ମାତ୍ର୧୭ ବର୍ଷ ବୟସରେ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ

Published By : Prameya-News7 Bureau | August 22, 2019 IST

ମୁମ୍ବାଇ୨୨|୮: ବଲିଉଡର ବହୁ ପ୍ରତିଷ୍ଠିତ ଅଭିନେତ୍ରୀ ଡିମ୍ପଲ କାପଡିୟା ୧୬ ବର୍ଷ ବୟସରେ ପରଦାରେ ପାଦ ଦେଇଥିଲେ। ୧୯୭୩ ମସିହାରେ ରାଜ କପୁର ତାଙ୍କୁ ଲଂଚ କରିଥିଲେ। ବବି ଫିଲ୍ମରେ ଅଭିନୟ କରି ହିଟ୍‌ ହୋଇଥିଲେ ଡିମ୍ପଲ। ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରେ ସେ ୧୭ ବର୍ଷ ବୟସରେ ବରିଷ୍ଠ ଅଭିନେତା ରାଜେଶ ଖନ୍ନାଙ୍କୁ ବିବାହ କରିଥିଲେ। ରାଜେଶ ଖନ୍ନା ସେତେବେଳେ ଜଣେ ସୁପରଷ୍ଟାର ଥିଲେ।

{"id":147268,"width":588,"height":386}

ସେହି ବର୍ଷରେ ସେ ଗର୍ଭବତୀ ମଧ୍ୟ ଥିଲେ। ଡିମ୍ପଲ ଟୁଇଙ୍କିଲ ଖନ୍ନାଙ୍କୁ ଜନ୍ମ ଦେଇଥିଲେ। ଡିମ୍ପଲ ଆସିବା ପରେ ସେ ବଲିଉଡଠୁ କିଛି ବର୍ଷ ଯାଏଁ ବ୍ରେକ୍‌ ନେଇଥିଲେ। ୧୯୮୪ ମସିହାରେ ରାଜେଶ ଓ ତାଙ୍କ ସମ୍ପର୍କ ବିଚ୍ଛେଦ ହୋଇଥିଲା। ପରବର୍ତ୍ତି ସମୟରେ ସେହି ବର୍ଷ ସେ ବଲିଉଡରେ କମ୍‌ ବ୍ୟାକ୍‌ କରିଥିଲେ। ୧୯୮୫ ମସିହାରେ ଡିମ୍ପଲଙ୍କ ଫିଲ୍ମ ସାଗର ବ୍ଲକ୍‌ବଷ୍ଟର ହିଟ୍‌ ହୋଇଥିଲା।

{"id":147269}

ଖୁବ୍‌ କମ ଦିନରେ ସେ ଜଣେ ସଫଳ ଅଭିନେତ୍ରୀ ହୋଇଥିଲେ। ୮୦ ଦଶକର ଲିଡିଂ ଅଭିନେତ୍ରୀ ମଧ୍ୟରୁ ଜଣେ ହେଉଛନ୍ତି ଡିମ୍ପଲ। ପରେ ସେ ୧୯୯୦ ଓ ୨୦୦୦ ମସିହାରେ ଏମିତି ଅନେକ ଫିଲ୍ମ କଲେ ଯାହା ଦ୍ବାରା ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ। ଲୋକେ ତାଙ୍କ ଫିଲ୍ମ ରିଲିଜ ହେବା ନେଇ ଅପେକ୍ଷାରେ ଥାନ୍ତି। ଆଜି ସେ ପରଦାରେ ଅଧିକ ନଜର ଆସୁନାହାନ୍ତି ସତ କିନ୍ତୁ ତାଙ୍କ ବିଷୟରେ ଏବେ ମଧ୍ୟ ଚର୍ଚ୍ଚା ହେଉଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.