ ମହଲା ବିଶିଷ୍ଟ ଯାହା କୈଳାସ ମନ୍ଦିର ନାମରେ ଜଣାଶୁଣା।