ସବୁଠୁ ଅଧିକ ଥର ଗୁଗଲରେ ସର୍ଚ୍ଚ କରାଯାଇଛି ଏହି ଅଭିନେତ୍ରୀଙ୍କ ନାଁ : ଆପଣ ବି ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | December 09, 2019 IST

ମୁମ୍ବାଇ ୯/୧୨: ନିଜର ବିଚିତ୍ର କାର୍ଯ୍ୟ ପାଇଁ ଏହି ଅଭିନେତ୍ରୀ ଏବେ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ନାଁ ହେଉଛି ଅନ୍ବେଷୀ ଜୈନ। ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନ ବିଷୟରେ

{"id":195523,"sizeSlug":"large"}

ଅନ୍ବେଷୀ ଜୈନ ଜଣେ ଭାରତୀୟ ଅଭିନେତ୍ରୀ,ମଡେଲ୍,ଆଙ୍କର ଏବଂ ଟିଭି ହୋଷ୍ଟ। ତାଙ୍କର ଜନ୍ମ ମଧ୍ୟପ୍ରଦେଶର ଖଜୁରାହୋରେ ହୋଇଥିଲା। ତାଙ୍କ ଭାଇଙ୍କ ନାଁ ପ୍ରାଞ୍ଜଲ ଜୈନ। ସେ ଅଲ୍ଟ ବାଲାଜୀ ଓ୍ବେବ ସିରିଜ ‘ଗନ୍ଦି ବାତ-୨’ପରଠୁ ଏତେ ଚର୍ଚ୍ଚାରେ ଆସିଛନ୍ତି। ସେ କୁହନ୍ତି ଯେ ‘କେବେ ବି ଭାବିନଥିଲେ ଯେ ସେ ଜଣେ ଅଭିନେତ୍ରୀ ହେବେ। ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରରୁ କ୍ୟାରିୟର ଆରମ୍ଭ କରିବା ପରେ ସେ ମଡେଲିଂ ଆଡ଼କୁ ମୁହାଁଇଥିଲେ। ଏହା ପରେ ସେ ମୋଟିଭେସନାଲ ସ୍ପିକର ଏବଂ ଆଜି ଜଣେ ସଫଳ ଅଭିନେତ୍ରୀ।

{"id":195524,"width":581,"height":546,"sizeSlug":"large"}

ଅନ୍ବେଷୀ ଜୈନ ଭୋପାଳରେ ରାଜୀବ ଗାନ୍ଧୀ ଟେକ୍ନିକାଲ୍ ୟୁନିଭର୍ସିଟିରୁ ନିଜର ଇଞ୍ଜିନିୟରିଙ୍ଗ ଡିଗ୍ରୀ ପ୍ରାପ୍ତ କରିଥିଲେ। ସେ ହାଇ ସ୍କୁଲ୍ ଷ୍ଟଡି ମଧ୍ୟ ଏଠାରୁ କରିଛନ୍ତି।

{"id":195525,"sizeSlug":"large"}

ଅନ୍ବେଷୀ ଜୈନ ନିଜ କ୍ୟାରିୟର ଇନ୍ଦୋରର ଏକ ପ୍ରାଇଭେଟ୍ ଫର୍ମରେ କାମ କରି ଆରମ୍ଭ କରିଥିଲେ। ବହୁତ ଶୀଘ୍ର ସେ ‘ବିଜନେସ୍ ଓମ୍ୟାନ’ ନାଁରେ ଜଣା ଯାଉଥିଲେ। କିନ୍ତୁ ସେ ଚାକିରୀ ଛାଡ଼ି ଦେଇଥିଲେ ଏବଂ ନିଜ ପରିବାରକୁ ନ କହି ମୁମ୍ବାଇ ଚାଲି ଯାଇଥିଲେ। ସେ ମଧ୍ୟ ଅନ୍ୟମାନଙ୍କ ଭଳି ବଡ଼ ସ୍ବପ୍ନ ନେଇ ମୁମ୍ବାଇ ଯାଇଥିଲେ।

{"id":195526,"sizeSlug":"large"}

ସେ କିଛି ଟିଭି ଶୋ ମଧ୍ୟ ହୋଷ୍ଟ କରିଛନ୍ତି। ସେ ନିଜ କ୍ୟାରିୟର ଇଞ୍ଜିନିୟରରୁ ମିଡିଆ ଆଡ଼କୁ କରି ଦେଇଥିଲେ। ଅନ୍ବେଷୀ ଜଣେ ମୋଟିଭସେନାଲ ସ୍ପିକର ମଧ୍ୟ। ସେ ବହୁତ ବଡ଼ ବଡ଼ କମ୍ପାନୀର ଶୋ ମଧ୍ୟ ହୋଷ୍ଟ କରିଛନ୍ତି ଯେପରିକି ସ୍ୟାମସଙ୍ଗ,ଓସରାମ ଏଲଟିଡି,ଓ୍ବଣ୍ଡର ସିମେଣ୍ଟ,ଏଲଜି,ଆଇସିଆଇସିଆଇ ବ୍ୟାଙ୍କ ଇତ୍ୟାଦି।

{"id":195533,"width":575,"height":457,"sizeSlug":"large"}

କିନ୍ତୁ ଅଲ୍ଟ ବାଲାଜୀ ଓ୍ବେବ ସିରିଜ ସାଇନ୍ କରିବା ପରେ ସେ ୨୦୧୮ମସିହାର ସବୁଠୁ ଅଧିକ ଗୁଗଲରେ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀ ହୋଇଥିଲେ।

{"id":195534,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.