ଅକ୍ଷୟ କୁମାରଙ୍କ ଉପରେ ଫିଦା ଥିଲେ ଏହି ଅଭିନେତ୍ରୀ, ସମ୍ପର୍କ ଭାଙ୍ଗିଗଲା ପରେ ଅଭିନୟ ଛାଡି ଚାଲିଯାଇଥିଲେ ଆମେରିକା
27/10/2019 at 11:24 AM

ମୁମ୍ବାଇ୨୭|୧୦: ୯୦ ଦଶକରେ ଜୁହି ଚାୱଲା, ରବିନା ଟଣ୍ଡନ,ମାଧୁରୀ ଦିକ୍ଷୀତ ଓ ଶିଲ୍ପା ଶେଟ୍ଟୀ ଭଳି ହିଟ୍ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ। ସେହି ସମୟରେ ଜଣେ ଏମିତି ଅଭିନେତ୍ରୀ ଏଣ୍ଟ୍ରି କରିଥିଲେ ଯିଏ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ନେବା ସହ ଆକର୍ଷଣୀୟ ଅନ୍ଦାଜ ପାଇଁ ଛାଇ ଯାଇଥିଲେ। ତାଙ୍କୁ ଦେଖି ସେତେବେଳେ ଦର୍ଶକ ଭାବିଥିଲେ ଯେ, ଏହି ଅଭିନେତ୍ରୀ ଖୁବ ଶୀଘ୍ର ସମସ୍ତଙ୍କୁ ବିଦା କରିଦେବେ।

ସେହି ଅଭିନେତ୍ରୀ ହେଉଛନ୍ତି ପୂଜା ବାତ୍ରା। ମିସ ଇଣ୍ଡିଆ-ଏସିଆ ପେସିଫିକ୍ର ଟାଇଟେଲ ଜିତିଥିବା ପୂଜା ବାତ୍ରା ଫିଲ୍ମ ବିରାସତରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ପୂଜାଙ୍କ ସହ ତବ୍ବୁ ଭଳି ପ୍ରତିଭାଶାଳୀ ଅଭିନେତ୍ରୀ ମଧ୍ୟ ନଜର ଆସିଥିଲେ। ଫିଲ୍ମରେ ପୂଜାଙ୍କର କୌଣସି ବଡ ଭୂମିକା ନଥିଲା। ତଥାପି ଦର୍ଶକ ତାଙ୍କୁ ଦେଖି ବହୁତ ପସନ୍ଦ କରିଥିଲେ।

ଧୀରେ ଧୀରେ ପୂଜାଙ୍କ ସଫଳତା ବଢିବାକୁ ଲାଗିଲା। ତାଙ୍କ ଫ୍ୟାନ ଫଲୋଇଙ୍ଗ ବଢିବା ସହ ଦର୍ଶକଙ୍କ ମଧ୍ୟରେ ତାଙ୍କ କ୍ରେଜ ବଢିବାକୁ ଲାଗିଥିଲା। ପୂଜା ବାତ୍ରା ନିଜ କ୍ୟାରିଅରରେ ଅନୀଲ କପୁରଙ୍କ ବ୍ୟତୀତ ଗୋବିନ୍ଦା, ସଞ୍ଜୟ ଦତ୍ତ ଓ ଅକ୍ଷୟ କୁମାର ଭଳି ସଫଳ ଷ୍ଟାରଙ୍କ ସହ ପରଦାରେ ନଜର ଆସିଛନ୍ତି।

ତେବେ ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ସହ ପୂଜା ବାତ୍ରାଙ୍କ ଲଭ ଆଫେୟର ମଧ୍ୟ ବେଶ ଚର୍ଚ୍ଚାରେ ଥିଲା। ଉଭୟଙ୍କ ରିଲେସନଶିପ ଇଣ୍ଡଷ୍ଟ୍ରିରେ ଧମାଲ କରିଥିଲା। ଅକ୍ଷୟ କୁମାରଙ୍କ କ୍ୟାରିଅର ସୁଧାରିବାରେ ପୂଜାଙ୍କର ବଡ ଭୂମିକା ରହିଛି। ଉଭୟଙ୍କ ପ୍ରଫେସନାଲ ଲାଇଫ ଓ ପର୍ସନାଲ ଲାଇଫ ବହୁତ ଭଲ ଥିଲା ହେଲେ ଅକ୍ଷୟ ପୂଜାଙ୍କ ସହ ବ୍ରେକ ଅପ କରିଥିଲେ। ସୂଚନାଯୋଗ୍ୟ ଯେ, ଅନ୍ୟ କାହା ସହ ପ୍ରେମରେ ପଡି ଅକ୍ଷୟ ପୂଜାଙ୍କୁ ଛାଡିଥିଲେ।

ପୂଜାଙ୍କ ପାଇଁ ଏହା ଏକ ବଡ ଝଟ୍କା ଥିଲା ଯାହା ସେ ସହି ପାରିନଥିଲେ। ସେତେବେଳେ ସେ ଜଣେ NRIଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଭାରତ ଛାଡି ଲସ ଏଂଜେଲସ ଚାଲିଯାଇଥିଲେ। ଅଭିନୟ ଛାଡି ସମାଜ ସେବା କରିବା ଆରମ୍ଭ କରିଥିଲେ ପୂଜା। ପ୍ରଥମ ସ୍ବାମୀ ସହ ପୂଜାଙ୍କ ବିବାହ ଅଧିକ ଦିନ ଚାଲିନଥିଲା। ୮ ବର୍ଷ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଚଳିତ ବର୍ଷ ଜୁଲାଇ ମାସ ୪ ତାରିଖରେ ପୂଜା ଅଭିନେତା ନବାବ ଶାହଙ୍କୁ ବିବାହ କରିଛନ୍ତି।

ପ୍ରସିଦ୍ଧ ଅଭିନେତା ନବାବ ଶାହ ବଲିଉଡରେ ବେଶ୍ ଜଣାଶୁଣା। ପୂଜା ବାତ୍ରାଙ୍କୁ ସିକ୍ରେଟ ବିବାହ କରି ନବାବ ବଲିଉଡରେ ହଇଚଇ ସୃଷ୍ଟି କରିଥିଲେ। ପୂଜା ବାତ୍ରା ଓ ନବାବ ଶାହ ସିକ୍ରେଟ ମ୍ୟାରେଜ ପରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରନ୍ତି।