Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଅମିତାଭଙ୍କ ପିଲାବେଳ ଭୂମିକାରେ ଅଭିନୟ କରୁଥିବା ଏହି ଚାଇଲଡ୍‌ ଆର୍ଟିଷ୍ଟ ଏବେ ବଲିଉଡର ବଡ ଷ୍ଟାର

11/03/2019 at 4:47 PM

ମୁମ୍ୱାଇ୧୧|୩: ସିନେମା ଜଗତର ବରିଷ୍ଠ ଓ ପ୍ରତିଷ୍ଠିତ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ଯିଏବି କାମ କରନ୍ତି ସେ ଚର୍ଚ୍ଚାରେ ଆସିଥାନ୍ତି। ତେବେ ଜାଣନ୍ତୁ ଏମିତି ଜଣେ ଅଭିନେତାଙ୍କ ବିଷୟରେ ଯିଏ ବିଭିନ୍ନ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ପିଲାବେଳର ଭୂମିକାରେ ଅଭିନୟ କରି ଟେଲିଭିଜନ ଜଗତରେ ପାଦ ଦେଇଥିଲେ। ସେ ତାଙ୍କ କ୍ୟାରିଅରରେ ଅନେକ ସଫଳତା ମଧ୍ୟ ହାସଲ କରିଛନ୍ତି। ୭୦-୮୦ ଦଶକରେ ସେ ବେଷ୍ଟ ଚାଇଲ୍‌ଡ ଆକଟର ଭାବେ ଜଣା ଶୁଣା ଥିଲେ। ମାଷ୍ଟର ବିଟ୍ଟୁ ନାଁରେ ସେ ପରିଚିତ ଥିଲେ। ମାଷ୍ଟର ବିଟ୍ଟୁଙ୍କ ଅସଲି ନାଁ ବିଶାଲ ଦେଶାଇ।
ଚୁପକେ-ଚୁପକେ, ଅମର ଅକବର ଆନ୍ଥନୀ, ୟାରାନା, ଦୋ ଔର ଦୋ ପାଞ୍ଚ ଭଳି ଫିଲ୍ମରେ ସେ ଅଭିନୟ କରି ସିନେମା ଜଗତରେ ପାଦ ଦେଇଥିଲେ। ଅଧିକାଂଶ ସମୟରେ ସେ ବିଗ ବିଙ୍କ ପିଲା ବେଳ ଭୂମିକାରେ ଅଭିନୟ କରିଥିଲେ। ଏହା ସହ ତାଙ୍କୁ ଅନେକ ଚରିତ୍ରର ଅଭିନୟ କରିବାରେ ମଧ୍ୟ ଦେଖାଯାଇଛି।

ମାଷ୍ଟର ବିଟ୍ଟୁ ଅଭିନୟ କରିଲା ପରେ ତାଙ୍କୁ ଆଉ କୌଣସି ସିନେମାରେ ଦେଖିବାକୁ ମିଳିନଥିଲା କାରଣ ବିଶାଲଙ୍କର ଅଭିନୟ ପ୍ରତି ଆଗ୍ରହ ଉଠିଯାଇଥିଲା। ବଡ ହେଲା ପରେ ସେ କେବଳ ପରଦା ପଛରେ କାମ କରିବାକୁ ଚାହୁଁଥିଲେ। ବିଶାଲ ଦେଶାଇଙ୍କର ନିର୍ଦ୍ଦେଶକ ହେବା ପାଇଁ ଆଗ୍ରହ ବଢିବାକୁ  ଲାଗିଥିଲା।  ତେବେ ଅନେକ ସମସ୍ୟାର ସାମ୍ନା କରିବା ପରେ ବହୁତ କଷ୍ଟରେ ତାଙ୍କୁ ଟିଭି ସିରିଏଲରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଆସିଥିଲା। କିଛି ଦିନ ପରେ ତାଙ୍କୁ ହେମା ମାଲିନୀଙ୍କ ସିରିଏଲ ଦାମିନିରେ ନିର୍ଦ୍ଦେଶକର କାମ ମିଳିଥିଲା।

ଏହା ପରେ ମାଷ୍ଟର ବିଟ୍ଟୁ ବଲଦେବ ଚୋପଡାଙ୍କ ଫିଲ୍ମରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ବିଶାଲ ଅମିତାଭ ବଚ୍ଚନଙ୍କ ପିଲା ବେଳର ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ।  ଅମିତାଭ ବଚ୍ଚନ ଓ ବିଶାଲ ଦେଶାଇଙ୍କ ସଂପର୍କ ମଧ୍ୟ ବହୁତ ଭଲ। ଅମିତାଭ ବଚ୍ଚନଙ୍କ ସୁପରହିଟ୍‌ ଫିଲ୍ମ ବାଗବାନ, ଭୁତନାଥ ଓ ବାବୁଲରେ ମଧ୍ୟ ସେ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି।

   Related Posts