ଏହି ଅଭିନେତା କହିଲେ ଏବେ ସେ କାଶ୍ମୀରରେ ଘର କିଣି ବ୍ୟବସାୟ ଆରମ୍ଭ କରିବେ…
5/08/2019 at 4:21 PM

ନୂଆଦିଲ୍ଲୀ୫|୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ବିଭିନ୍ନ ସ୍ଥାନରେ ଲୋକେ ଖୁସିରେ ଉତ୍ସବ ପାଳନ କରୁଛନ୍ତି । ଜମ୍ମୁ-କାଶ୍ମୀର ଓ ଲଦାଖକୁ ଅଲଗା କରି ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯିବ। ଗୃହମନ୍ତ୍ରୀଙ୍କ ଦ୍ବାରା ଏହି ପ୍ରସ୍ତାବକୁ ବିଭିନ୍ନ ରାଜନୈତିକ ଦଳର ସମର୍ଥନ ମିଳିଥିଲା। ଏନେଇ ବଲିଉଡ ଓ ଟେଲିଭିଜନ ଅଭିନେତାମାନେ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି।
ଟେଲିଭିଜନରେ ରାମାୟଣ ଧାରାବାହିକର ରାମ ଚରିତ୍ରରେ ଅଭିନୟ କରୁଥିବା ଗୁରମିତ୍ ଚୌଧୁରୀ ଟ୍ବିଇଟକରି ଲେଖିଛନ୍ତି ଯେ, ଏବେ ସେ ଜମ୍ମୁ-କାଶ୍ମୀରରେ ଏକ ଘର କିଣିବା ଓ ସେଠାରେ ବ୍ୟବସାୟ କରିବାର ସ୍ବପ୍ନ ବାସ୍ତବରେ ପରିଣତ ହେବାକୁ ଯାଉଛି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଗୁରମିତ୍ ଟ୍ବିଇଟକରି ଖୁସି ବ୍ୟକ୍ତ କରିଛନ୍ତି।

ଗୁରମିତ୍ ଆହୁରି ମଧ୍ୟ ଲେଖିଛନ୍ତି, କାଶ୍ମୀରର ଆର୍ମି କ୍ୟାମ୍ପରେ ତାଙ୍କ ଛୋଟବେଳେ ସମୟ ବିତିଛି।କାଶ୍ମୀରରେ ୩୭୦ ଧାରା ତାଙ୍କର କେବେ ବି ପସନ୍ଦ ନଥିଲା।ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେ ବହୁତ ଖୁସି ହୋଇଛନ୍ତି। ଏବେ ସେ କାଶ୍ମୀରରେ ଘର କିଣିବେ ଓ ସେଠାରେ ବ୍ୟବସାୟ କରିବେ ବୋଲି ଗୁରମିତ୍ ଚୌଧୁରୀ କହିଛନ୍ତି।ଗୁରମିତ୍ଙ୍କ ଟ୍ବିଇଟରେ ଜଣେ ପ୍ରଶଂସକ ଲେଖିଛନ୍ତି, ଆପଣଙ୍କର ଘର କିଣିବା ଚିନ୍ତିା ହେଲେ କାଶ୍ମୀର ଚିନ୍ତା ନାହିଁ।
