ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଥିଲେ ଏହି ଅଭିନେତ୍ରୀ : ଶାହରୁଖ ଖାନଙ୍କ ସହ କାମ କରିବାକୁ କରିଥିଲେ ମନା

Published By : Prameya-News7 Bureau | March 27, 2019 IST

ମୁମ୍ବାଇ ୨୭/୩: ବଲିଉଡର କିଙ୍ଗ୍ ଖାନ୍ ବୋଲାଉଥିବା ଶାହାରୁଖ ଖାନଙ୍କ ସହ ଅଭିନୟ କରିବା ପାଇଁ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଲାଗି ରହିଥାଏ। କିନ୍ତୁ ଆଜି ଆମେ ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯିଏ ଶାହାରୁଖ ଖାନଙ୍କ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’ରେ କାମ କରିବାକୁ ମନା କରିଦେଇଥିଲେ ଯାହ ଫଳରେ ମିଡିଆ ଖବର ଛାପିଥିଲା ଯେ ଶାହାରୁଖ ଖାନଙ୍କ ସହ ଅଭିନୟ କରିବାକୁ ମନା କରିଥିବା ୟେ ହେଉଛନ୍ତି ପ୍ରଥମ ଅଭିନେତ୍ରୀ।

{"id":97364,"width":590,"height":443}


ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରା। ନୟନତାରା ୧୯୮୪ମସିହା ନଭେମ୍ବର ୧୮ତାରିଖ କର୍ଣ୍ଣାଟକରେ ଜନ୍ମ ହୋଇଥିଲେ। ନୟନତାରା ଖ୍ରୀଷ୍ଟାନ୍ ଥିଲେ। ତାଙ୍କ ପ୍ରକୃତ ନାଁ ଡାୟେନା ମରିୟମ୍ କ୍ୟୁରିଆନ୍ ଥିଲା। କିନ୍ତୁ ସେ ୨୦୧୧ମସିହାରେ ନିଜର ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଥିଲେ। ସେଥିପାଇଁ ସେ ତାଙ୍କ ନୟନତାରା ରଖିଥିଲେ। ନୟନତାରାଙ୍କୁ ଶାହାରୁଖ ଖାନଙ୍କ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’ର ଆଇଟମ୍ ଗୀତ ପାଇଁ ଆପ୍ରୋଚ୍ କରାଯାଇଥିଲା କିନ୍ତୁ ସେ ଏହି ଫିଲ୍ମରେ ଆଇଟମ୍ ଡ୍ୟାନ୍ସ୍ କରିବାକୁ ମନା କରି ଦେଇଥିଲେ।

{"id":97366,"width":590,"height":357}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.