ଗବ୍ବର ପ୍ରେମରେ ପାଗଳ ଥିବା ଏହି ସୁନ୍ଦରୀ ଅଭିନେତ୍ରୀ ଏବେ ଯାଏଁ କରିନାହାନ୍ତି ବିବାହ, ଅମଜାଦଙ୍କ ମୃତ୍ୟୁ ପରେ ଛାଡିଥିଲେ ଭାରତ !
13/11/2019 at 1:03 PM

ମୁମ୍ବାଇ୧୩|୧୧: ବଲିଉଡର ଗବ୍ବର ଅମଜାଦ ଖାନଙ୍କ ଜନ୍ମ ୧୯୪୦ ମସିହା ନଭେମ୍ବର ମାସ ୧୨ତାରିଖରେ କ୍ବେଟାରେ ହୋଇଥିଲା। ବଲିଉଡରେ ଅମଜଦ ବହୁତ ଫିଲ୍ମରେ ଅଭିନୟ କରିଛନ୍ତି ସତ ହେଲେ ସେ ସବୁଠୁ ଅଧିକ ଶୋଲେ ଫିଲ୍ମ ପାଇଁ ଚର୍ଚ୍ଚିତ। ଶୋଲେରେ ଅମଜାଦଙ୍କ ଭୂମିକା ପାଇଁ ଲୋକେ ଆଜି ମଧ୍ୟ ତାଙ୍କୁ ମନେ ପକାନ୍ତି। ଗତ ୧୨ ତାରିଖରେ ତାଙ୍କ ଜନ୍ମଦିନ ଥିଲା । ତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଫ୍ୟାନମାନେ ତାଙ୍କ ବିଷୟରେ ଜାମିବାକୁ ଉତ୍ସୁକ ଥାଆନ୍ତି । ଖଳ ନାୟକ ଚରିତ୍ରରେ କମାଲ କରୁଥିବା ଅମଜାଦ ମଧ୍ୟ ପ୍ରେମ ଜୀବନ ମଧ୍ୟ ବେଶ ଚର୍ଚ୍ଚିତ ଥିଲା ।

ବଲିଉଡର ଜଣେ ସୁନ୍ଦରୀ ଅଭିନେତ୍ରୀ ଅମଜଦଙ୍କ ପ୍ରେମରେ ପାଗଳ ଥିଲେ। ସେହି ଅଭିନେତ୍ରୀଙ୍କ ନାଁ ହେଉଛି କଳ୍ପନା ଆୟର। କଳ୍ପନା ଆୟର ଜଣେ ଏମିତି ଅଭିନେତ୍ରୀ ଯିଏ ଫିଲ୍ମରେ ଆଇଟମ ଗୀତକୁ ଏକ ନୂଆ ପରିଚୟ ଦେଇଥିଲେ। ୮୦ ଦଶକର ଅନେକ ଫିଲ୍ମରେ କଲ୍ପନା ନଜର ଆସିଥିଲେ।

୧୯୯୫ ମସିହାର ଫିଲ୍ମ ରାଜା ହିନ୍ଦୁସ୍ତାନୀର ପରଦେଶୀ-ପରଦେଶୀ ଗୀତରେ କଳ୍ପନାଙ୍କୁ ଦେଖିବାକୁ ମିଳିଥିଲା। ବଲିଉଡର ପ୍ରସିଦ୍ଧ ଖଳନାୟକ ଅମଜଦ ଖାନଙ୍କ ସହ କଳ୍ପନାଙ୍କ ଆଫେୟ ଖୁବ ଚର୍ଚ୍ଚାରେ ଥିଲା। ସୂଚନାଯୋଗ୍ୟ ଯେ, ଅମଜଦଙ୍କ ମୃତ୍ୟୁ ପରେ କଲ୍ପନା ଭାରତ ଛାଡି ଚାଲିଯାଇଥିଲେ। ଏବେ କଳ୍ପନାଙ୍କୁ ୬୫ ବର୍ଷ ଓ ଏଯାଏଁ ସେ ବିବାହ କରିନାହାନ୍ତି।

