Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସାଂସଦ ହେବା ପରେ ପ୍ରଥମ ଫିଲ୍ମରେ ସାଇନ କଲେ ଏହି ଅଭିନେତ୍ରୀ, ଜାଣନ୍ତୁ କିଏ

15/09/2019 at 5:04 PM

ମୁମ୍ବାଇ୧୫|୯: ଅଭିନୟରୁ ରାଜନୀତି ମୈଦାନରେ ପାଦ ଥାପିଥିବା ନୁସରତ ଜହାଁ ଏ​‌ବେ ଫିଲ୍ମରେ ଅଭିନୟ କରିବେ। ସାଂସଦ ହେବା ପରେ ନୁସରତ ପ୍ରଥମ ଫିଲ୍ମ ପାଇଁ ସାଇନ କରିଛନ୍ତି। ସାଂସଦ ହେବା ପୂର୍ବରୁ ତାଙ୍କ ଅଭିନୟ ମାଧ୍ୟରେ ଦର୍ଶକଙ୍କ ପାଖରେ ସେ ବେଶ ଲୋକପ୍ରିୟ ହୋଇ ପାରିଥିଲେ।

ଏହି ଫିଲ୍ମର ସୁଟିଂ ବିଳମ୍ବରେ ଆରମ୍ଭ ହେବ ବୋଲି ପ୍ରଯୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ସମୟ ଭିତରେ ନୁସରତଙ୍କ ଜୀବନ ଶୈଳୀ ବଦଳିଯାଇଛି। ବିବାହ ପରେ ନୁସରତଙ୍କୁ ପ୍ରଥମ ଥର ପାଇଁ ରୂପେଲି ପରଦାରେ ଦର୍ଶକ ଦେଖିବେ। ସେଥିଲାଗି ତାଙ୍କ ପ୍ରଶଂସକ ତାଙ୍କୁ ଉତ୍ସାହିତ କରିଛନ୍ତି।

ସୋସିଆଲ ମିଡିଆରେ ନୁସରତଙ୍କ ଆଗାମୀ ଫିଲ୍ମ ସଂପର୍କରେ ସେ ସୂଚନା ଦେଇଛନ୍ତି। ଏହାସହ ଫିଲ୍ମର ନିର୍ଦେଶକ ପାବେଲ କହିଛନ୍ତି ଯେ, ଅସୁର ନାମକ ଏକ ନୂଆ ଫିଲ୍ମ ସୁଟିଂ ହେବାକୁ ଯାଉଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ତୃଣମୂଳ କଂଗ୍ରେସର ନବ ନିର୍ବାଚିତ ସାଂସଦ ନୁସରତ ଜହାଁ ଅଭିନୟ କରିବେ।

ଏହା ବ୍ୟତୀତ ଅବିର ଚାଟାର୍ଜିଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ବୋଲି ନିର୍ଦେଶକ କହିଛନ୍ତି। ନୁସରତ ଜଣେ ସାଂସଦ ତାଙ୍କ ବ୍ୟସ୍ତ ବହୁଳ ଜୀବନ ଭିତରେ ଫିଲ୍ମ କିପରି କରିବେ ବୋଲି ନିର୍ଦେଶକ ପାବେଲଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ସେ କହିଥିଲେ, ନୁସରତ ସାଂସଦ ସହ ଜଣେ ଅଭିନେତ୍ରୀ  ତାଙ୍କ ବ୍ୟସ୍ତ ଜୀବନରୁ ସମୟ ଦେବେ ବୋଲି ନୁସରତ ନିଜେ କହିଛନ୍ତି

   Related Posts