ସନି ଲିଓନିଙ୍କଠୁ ବି ଅଧିକ ବୋଲ୍ଡ ଭୂମିକାରେ ଅଭିନୟ କରିବେ ଏହି ଅଭିନେତ୍ରୀ : ଜାଣନ୍ତୁ କିଏ
3/03/2019 at 11:05 AM

ମୁମ୍ବାଇ ୩/୩: ଦକ୍ଷିଣ ଭାରତୀୟ ଫିଲ୍ମ ‘ବାହୁବଳି’ କେବଳ ଭାରତରେ ନୁହେଁ ବରଂ ପୂରା ଦୁନିଆରେ ସଫଳତାର ସ୍ବାଦ ଚାଖିଥିଲା। ଏହି ଫିଲ୍ମରେ ସମସ୍ତ କଳାକାର ଖୁବ୍ ଭଲ ଅଭିନୟ କରିଥିଲେ।

କିନ୍ତୁ ଫିଲ୍ମରେ ବାହୁବଳି ଓରଫ ପ୍ରଭାସଙ୍କ ମାଆ ଶିବଗାମୀଙ୍କ ଭୂମିକାରେ ଅଭିନୟ କରିଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରାମ୍ୟା କୃଷ୍ଣନଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ମତୁଆଲା କରେ । କିନ୍ତୁ ସେ ଏବେ ଏକ ଏପରି ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଯାହା ଜାଣି ଆଶ୍ଚର୍ଯ୍ୟ ହେବେ।

ରାମ୍ୟା କୃଷ୍ଣନଙ୍କ ଆଗାମୀ ଫିଲ୍ମ କଥା କହିବା ଯଦି ସେ ଖୁବ୍ ଶୀଘ୍ର ‘‘ସୁପର ଡିଲକ୍ସ’’ରେ ନଜର ଆସିବେ। ରାମ୍ୟା ଏହି ତାମିଲ ଫିଲ୍ମରେ ପର୍ଣ୍ଣ ଷ୍ଟାରର ଭୂମିକାରେ ଅଭିନୟ କରିବେ। ନିର୍ଦ୍ଦେଶକ ଯେତେବେଳେ ଏହି ରୋଲ୍ ତାଙ୍କୁ ଅଫର କରିଥିଲେ ସେ ପ୍ରଥମେ ମନା କରିଥିଲେ। କିନ୍ତୁ ପରେ ଏହି ରୋଲ୍ କରିବାକୁ ମାନିଯାଇଥିଲେ। ସେ ଏଥିରେ ‘ଲୀଲା’ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଫିଲ୍ମର ନିର୍ଦ୍ଦେଶକ ତ୍ୟାଗରାଜନ କୁମାରରାଜ। ରାମ୍ୟାଙ୍କ ବ୍ୟତୀତ ଏହି ଫିଲ୍ମରେ ସାମନ୍ତା ଏବଂ ବିଜୟ ସେତୁପତି ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସାମନ୍ତା ଏହି ଫିଲ୍ମରେ ୨ଟି ଅଲଗା ଗେଟ୍ ଅପରେ ଅଭିନୟ କରିବେ।
