ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଅନ୍ଦାଜ ଅନେକ ଦର୍ଶକଙ୍କୁ କରିଛି ପାଗଳ

Published By : Prameya-News7 Bureau | August 21, 2019 IST

ମୁମ୍ବାଇ୨୧|୮: ବଲିଉଡର କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ପ୍ରଥମ ଥର ଦେଖିଲେ ହିଁ ଦର୍ଶକ ତାଙ୍କ ପ୍ରତି ଆକର୍ଷିତ ହୋଇଯାଆନ୍ତି। ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ଫିଲ୍ମି ଜଗତରେ ଅଧିକ ଚର୍ଚ୍ଚିତ ନଥିଲେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରେମିକ ଅଛନ୍ତି।

{"id":147046}

ଦିବ୍ୟାଙ୍କ ସୌନ୍ଦର୍ଯ୍ୟ  ଅନେକଙ୍କୁ ତାଙ୍କ ଦିୱାନା କରିଛି। ଦିବ୍ୟା ହଟେଷ୍ଟ ମମ୍‌ ଭାବେ ମଧ୍ୟ ପରିଚିତ। ୨୦୦୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଅବ ତୁମ୍ହାରେ ହୱାଲେ ୱତନ ସାଥିୟୋଁରେ ଦିବ୍ୟା ଅଭିନୟ କରିଥିଲେ।

{"id":147047}

ଏହି ଫିଲ୍ମ ପରେ ଅଭିନେତ୍ରୀ ଦିବ୍ୟା ଫିଲ୍ମ ଜଗତଠୁ ବିଦାୟ ନେଇଥିଲେ। ଏହା ପରେ ସେ ଫିଲ୍ମ ନିର୍ଦ୍ଦେଶନା ଦେବା ସହ ପ୍ରଯୋଜନା କରୁଥିଲେ। ଏବେ ଦିବ୍ୟା ବଲିଉଡରେ ଜଣେ ସଫଳ ନିର୍ଦ୍ଦେଶକ ଭାବେ ପରିଚିତ।

{"id":147048}

ୟାରିୟାଁ ଓ ସନମ ରେ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଦିବ୍ୟା ।ଏବେ କିଛି ଦିନ ତଳେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ବହୁତ ଷ୍ଟାଇଲିସ୍‌ ଲୁକ୍‌ରେ ସ୍ପଟ୍‌ କରାଯାଇଥିଲା।

{"id":147055}

ଧଳା ରଂଗର ଟି-ସାର୍ଟ, ପ୍ୟାଣ୍ଟ ଓ ଲଙ୍ଗ ସୁଜ୍‌ ପିନ୍ଧିଥିଲେ ଦିବ୍ୟା । ତାଙ୍କର ଏହି  କୁଲ୍‌ ଲୁକ୍‌କୁ ଦର୍ଶକ ବହୁତ ପସନ୍ଦ କରିଥିଲେ।

{"id":147049}

୧୯୮୧ ମସିହା ନଭେମ୍ବର ମାସ ୨୦ ତାରିଖରେ ଦିବ୍ୟାଙ୍କ ଜନ୍ମ ହୋଇଥିଲା। ଏବେ ତାଙ୍କୁ ୩୭ ବର୍ଷ ବୟସ। ୨୦୦୫ ମସିହାରେ ସେ ଭୂଷଣ କୁମାରଙ୍କୁ ବିବାହ କରିଥିଲେ। ଭୂଷଣ ଦେଶର ସବୁଠୁ ବଡ ମ୍ୟୁଜିକ କମ୍ପାନୀ ଟି-ସିରିଜର ମାଲିକ।

{"id":147051}

ଦିବ୍ୟା ଅଧିକାଂଶ ସମୟ ନିଜ ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରନ୍ତି। ଏବେ ସେ ନିଜ ସ୍ବାମୀ ଓ ପୁଅ ସହ ଭେକେସନରେ ଯାଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.