Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ପାକିସ୍ତାନର ଏହି ଆଙ୍କର ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତକୁ ନେଇ କହିଲେ ଏହି ଆପତ୍ତିଜନକ କଥା : ଭିଡିଓ ଭାଇରାଲ

24/02/2019 at 3:41 PM

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ  ସ୍ଥିତି ଲାଗିରହିଥିବାବେଳେ ଦୁଇ ଦେଶର ଟିଭି ଚ୍ୟାନେଲ୍ ଟିଆରପି ବଢାଇବା  ପାଇଁ ବିଭିନ୍ନ କୈାଶଳ ଅବଲମ୍ବନ କରୁଛନ୍ତି। ସୀମାରେ ଚିନ୍ତାଜନକ ପରିସ୍ଥିତି ଲାଗିରହିଛି କିନ୍ତୁ ଟିଭି ଷ୍ଟୁଡିଓରେ ଆକ୍ରମଣାତ୍ମକ ଉପସ୍ଥାପନା ଜାରୀ ରଖାଯାଇଛି ।  ପାକିସ୍ତାନୀ ଚ୍ୟାନେଲର ଏପରି ଅନେକ ଭିଡିଓ ଏବେ ଭାଇରାଲ ହୋଇଛି। ଯାହା ଭାରତର ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରୁଛି ।

ଖାସ୍ କରି ପାକିସ୍ତାନର ଆଙ୍କର କିରଣ ନାଜଙ୍କର ଏକ କାର୍ଯ୍ୟକ୍ରମର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ଅତ୍ୟନ୍ତ ଖରାପ ଭାବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟୁଶବ୍ଦ ପ୍ରୟୋଗ କରିଛନ୍ତି।

ପାକିସ୍ତାନର ସମା ଟିଭିରେ ଦେଉଥିବା ‘ସାତ୍ ସେ ଆଠ୍’ କାର୍ଯ୍ୟକ୍ରମର ଆରମ୍ଭ ପାକ୍ ଆଙ୍କର ନାଜ ଅଭିନବ ଶୈଳୀରେ କରନ୍ତି। ଏହାପରେ ସେ ସିଆରପିଏଫ ସହିଦ ଯବାନଙ୍କୁ ଛେଳି ସହ ତୁଳନା କରିଛନ୍ତି ଏବଂ ମୋଦିଙ୍କୁ ଚା’ବାଲା ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଜ୍ଞାନୀ କହି ଭାରତ ବିଷୟରେ ଅଭଦ୍ର ଟିପ୍ପଣୀ ଦେଇଛନ୍ତି।

ପାକିସ୍ତାନର ଏହା ଏକମାତ୍ର ଭିଡିଓ ନୁହେଁ। ଏହା ବ୍ୟତୀତ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲର ଏପରି ବହୁତ ଭିଡିଓ ରହିଛି ଯାହାକୁ ଦେଖି ଆପଣ ଚକିତ ହୋଇଯିବେ। ଆଗକୁ ନିର୍ବାଚନ ଥିବାରୁ ଯବାନମାନଙ୍କୁ ମୋଦି ବଳି କା ବକ୍ରା ବନାଇଛନ୍ତି ବୋଲି କହିଛନ୍ତି । ପାକିସ୍ତାନ ସହ ବିଶ୍ବକପ କ୍ରିକେଟ ନଖେଳିବା ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ମଧ୍ୟ ପ୍ରଚଣ୍ଡ କଟୁଶବ୍ଦ କହିଛନ୍ତି ସେ ।

   Related Posts