୫୫ ଫିଲ୍ମ, ୪୨୪ କୋଟିର ଘର, ୯ଟି କାର, ୧୦ଟି ବାଇକ, ୨୫୮ କୋଟି ମୂଲ୍ୟ ଜେଟ୍ର ମାଲିକ ହେଉଛନ୍ତି ଏହି ଅଭିନେତା…
27/10/2019 at 3:18 PM

ୱାସିଂଟନ୨୭|୧୦: ଟମ କ୍ରୁଜ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବହୁତ ବଡ ସୁପରଷ୍ଟାର।ସମଗ୍ର ବିଶ୍ବରେ ସେ ଚର୍ଚ୍ଚିତ। ଲୋକପ୍ରିୟ ଅଭିନେତା ଟମ କ୍ରୁଜ ୧୯୬୨ ମସିହା, ଜୁଲାଇ ମାସ ୩ ତାରିଖରେ ଜନ୍ମ ହୋଇଥିଲେ। ଟମ ୧୯ ବର୍ଷ ବୟସରେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ହେଲ ଫିଲ୍ମ ଟପ ଗନ ପରେ ହଲିଉଡରେ ଟମଙ୍କର ଏକ ନିଆରା ପରିଚୟ ସୃଷ୍ଟି ହୋଇଥିଲା। ଏହି ଫିଲ୍ମ ପରେ ସେ ସବୁଠୁ ଅଧିକ ଲୋକପ୍ରିୟତା ହାସଲ କରିଥିଲେ। ଟମ୍ ଏଯାଏଁ ନିଜ କ୍ୟାରିଅରରେ ୫୫ ଫିଲ୍ମରେ କାମ କରିସାରିଛନ୍ତି।
ମିଶନ ଇମ୍ପସିବଲ ସିରିଜ, ୱାର ଅଫ ଦ ୱାଲର୍ଡ, ଦ ମମ୍ମୀ, ଆମେରିକାନ ମେଡ ଭଳି ଅନେକ ବଡ ବଡ ହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି। ଟମ୍ ହଲିଉଡ ଇଣ୍ଡଷ୍ଟ୍ରିରେ ପାଖାପାଖି ୩୦ ବର୍ଷ ହେବ କାମ କରୁଛନ୍ତି। ଏହି ୩୦ ବର୍ଷ ମଧ୍ୟରେ ଟମଙ୍କୁ ସବୁକିଛି ମିଳିଯାଇଛି।
ସୁପରଷ୍ଟାର ଟମ କ୍ରୁଜ ୱେଷ୍ଟ ଲସ ଏଂଜଲେସରେ ଏକ ଘର କିଣିଛନ୍ତି ଯାହାର ଦାମ ହେଉଛି ୪୨୪ କୋଟି ଟଙ୍କା। ଟମ୍ଙ୍କର ଗାଡି କିଣିବାର ବହୁତ ସୌକ ଅଛି। ଟମଙ୍କ ପାଖରେ ୯ଟି କାର ଓ ୧୦ଟି ବାଇକ ଅଛି। ଟମ ଦୂର ଯାତ୍ରା କଲେ ନିଜ ପ୍ରାଇଭେଟ ଜେଟ୍ ବ୍ୟବହାର କରନ୍ତି। ଏହି ଜେଟ୍ର ଦାମ ହେଉଛି ୨୫୮ କୋଟି ଟଙ୍କା।