୧୬ ବର୍ଷରେ ବିବାହ , ୧୭ବର୍ଷରେ ୨ସନ୍ତାନର ମାଆ ଆଉ ତା’ପରେ ବିଚ୍ଛେଦ ,ଜାଣନ୍ତୁ କିଏ ଏହି ଅଭିନେତ୍ରୀ

Published By : Prameya-News7 Bureau | March 02, 2019 IST

ମୁମ୍ବାଇ ୨/୩: ଆମେ ଯାହା କଥା କହୁଛୁ ତାଙ୍କ ନାଁ ଉର୍ବଶୀ ଢ଼ୋଲକିଆ। ଆପଣ ଜାଣିଥିବେ ଉର୍ବଶୀ ଢୋଲକିଆ ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ। ସେ ‘‘କଭି ସୈାତନ କଭି ସହେଲି’’,‘‘କସୈାଟି ଜିନ୍ଦଗୀ କେ’’ ଭଳି ଅନେକ ଧାରାବାହିକରେ ଅଭିନୟ କରିଛନ୍ତି।

{"id":89998,"width":601,"height":375}

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଉର୍ବଶୀ ଢୋଲକିଆ ମାତ୍ର ୧୭ବର୍ଷ ବୟସରେ ମାଆ ହୋଇଯାଇଥିଲେ। ସେ ୧୬ବର୍ଷ ବୟସରେ ବିବାହ କରିଥିଲେ। ୧୭ବର୍ଷ ବୟସରେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତାଙ୍କ ବିବାହ ବେଶୀ ଦିନ ଯାଏଁ ତିଷ୍ଠି ପାରିନଥିଲା। ଉର୍ବଶୀ ତାଙ୍କ ଦୁଇ ସନ୍ତାନଙ୍କୁ ଏକୁଟିଆ ପାଳନ ପୋଷଣ କରି ବଡ଼ କରିଥିଲେ। ତାଙ୍କ ଦୁଇ ପୁଅ ଏବେ ୨୨ବର୍ଷ ବୟସର ହୋଇଗଲେଣି। ତାଙ୍କୁ ଦ୍ବିତୀୟ ବିବାହ କରିବାକୁ କୁହାଯିବାରୁ ସେ କହିଥିଲେ ଯେ ସେ ଜଣେ ସିଙ୍ଗଲ୍ ମଦର ଏବଂ ତାଙ୍କ ଉପରେ ଅନେକ ଦାୟିତ୍ବ ରହିଛି। ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପାଖରେ ନିଜ ପାଇଁ ଚିନ୍ତା କରିବାକୁ ସମୟ ନଥାଏ।

{"id":89999,"width":593,"height":333}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.