ଭୟଙ୍କର ରୋଗର ସଙ୍କେତ ଦେଇଥାଏ ଏହି ୬ଟି ଲକ୍ଷଣ, ତୁରନ୍ତ ଦରକାର ଡାକ୍ତରଙ୍କ ପରାମର୍ଶ

Published By : Prameya-News7 Bureau | December 26, 2019 IST

ନୂଆଦିଲ୍ଲୀ୨୬/୧୨: ଶରୀରରେ ଅନେକ ପ୍ରକାର ରୋଗ ରହିଛି। ବିଶେଷକରି ପେଟ ଯନ୍ତ୍ରଣା ଅଧିକ କଷ୍ଟ ଦେଇଥାଏ।  ଏଭଳି ୬ ପ୍ରକାର ଲକ୍ଷଣ ରହିଛି ଯାହା ଭୟଙ୍କର ରୋଗ ସଂପର୍କରେ ସଙ୍କେତ ଦେଇଥାଏ। ଏହି କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଚଣ୍ଡିଗଡ଼ର ଗ୍ୟାସଷ୍ଟ୍ରୋଲୋଜି ବିଭାଗର ଦୁଇଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ରୋଗ ସଂପର୍କରେ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରୁ୨୫୦ଜଣରୁ ଅଧିକ ବିଶେଷଜ୍ଞ ଉପସ୍ଥିତ ରହିଥିଲେ। ବିଶେଷ କରି ରୋଗର ୬ଟି ଲକ୍ଷଣ ସଂପର୍କରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ।

୧- ରକ୍ତ ବାନ୍ତି ହେବା କିମ୍ବା କଳା ରଙ୍ଗର ଝାଡ଼ା ହେବା ଶରୀର ପ୍ରତି ବହୁତ କ୍ଷତିକାରକ ହୋଇଥାଏ। କାରଣ ଏଭଳି ଲକ୍ଷଣ ଭୟଙ୍କର ରୋଗ ସଂପର୍କରେ ସଙ୍କେତ ଦେଇଥାଏ। ତେବେ ପେଟରେ ଅଲସର୍ କିମ୍ବା ଲିଭର ଖରାପ ହୋଇଥିଲେ ଏଭଳି ଲକ୍ଷଣ ଦେଖାଯାଇଥାଏ।

୨- କୌଣସି ବ୍ୟକ୍ତିଙ୍କ ଝାଡ଼ାରେ ବାରମ୍ବାର ରକ୍ତ ପଡ଼ିବା ଏହା ଟିବି ରୋଗର ଲକ୍ଷଣ ହୋଇଥାଏ। ଏହା କେବଳ ଟିବି ରୋଗ ନୁହେଁ କ୍ୟାନସର ଭଳି ଭୟଙ୍କର ରୋଗର ଲକ୍ଷଣ ମଧ୍ୟ ହୋଇପାରେ।

୩- ତରଳ ଝାଡ଼ାରେ ଅତ୍ୟଧିକ ପାଣି ବାହାରିବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ଏଭଳି ବାରମ୍ବାର ହେବା ଦ୍ବାରା ଇନ୍‌ଫେକ୍ସନ ହୋଇଯାଇଥାଏ।

୪- ଥଣ୍ଡା ସହ ଜୋରରେ ପେଟ  ବିନ୍ଧା ହେବା ମଧ୍ୟ ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ପାନକ୍ରିୟାଟାଇଟିସ୍‌ ରୋଗରେ ପେଟ ବିନ୍ଧା ହେବା ସହ ଦରଜ ମଧ୍ୟ ଲାଗିଥାଏ। ଏହି ଲକ୍ଷଣ କିଡ୍‌ନୀ ଓ ଲଙ୍ଗସ୍‌ ଖରାପ ହେବାର ସଙ୍କେତ ମଧ୍ୟ ଦେଇଥାଏ।

୫- ବାରମ୍ବାର ବାନ୍ତି ଆସିବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ପେଟରେ ଷ୍ଟୋନ ହେଲେ ଏଭଳି ଏ ଲକ୍ଷଣ ଦେଖାଯାଇଥାଏ। ପେଟରେ ଅଲସର ହେଲେ ମଧ୍ୟ ବାରମ୍ବାର ବାନ୍ତି ଆସିଥାଏ।

୬-  ରାତି​‌ ଶୋଇବା ବେଳେ ପେଟ ବିନ୍ଧିବା, ଅଣ୍ଟା ଦରଜ କରିବା କିମ୍ବା ମୁଣ୍ଡ ବୁଲାଇବା ଆଦି ଲକ୍ଷଣ ଦେଖା ଦେବା ଶରୀର ପ୍ରତି ବହୁତ କ୍ଷତିକାରକ ହୋଇଥାଏ।  ଯଦି ଆପଣଙ୍କ ଶରୀରରେ ଏସବୁ ଲକ୍ଷଣ ଦେଖା ଦେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.