କିଶୋରାବସ୍ଥାରେ ତରୁଣୀ ଦେଖାଯିବା ପାଇଁ ଏହି ଅଭିନେତ୍ରୀ ନେଉଥିଲେ ଇଞ୍ଜେକସନ୍ : ଜାଣନ୍ତୁ କିଏ?
10/07/2019 at 5:52 PM

ମୁମ୍ବାଇ ୧୦/୭: ଅଭିନେତ୍ରୀ ହଂସିକା ମୋଟଓ୍ବାନିଙ୍କୁ କିଏ ନ ଜାଣିଛି, ଦକ୍ଷିଣ ଭାରତୀୟ ସିନେମାର ପ୍ରାଣ ହଂସିକା ଦେଖିବାକୁ ଖୁବ୍ ସୁନ୍ଦର ଏବଂ ପର୍ଦାରେ ତାଙ୍କର ଅଭିନୟ ଅତ୍ୟନ୍ତ ଚମତ୍କାର। ସେ ଅନେକ ଫିଲ୍ମରେ କାମ କରିଛନ୍ତି। ଦକ୍ଷିଣରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ। ସେ ବଲିଉଡ ଫିଲ୍ମ ‘ଆପ କା ସୁରୁର’ ଫିଲ୍ମରୁ ଅଭିନେତ୍ରୀ ଭାବେ ଡେବ୍ୟୁ କରିଥିଲେ,କିନ୍ତୁ ଏହା ପୂର୍ବରୁ ସେ ବହୁତ ହିନ୍ଦୀ ଟିଭି ଧାରାବାହିକରେ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି।

୨୦୦୦ମସିହାରେ ଟିଭି ଶୋ ‘ସାକା ଲାକା ବୁମ ବୁମ’ ଯାହା ଲୋକଙ୍କର ପ୍ରିୟ ଧାରାବାହିକ ଥିଲା ଏଥିରେ ହଂସିକା ଶିଶୁ କଳାକାର ଭାବେ କାମ କରିଥିଲେ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ହଂସିକା ଏତେ ବଡ଼ କେମିତ ହୋଇଗଲେ। ୨୦୦୭ମସିହାରେ ହଂସିକା ,ହିମେଶ ରେଶମିୟାଁଙ୍କ ଫିଲ୍ମ ‘ଆପକା ସୁରୁର’ରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ କାରଣ ସେତେବେଳେ ତାଙ୍କର ବୟସ ମାତ୍ର ୧୬ବର୍ଷ ଥିଲା। ସେହି ସମୟରେ ସେ ଅନେକ ଚର୍ଚ୍ଚାରେ ଥିଲେ କାରଣ ୧୬ବର୍ଷ ବୟସରେ ସେ ଫିଲ୍ମରେ ଜଣେ ବଡ଼ ଅଭିନେତ୍ରୀ ଭାବେ ଦେଖାଯାଉଥିଲେ।

ସୂଚନା ଅନୁସାରେ ହଂସିକାଙ୍କ ମାଆଙ୍କର ଜଣେ ଡାକ୍ତର ତାଙ୍କୁ ଶୀଘ୍ର ତରୁଣୀ ହେବା ପାଇଁ ହର୍ମୋନାଲ ଇଞ୍ଜେକ୍ସନ ଦେଇଥିଲେ। ଏଥିପାଇଁ ସେ ୧୬ବର୍ଷର କିଶୋରାବସ୍ଥାରେ ମଧ୍ୟ ୨୧ବର୍ଷର ତରୁଣୀ ଭଳି ଦେଖାଯାଉଥିଲେ।
