ମହିଳା ଇଞ୍ଜିନିୟରଙ୍କ ଦେହରେ ୨ଟି ଚିପ୍ : କବାଟ ଖୋଲିବା ଓ ମେସେଜ୍‌ ପଠାଇବା ଭଳି କାମ କରୁଛି ଏହି ଡିଭାଇସ୍

Published By : Prameya-News7 Bureau | December 23, 2019 IST

୩୧ ବର୍ଷୀୟ ମହିଳା ଇଞ୍ଜିନିୟର ଓ୍ବିଣ୍ଟର ମ୍ରାଜ୍, ଆମେରିକାରେ ବାୟୋନିକ ବୁମନ ନାମରେ ପରିଚିତ। ଏହି ମହିଳା ନିଜ ହାତରେ ଦୁଇଟି ଚିପ୍ ଇମ୍ପ୍ଲାଣ୍ଟ କରିଛନ୍ତି। ଏହି ଚିପ୍‌ ମାଧ୍ୟମରେ ଗୋଟିଏ କବାଟ ଖୋଲିବା ଓ ବ୍ୟବସାୟ କାର୍ଡ ବ୍ୟବହାର ପାଇଁ ମେସେଜ୍‌ ପଠାଯାଇପାରେ।

{"id":201439,"sizeSlug":"large"}

ଟିଭି କାର୍ଯ୍ୟକ୍ରମରେ ଓ୍ବିନଣ୍ଟର ଏହି ଚିପ୍‌ ବିଷୟରେ ଖୁଲାସା କରିଛନ୍ତି। ମ୍ରାଜ୍‌ଙ୍କ କହିବା ଅନୁସାରେ ଦୁଇଟି ଚିପ ବ୍ୟତୀତ ସେ ହାତର ଆଙ୍ଗୁଳିରେ ମ୍ୟାଗନେଟ ଏବଂ ବାହୁରେ ଦୁଇଟି ଫ୍ଲାଶ୍ ଲାଇଟ୍ ଲଗାଇଛନ୍ତି। ଏହା ଦ୍ବାରା ତାଙ୍କର ନିତିଦିନିଆ ସହଜରେ ହୋଇପାରେ।

{"id":201441,"sizeSlug":"large"}

ଏହା ସହ ଓ୍ବିଣ୍ଟର କହିଛନ୍ତି ଯେ, ଏକ କାର ଦୁର୍ଘଟଣା ପରେ ସାଧାରଣ ମହିଳାରୁ ବାୟୋନିକ ମହିଳା ହେବାର ଆରମ୍ଭ ହୋଇଥିଲା । ଏହି କାର ଦୁର୍ଘଟଣାରେ ତାଙ୍କର ବେକ, ଆଣ୍ଠୁ, ପାଦର ଗଣ୍ଠି ଭାଙ୍ଗି ଯାଇଥିଲା। ଏଥିପାଇଁ ତାଙ୍କର ସର୍ଜରୀ ହୋଇଥିଲା। ତାଙ୍କର ଗୋଟିଏ ଆଣ୍ଠୁର କ୍ୟାପ୍ ୩ଡି ପ୍ରିଣ୍ଟର।

{"id":201442,"width":560,"height":294,"sizeSlug":"large"}

ସର୍ଜରୀର ଗୋଟେ ବର୍ଷ ପରେ ସେ ନିଜ ଜୀବନକୁ ସହଜ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ନିଜ ଶରୀରରେ ସେ କିଛି ଜିନିଷ ଇମ୍ପ୍ଲିମେଣ୍ଟ କରାଇଥିଲେ। ଜଣେ ପଡ଼ୋଶୀ ତାଙ୍କୁ ଶରୀରରେ ଚିପ୍ ଲଗାଇବାର ପରାମର୍ଶ ଦେଇଥିଲେ। ଏହା ପରେ ତାଙ୍କ ଜୀବନ ଖୁବ ଆରାମଦାୟକ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.