Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଭଳି ବିଚିତ୍ର ପୋଷାକରେ ନଜର ଆସିଲେ ଏହି ଅଭିନେତ୍ରୀ : ଗୋଡ଼କୁ ଦେଖି ଟ୍ରୋଲ୍ କଲେ ଲୋକେ

22/07/2019 at 12:56 PM

ମୁମ୍ବାଇ ୨୨/୭: ସୁଶାନ୍ତ ସିଂହ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀ ଏବେ ବଲିଉଡରେ ନିଜର ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଦୁହେଁ ଅଧିକାଂଶ ସମୟ​ରେ ଏକାଠି ଦେଖିବାକୁ ମିଳୁଛନ୍ତି କେବେ ରେଷ୍ଟୁରାଣ୍ଟରେ ତ କେବେ ଏୟାରପୋର୍ଟରେ। କିଛି ଦିନ ତଳେ ଦୁହେଁ ଅଲଗା ପ୍ରକାର ଲୁକରେ ନଜର ଆସିଥିଲେ। ସୁଶାନ୍ତ ସିଂହ ରାଜପୁତ ସବୁ ଥର ଭଳି ଡ୍ୟାନସିଙ୍ଗ ଅବତାରରେ ଦେଖାଯାଇଥିଲେ ଏବଂ ରିୟା ଚକ୍ରବର୍ତ୍ତି ତାଙ୍କର ଫ୍ୟାଶନ୍ ସେନ୍ସକୁ ନେଇ ଟ୍ରୋଲ୍ ହୋଇଥିଲେ।

ଆପଣ ଏହି ଫଟୋ​‌ରେ ଦେଖିପାରୁଥିବେ ଯେ ରିୟା ଚକ୍ରବର୍ତ୍ତି ବିଚିତ୍ର ଧରଣର ପ୍ୟାଣ୍ଟ ପିନ୍ଧିଛନ୍ତି ଯାହା ଫଳରେ ଲୋକେ ସୋଶିଆଲ ମିଡିଆରେ ତାଙ୍କୁ ପରିହାସ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ତାଙ୍କୁ କିଛି କ୍ଷଣ ଏହି ଫଟୋ ଦେଖି ଲାଗିଥିଲା ଯେ ତାଙ୍କ ଗୋଡ଼ରେ ଫ୍ରାକ୍ଚର ହୋଇଛି।

କୃତି ସାନନଙ୍କୁ ଡେଟ୍ କରିବା ପରେ ସୁଶାନ୍ତ ସିଂହ ରାଜପୁତଙ୍କ ନାଁ ଏବେ ରିୟାଙ୍କ ସହ ଯୋଡ଼ା ଯାଉଛି। ରିୟା ‘ସୋନାଲି କାବଲେ’,‘ମେରେ ଡାଡ କି ମାରୁତି’,‘ଜଲେବି’ ଭଳି ଫିଲ୍ମରେ କାମ କରିଛନ୍ତି। ଏବେ ସେ ତାଙ୍କର ଆଗାମୀ ଫିଲ୍ମ ‘ଚେହରେ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ୨୦୨୦ ମସିହା ଫେବୃୟାରୀ ମାସରେ ରିଲିଜ ହେବ।

   Related Posts