ସୋସିଆଲ ମିଡିଆ ହିରୋ ୮ ବର୍ଷର ବାଳକ, ଏବେ ୧୪୮ କୋଟି ଟଙ୍କାର ମାଲିକ

Published By : Prameya-News7 Bureau | December 27, 2019 IST

ନୂଆଦିଲ୍ଲୀ୨୭/୧୨: ୮ ବର୍ଷର ବାଳକ ହେଲେ କୋଟି କୋଟି ଟଙ୍କାର ମାଲିକ। ୟୁଟ୍ୟୁବରେ ଖେଳ ଦେଖାଇ ସେ ବନିଗଲେ ୧୪୮ କୋଟି ଟଙ୍କାର ମାଲିକ। ଦିନକୁ ଦିନ ଇଣ୍ଟରନେଟ୍ ଓ ସ୍ମାର୍ଟଫୋନର ଚାହିଦା ବଢ଼ିବାରେ ଲାଗିଛି। ସେହି ଅନୁସାରେ ଭିଡିଓ ଷ୍ଟ୍ରିମିଙ୍ଗ୍‌ ସେବା ମଧ୍ୟ ଉଚ୍ଚମାନରେ ପହଞ୍ଚିଲାଣି। ସୋସିଆଲ ମିଡିଆ ପ୍ଳାଟଫର୍ମ ୟୁଟ୍ୟୁବ, ଫେସ୍‌ବୁକ୍‌, ଟିକ୍‌ଟକ, ଶେୟାର ଚାଟ୍‌ ଓ ହ୍ୟାଲୋ ଆଦି ଆପ୍‌ରେ ଭିଡିଓ ପୋଷ୍ଟ ହେଉଛି। ଏବେ ସୋସିଆଲ ମିଡିଆ ବହୁ ଲୋକଙ୍କୁ ରୋଜଗାର ଯୋଗାଇ ଦେଉଛି।

{"id":203456,"sizeSlug":"large"}

୨୦୧୯ ମସିହାରେ ୟୁଟ୍ୟୁବ ମାଧ୍ୟମରେ ଜଣେ ୮ ବର୍ଷ ବାଳକ ରେୟାନ କାଜୀ କୋଟି  କୋଟି ଟଙ୍କାର ମାଲିକ ହୋଇ ପାରିଛନ୍ତି। ଫୋର୍ବସ ମ୍ୟାଗାଜିନ୍ ଅନୁସାରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସବୁଠୁ ଅଧିକ ରୋଜଗାର କରିଥିବା ତାଲିକାରେ ପ୍ରଥମ ସ୍ଥାନରେ ରେୟାନଙ୍କ ନାଁ ରହିଛି।

{"id":203457,"sizeSlug":"large"}

ଆମେରିକାର ୮ ବର୍ଷର ବାଳକ ରେୟାନ ନିଜ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ୨୬ ମିଲିୟନ ଡଲାର (୧୮୪ କୋଟି) ରୋଜଗାର କରିଛନ୍ତି। ମାତ୍ର ୩ ବର୍ଷ ତଳେ ଅର୍ଥାତ ୨୦୧୫ ମସିହାରେ ରେୟାନ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ରେୟାନ ନିଜେ ଭିଡିଓ ଇଡିଟ୍ କରି ୟୁଟ୍ୟୁବରେ ଅପଲୋଡ୍‌ କରିଥାଆନ୍ତି। ରେୟାନଙ୍କ ୟୁଟ୍ୟୁବ ଚ୍ୟାନଲରେ ୨୨ ମିଲିୟନରୁ ଅଧିକ ସବସ୍‌କ୍ରାଇବର ରହିଛନ୍ତି। ଆପଣ ବି ଚାହିଁଲେ ୟୁଟ୍ୟୁବରେ ରେୟାନଙ୍କ ଭିଡିଓ ସର୍ଚ୍ଚ କରି ଦେଖି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.