Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଟି-୨୦ ବିଶ୍ଵ କପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବେ ଏହି ଷ୍ଟାର ଖେଳାଳି, ଏହି ଦଳ ପକ୍ଷରୁ ଖେଳିଛନ୍ତି ଆଇପିଏଲ

12/09/2021 at 10:19 PM

ଚେମସଫୋର୍ଡ ୧୨।୦୯: ଟି-୨୦ ବିଶ୍ଵ କପ୍‌ କ୍ରିକେଟ୍‌ରୁ ଅବସର ନେବେ ନେଦରଲାଣ୍ଡର ଷ୍ଟାର ଅଲରାଉଣ୍ଡର ରିୟାନ ଟେନ ଡୋଇଶେ। ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପରେ କ୍ରିକେଟ୍‌ରୁ ଅବସର ନେବାକୁ ସେ ନିଷ୍ପତ୍ତି ନେଇଛନ୍ତି। ୪୧ ବର୍ଷୀୟ ଡୋଇଶେଙ୍କୁ ଆଗାମୀ ଟି-୨୦ ବିଶ୍ଵ କପ୍‌ ପାଇଁ ନେଦରଲାଣ୍ଡ ଦଳରେ ସ୍ଥାନ ମିଳିଛି।

ରିୟାନ ଟେନ୍ ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ଦକ୍ଷିଣ ଆଫ୍ରିକାର ଏକ ପ୍ରି ସିଜିନ ମ୍ୟାଚ୍‌ରେ ନିଜ ପ୍ରଦର୍ଶନରେ ରିୟାନ ଦିଗ୍‌ଜ ଖେଳାଳି ଗ୍ରାହାମ ଗୁଚ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ୨୦୦୭ରେ ଡୋଇଶେଙ୍କୁ  ଏସେକ୍ସ କ୍ଲବ୍ ତରଫରୁ ଖେଳିବାର ସୁଯୋଗ ମିଳିଥିଲା। ନେଦରଲାଣ୍ଡର ପ୍ରସିଦ୍ଧ କ୍ରିକେଟର ରିୟାନ ଟେନ୍ ଡୋଇଶେ ସମସ୍ତ ଫର୍ମାଟ୍‌ରେ ୫୫୩ ମ୍ୟାଚ୍ ଖେଳି ୧୭,୦୪୬ ରନ କରିବା ସହିତ ୩୪୮ ଓ୍ଵିକେଟ୍ ନେଇଛନ୍ତି। କ୍ରିକେଟ୍ ପ୍ରେମୀଙ୍କ ଗହଣରେ ସେ ଖୁବ୍ ଲୋକପ୍ରିୟ।

ଏସେକ୍ସ ପକ୍ଷରୁ ହୋଇଥିବା ଟ୍ଵିଟ୍‌ରେ ରିୟାନ୍‌ କହିଛନ୍ତି, ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଯେଉଁମାନେ ମୋ ସହିତ କ୍ଲବରେ ଖେଳିଛନ୍ତି। ବହୁତ କିଛି ଶିଖିବାକୁ ମିଳିଛି। କ୍ଲବର ସଦସ୍ୟ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି।

ରିୟାନ ନେଦରଲାଣ୍ଡ ପକ୍ଷରୁ ୩୩ଟି ଦିନିକିଆ ଓ ୨୨ଟିଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥିସହିତ ରିୟାନ୍ ଆଇପିଏଲ ମଧ୍ୟ ଖେଳିଛନ୍ତି। ସେ ୨୦୧୧-୨୦୧୫ ପର୍ଯ୍ୟନ୍ତ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳିଥିଲେ। ସେ କେକେଆର ପାଇଁ ମୋଟ ୨୯ଟି ମ୍ୟାଚ୍‌ ଖେଳିଛନ୍ତି। ୨୩.୨୮ ହାରରେ ସେ ୩୨୬ ରନ୍‌ ସ୍କୋର କରିବା ସହିତ ଆଇପିଲରେ ୨ଟି ଓ୍ବିକେଟ ନେଇଛନ୍ତି।

   Related Posts