Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଶାହରୁଖଙ୍କ ପରେ ଏହି ଅଭିନେତା ବଢାଇଲେ ସହାୟତାର ହାତ, କ୍ବାରେଣ୍ଟାଇନ୍ ସେଣ୍ଟର ଲାଗି ଦେଲେ ୩୬ ରୁମ୍ ବିଶିଷ୍ଟ ହୋଟେଲ

8/04/2020 at 7:53 PM

ମୁମ୍ବାଇ ୮।୪: ସାରା ବିଶ୍ବରେ ତାଣ୍ଡବ ରଚୁଛି କରୋନା । ଆମ ଦେଶରେ ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା । ଏହି ସଙ୍କଟ ସମୟରେ ପୀଡିତଙ୍କ ପାଇଁ ସହାୟତାର ହାତ ବଢାଉଛନ୍ତି ବିଭିନ୍ନ ବର୍ଗର ଲୋକ । ଏହି ମହାମାରୀର ମୁକାବିଲା ପାଇଁ ସେଲିବ୍ରିଟିମାନେ ମଧ୍ୟ ନିଜ ନିଜ ସ୍ତରରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ନିକଟରେ ଅଭିନେତା ଶାହରୁଖ ଖାନ୍ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)କୁ ତାଙ୍କ କାର୍ଯ୍ୟାଳୟ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ଯାହା ଦ୍ବାରା ଏହାକୁ କ୍ବାରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର କରାଯାଇପାରିବ ।

ଶାହାରୁଖଙ୍କ ପରେ ଅଭିନେତା ତଥା ବ୍ୟବସାୟୀ ସଚିନ ଯୋଶୀ ମଧ୍ୟ ତାଙ୍କର ୩୬ ରୁମ୍ ବିଶିଷ୍ଟ ହୋଟେଲକୁ ବିଏମସିକୁ ଦେଇଛନ୍ତି । ଫଳରେ ଏହାକୁ ଏକ କ୍ବାରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର କରାଯିବା ସହ କରୋନାରେ ପୀଡିତ ଲୋକଙ୍କୁ ସାହାଯ୍ୟ କରାଯାଇପାରିବ । ଏହି ହୋଟେଲର ନାମ ବିଟଲ୍ ଏବଂ ଏହା ମୁମ୍ବାଇର ପୱଇ ଅଞ୍ଚଳରେ ରହିଛି ।

ଉଲ୍ଲେଖଯୋଗ୍ୟ ଯେ କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ବରେ ସଟ୍ ଡାଉନ୍ ହେବା ଯୋଗୁଁ ସଚିନ ଦୁବାଇରେ ଅଛନ୍ତି । ଏକ ଗଣମାଧ୍ୟମକୁ ସେ କହିଛନ୍ତି ଯେ, “ମୁମ୍ବାଇ ବହୁତ ଜନଗହଳିପୂର୍ଣ୍ଣ ସହର । ଏଠାରେ ପର୍ଯ୍ୟାପ୍ତ ଡାକ୍ତରଖାନା ଏବଂ ବେଡ୍ ନାହିଁ । ଯେତେବେଳେ BMC ସାହାଯ୍ୟ ପାଇଁ ଆମ ପାଖକୁ ଆସିଲା, ଆମେ ସେମାନଙ୍କୁ ସାହାଯ୍ୟ କରିବାକୁ ସ୍ଥିର କଲୁ । ବିଏମସି ସହାୟତାରେ ଆମେ ଆମର ହୋଟେଲ କ୍ବାରେଣ୍ଟାଇନ୍ ସେଣ୍ଟର ପାଇଁ ଦେଇଛୁ । ସମ୍ପୂର୍ଣ୍ଣ ବିଲଡିଂ ଏବଂ ରୁମଗୁଡିକ କ୍ରମାଗତ ଭାବରେ ସାନିଟାଇଜ୍ କରାଯାଉଛି ଏବଂ କର୍ମଚାରୀମାନେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ।

ତାଙ୍କ ହୋଟେଲକୁ ଏକ କ୍ବାରେଣ୍ଟାଇନ୍ ସେଣ୍ଟର କରିବା ବ୍ୟତୀତ ସେ ତାଙ୍କ ସଂସ୍ଥା ବିଗ୍ ବ୍ରଦର ଫାଉଣ୍ଡେସନ୍ ଜରିଆରେ ମ୍ୟୁନିସିପାଲିଟି କର୍ମଚାରୀ ଏବଂ ପୋଲିସକୁ ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି । ସଚିନ ଯୋଶୀଙ୍କ ପତ୍ନୀ ଉର୍ବଶୀ ଶର୍ମା ଏ ବିଷୟରେ କହିଥିଲେ। ସେ କହିଛନ୍ତି ଯେ ଆମେ ଖୁସି ଯେ ଆମେ ହୋଟେଲ ବିଟଲକୁ ବିଏମସିକୁ ସାହାଯ୍ୟ ପାଇଁ ଦେଇଛୁ । ଏହା ମୋ ସ୍ବାମୀଙ୍କ ନିଷ୍ପତ୍ତି ଏବଂ ମୁଁ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରେ । ଏହା ବ୍ୟତୀତ ଆମେ ରାସ୍ତାରେ ଫସି ରହିଥିବା ଲୋକଙ୍କୁ ଏବଂ ଅସହାୟ ଲୋକଙ୍କୁ ମଧ୍ୟ ଖାଦ୍ୟ ଯୋଗାଉଛୁ । ଆମ ଟିମ୍ ଗତ ଦୁଇ ସପ୍ତାହେ ଧରି କ୍ରମାଗତ ଭାବରେ ଏହି କାର୍ଯ୍ୟ କରିଆସୁଛନ୍ତି ଏବଂ ଆମେ ଆମର ସମର୍ଥନ ଜାରି ରଖିବୁ ।

   Related Posts