ବଡିରେ ସଲମାନ,ଟାଇଗର,ଜନଙ୍କୁ ବି ମାତ୍ ଦିଅନ୍ତି ଏହି ଅଭିନେତା : ଫିଲ୍ମରେ କରନ୍ତି ଖଳନାୟକର ଭୂମିକା,ଜାଣନ୍ତୁ କିଏ
25/05/2019 at 1:48 PM

ମୁମ୍ବାଇ ୨୫/୫: ଆଜି ଆମେ ଆପଣଙ୍କୁ ଫିଲ୍ମ ଦୁନିଆର ଏପରି ଏକ ଷ୍ଟାରଙ୍କ ବିଷୟରେ କହିବା ଯିଏ ନିଜର ଜବରଦସ୍ତ ବଡି ସହ ସଲମାନ,ଜନ ଏବଂ ଟାଇଗରଙ୍କୁ ମଧ୍ୟ ମାତ୍ ଦେଇଥାଆନ୍ତି। ତେବେ ଆସନ୍ତୁ ଜାଣିବା ଏହି ଅଭିନେତାଙ୍କ ବିଷୟରେ

ଏହି ଅଭିନେତାଙ୍କ ନାଁ ହେଉଛି ଠାକୁର ଅନୁପ ସିଂହ । ସେ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଥାଆନ୍ତି। ଠାକୁର ଅନୁପ ସିଂହ ଟିଭି ଧାରାବାହିକରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

୩୦ ବର୍ଷ ବୟସ୍କ ଠାକୁର ଅନୁପ ସିଂହ ୨୦୧୧ରେ ‘ଦ୍ବାରକାଧୀଶ-ଭଗବାନ ଶ୍ରୀକୃଷ୍ଣ’ ଟିଭି ଧାରାବାହିକରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରଠୁ ସେ ଅନେକ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି।

ସେ ‘କାହାନୀ ଚନ୍ଦ୍ରକାନ୍ତା କି’,‘ଚନ୍ଦ୍ରଗୁପ୍ତ ମୈାର୍ଯ୍ୟ’,‘ଜୟ ବଜରଙ୍ଗବଲି’,‘ରାମାୟଣ’,‘ମହାଭାରତ’,‘ଆକବର ବୀରବଲ’ ଏବଂ ‘ସିଆଇଡି’ ଭଳି ଟିଭି ସିରିୟଲରେ ଅଭିନୟ କରିଛନ୍ତି।

ଠାକୁର ଅନୁପ ସିଂହ ୨୦୧୭ରେ ଆସିଥିବା ତାମିଳ ଫିଲ୍ମ ‘ସିଙ୍ଘମ-୩’ରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ ବିଟ୍ଟଲ ପ୍ରସାଦ ନାମକ ନକରାତ୍ମକ ଭୂମିକାରେ ଅଭିନୟ କରିଥିଲେ।

ଏହାପରେ ସେ ବିଦ୍ୟୁତ ଜାମଓ୍ବାଲଙ୍କ ସହ ‘କମାଣ୍ଡୋ-୨’ଫିଲ୍ମରେ ,ସାଇ ଧର୍ମ ତେଜଙ୍କ ସହ ‘ଓ୍ବିନର’ରେ ଏବଂ ଆଲ୍ଲୁ ଅର୍ଜ୍ଜୁନଙ୍କ ସହ ‘ନା ପେରୁ ନା ସୂର୍ଯ୍ୟା’ ଫିଲ୍ମରେ ଅଭିନୟ କରିଥିଲେ।

ଠାକୁର ଅନୁପ ସିଂହ ନିଜ ଜବରଦସ୍ତ ବଡି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ୨୦୧୫ମସିହାରେ ଥାଇଲାଣ୍ଡରେ ହୋଇଥିବା ବଡିବିଲଡିଙ୍ଗ ଚାମ୍ପିଅନଶିପରେ ଗୋଲ୍ଡ ମେଡାଲ ପାଇଥିଲେ। ଏହା ବ୍ୟତୀତ ସେ ୪୯ତମ ଏସିଆନ ଚାମ୍ପିଅନଶିପରେ ତାମ୍ର ପୁରସ୍କାର ପାଇ ସାରିଛନ୍ତି।

ସେହିପରି ୨୦୧୫ମସିହାରେ ସେ ଫିଟ ଫ୍ୟାକ୍ଟରରେ ସିଲଭର ମେଡାଲ ଜିତି ମିଷ୍ଟର ଇଣ୍ଡିଆ ହୋଇଥିଲେ। ଠାକୁର ଅନୁପ ସିଂହ ନିଜ ବଡି ପାଇଁ ପ୍ରତିଦିନ ଜିମରେ ଦୀର୍ଘ ସମୟ ଯାଏଁ ବ୍ୟାୟାମ କରିଥାଆନ୍ତି।