ଏକ ସାକ୍ଷାତକାରରେ କଳ୍ପନା କହିଥିଲେ ଯେ, ତାଙ୍କ ବିବାହ ନେଇ ଅନେକ ପ୍ରଶ୍ନ ଉଠେ ହେଲେ ସେ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଚାହାନ୍ତି ନାହିଁ। ଏହା ସହ ସେ କହିଛନ୍ତି ଯେ, ବୋଧ ହୁଏ ବିବାହ କରିବା ପାଇଁ ତାଙ୍କର ସାହାସ ନଥିଲା ବା ବିବାହ ଭଳି ବନ୍ଧନ ପାଇଁ ସେ ତିଆରି ହୋଇନାହାନ୍ତି। ସମ୍ପର୍କ ସୃଷ୍ଟି କରିବା ବହୁତ କଷ୍ଟକର। ଏବେ ସେ ଭାବନ୍ତି ଯେ, ଯଦି ସେ ବିବାହ କରିଥାନ୍ତେ ତାହେଲେ ତାଙ୍କର ଆଜି ପିଲାଛୁଆ ଥାନ୍ତେ।

୭୦ ଦଶକରେ କଳ୍ପନା ମଡେଲିଂ କରିବା ଆରମ୍ଭ କରିଥିଲେ। ୧୯୭୮ ମସିହାରେ କଳ୍ପନା ମିସ ଇଣ୍ଡିଆ ପ୍ରତିଯୋଗୀରେ ପ୍ରଥମ ରନରସ ଅପ ଥିଲେ। ସେହି ସମୟରେ ତାଙ୍କୁ ରାଜଶ୍ରୀ ପ୍ରଡକ୍ସନରୁ ଫିଲ୍ମ ମନୋକାମନାରେ ଅଭିନୟ ପାଇଁ ଅଫର ମିଳିଥିଲା। ଫିଲ୍ମରେ ତାଙ୍କ ଭୂମିକା ପାଇଁ କଳ୍ପନାଙ୍କୁ ୱେଷ୍ଟର୍ଣ୍ଣ ଲୁକ୍ ଦିଆଯାଇଥିଲା। ଯାହା ଦର୍ଶକ ବହୁତ ପସନ୍ଦ କରିଥିଲେ।

୧୯୯୯ ମସିହାରେ ଫିଲ୍ମ ହମ ସାଥ ସାଥ ହୈଁରେ ଅଭିନୟ କରିବା ପରେ କଳ୍ପନା ଦୁବଇରେ ସେଟଲ ହୋଇଥିଲେ। ସେଠାରେ ସେ ହୋଟେଲ ବ୍ୟବସାୟ କରନ୍ତି। କିଛି ବର୍ଷ ପୂର୍ବରୁ କଳ୍ପନା ଦୁବଇ ସିଫ୍ଟ ହେବାର କାରଣ ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ ଯେ, କିଛି ବ୍ୟକ୍ତିଗତ ସମସ୍ୟା ପାଇଁ ସେ ଦୁବଇ ସିଫ୍ଟ ହୋଇଥିଲେ।

ତାଙ୍କର କିଛି ଅସୁବିଧା ଯୋଗୁଁ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡିଥିଲେ। ଅବସାଦରେ ଆସିବା ପୂର୍ବରୁ ରାଜନ ସିପ୍ପି ତାଙ୍କୁ ଦୁବଇ ଯିବା ପାଇଁ କହିଥିଲେ ଓ ସେଠାରେ କଳ୍ପନା ହୋଟେଲ “ଦ ମୁଗଲ ରୁମ”ରେ ହୋଷ୍ଟେସ ହୋଇଥିଲେ। ପରେ ଏମ୍ବେସେଡର ହୋଟେଲର ମାଲିକ ତାଙ୍କୁ ନିଜ ହୋଟେଲରେ ଚାକିରି ଦେଇଥିଲେ। ଗତ ୨୦ ବର୍ଷ ହେଲା କଳ୍ପନା ଦୁବଇରେ ରହୁଛନ୍ତି। ହେଲେ ଏଯାଏଁ ବଲିଉଡ ପାଇଁ ତାଙ୍କ ଭଲ ପାଇବା ଅଛି।