Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

‘ଜାଦୁ’ ଭୂମିକାରେ ଅଭିନୟ କରିଥିଲେ ଏହି ଅଭିନେତା…

26/01/2020 at 12:57 PM

ମୁମ୍ବାଇ୨୬|୬: ୨୦୦୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କୋଇ ମିଲ୍‌ ଗୟା’ ସମସ୍ତେ ନିଜ ପିଲାବେଳ ସମୟରେ ଦେଖିବା ପସନ୍ଦ କରନ୍ତି। ସେହି ସମୟରେ ଏହି ଫିଲ୍ମ ସୁପରହିଟ୍‌ ହୋଇଥିଲା। ଏହି ବ୍ଲକ୍‌ବଷ୍ଟର ଫିଲ୍ମକୁ ରାକେଶ ରୋଶନ୍‌ ନିର୍ମାଣ କରିଥିଲେ। ଫିଲ୍ମରେ ମୁଖ୍ୟ ଭୂମିକାରେ ରାକେଶଙ୍କ ପୁଅ ଋତିକ୍‌ ଅଭିନୟ କରିଥିଲେ। ଋତିକ ଚଳଚ୍ଚିତ୍ରରେ ରୋହିତ ଚରିତ୍ରରେ ନଜର ଆସିଥିଲେ। ଫିଲ୍ମରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଏହା ବ୍ୟତୀତ ସିନେମାରେ ଆଉ ଜଣେ ସଦସ୍ୟଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା। ଅଭିନେତା ଅଭିନେତ୍ରୀଙ୍କ ବ୍ୟତୀତ ସିନେମାରେ ଏଲିଏନ୍‌ ଲିଡ୍‌ ରୋଲରେ ଥିଲା। ତେବେ ଏଲିଏନ ଭୂମିକାରେ କିଏ ଅଭିନୟ କରିଥିଲେ ତାହା କେହି ଜାଣିନାହାନ୍ତି। ଚଳଚ୍ଚିତ୍ରରେ ଏଲିଏନ୍‌ ଭୂମିକାରେ ଅଭିନେତା ଇନ୍ଦ୍ରବଦନ ପୂରହୀତ ଅଭିନୟ କରିଥିଲେ।

ଇନ୍ଦ୍ରବଦନ ୨୦୧୪ ମସିହାରେ ଦୁନିଆ ଛାଡି ଚାଲିଯାଇଥିଲେ। ଲୋକଙ୍କୁ ଏଣ୍ଟରଟେନ୍‌ କରିଥିବା ଏହି ଅଭିନେତା ଆଜି ଆମ ଗହଣରେ ନାହାନ୍ତି। ହେଲେ ତାଙ୍କର ଏହି ଭୂମିକା ସମଗ୍ର ବିଶ୍ବରେ ଚର୍ଚ୍ଚା ହୋଇଥିଲା। ଆଜି ମଧ୍ୟ ଲୋକେ ଏହି ଫିଲ୍ମ ଦେଖିବା ବହୁତ ପସନ୍ଦ କରନ୍ତି।

ଫିଲ୍ମ ରିଲିଜ ହେବା ପରେ ମଧ୍ୟ ରାକେଶ ରୋଶନ କେବେ ଏହି ଭୂମିକା ପଛରେ ଥିବା ବ୍ୟକ୍ତିଙ୍କ ବିଷୟରେ କହିନଥିଲେ। ଇନ୍ଦ୍ରବଦନ ପୂରହୀତଙ୍କ ଉଚ୍ଚତା ମାତ୍ର ୪ ଫୁଟ୍‌, ସେଥିପାଇଁ ତାଙ୍କୁ ଏହି ଭୂମିକା ପାଇଁ ବଛା ଯାଇଥିଲା। ‘ଜାଦୁ’ର କଷ୍ଟ୍ୟୁମ୍‌ ଅଷ୍ଟ୍ରେଲିୟାରୁ ଅର୍ଡର କରାଯାଇଥିଲା।  ଏହାର ଦାମ ପାଖାପାଖି ୧ କୋଟି ଟଙ୍କା ଥିଲା। ଶେଷ ଥର ପାଇଁ ଇନ୍ଦ୍ରବଦନ ଟିଭି ସିରିଏଲ ବାଲବୀରରେ ନଜର ଆସିଥିଲେ। ଏହା ବ୍ୟତୀତ ହଲିଉଡର ଫେମସ ଫିଲ୍ମ ଲର୍ଡ ଅଫ ଦ ରିଙ୍ଗରେ ମଧ୍ୟ କାମ କରିଥିଲେ ଇନ୍ଦ୍ରବଦନ।

   Related Posts