Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଭୋଟ ମାଗିବାକୁ ଗଲେ ଏହି AAP ପ୍ରାର୍ଥୀଙ୍କୁ ମିଳୁଛି ବିବାହ ପ୍ରସ୍ତାବ

5/02/2020 at 7:39 PM

ନୂଆଦିଲ୍ଲୀ ୫।୨:  ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖଉଛି ରାଜନୀତି ସେତିକି ଉଷ୍ମ ହେଉଛି। ଏଥିରେ  ରାଜେନ୍ଦ୍ର ନଗରରୁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ରାଘବ ଚଢାଙ୍କ କଥା କିନ୍ତୁ ଭିନ୍ନ। ସେ ଭୋଟରଙ୍କ ଦ୍ୱାରକୁ ଗଲେ ତାଙ୍କୁ ସିଧା ବିବାହ ପ୍ରସ୍ତାବ ମିଳିବା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। କଥା କେବଳ ଏତିକିରେ ଅଟକି ନାହିଁ କେଉଁ ଯୁବତୀ ତାଙ୍କୁ ସ୍ୱାମୀ ରୂପେ ଦେଖିବାକୁ ଚାହୁଁଥିବା କହୁଥିବା ବେଳେ ମହିଳାମାନେ ଜ୍ୱାଇଁ କରିବାକୁ କହୁଛନ୍ତି।

୩୧ ବର୍ଷ ବୟସ୍କ ରାଘବ ଚଡ୍ଡା ପେଷାରେ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ମୁଖ୍ୟମନ୍ତ୍ରୀ କେଜରୀୱାଙ୍କ ଭରସାଯୋଗ୍ୟ ଲୋକଙ୍କ ମଧ୍ୟରେ ସେ ଅନ୍ୟତମ ବୋଲି କୁହାଯାଉଛି। ସୋସିଆଲ ମିଡିଆ ପେଜରେ ରାଘବ ତାଙ୍କ ନିର୍ବାଚନ ପ୍ରଚାରକୁ ଯେତିକି ଆଗକୁ ବଢଉଛନ୍ତି ତାଙ୍କ ବିବାହ ପ୍ରସ୍ତାବ ସଂଖ୍ୟା ମଧ୍ୟ ଏବେ ସେତିକି ବଢିବାରେ ଲାଗିଲାଣି। ଗତ ୧୫ ଦିନରେ ସୋସିଆଲ ମିଡିଆରେ ତାଙ୍କୁ ୧୫ରୁ ଅଧିକ ମହିଳା ବିବାହ ପ୍ରସ୍ତାବ ଦେଇଛନ୍ତି। ତେବେ କାହାରିକୁ ନିରାଶ କରୁନାହାନ୍ତି ରାଘବ।

ସେ ସୋସିଆଲ ମିଡିଆରେ ପ୍ରସ୍ତାବ ଦେଉଥିବା ଯୁବତୀଙ୍କୁ ରସିକିଆ ଢଙ୍ଗରେ ଜବାବ ଦେଉଛନ୍ତି। କାହାକୁ ଏବେ ଦେଶର ଆର୍ଥିକ ବ୍ୟବସ୍ଥା ଭଲ ନଥିବାରୁ ବିବାହ ଲାଗି ଏହା ଉଚିତ ସମୟ ନୁହେଁ କହୁଥିବା ବେଳେ କାହାକୁ ତାଙ୍କଠାରୁ ବି ଭଲ ଯୋଗ୍ୟ ପ୍ରାର୍ଥୀ ମିଳିବେ ବୋଲି କହୁଛନ୍ତି। ତାଙ୍କ ଟ୍ୱିଟର ଟିମ୍‌ ବି ବିବାହ ପ୍ରସ୍ତାବକୁ ନେଇ ଏବେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି। ଯଦିଓ ଟିମ୍ ଏହାର ଜବାବ ଦେଉନାହାନ୍ତି ତେବେ ଦିଲ୍ଲୀର ହୋଇଥିଲେ ଆପ୍ ଲାଗି ନିଶ୍ଚିତ ଭୋଟ ମାଗୁଛନ୍ତି।

   Related Posts