ନୂଆଦିଲ୍ଲୀ ୦୨/୧୧: ଆମେରିକାରେ, ୫୨ ବର୍ଷ ବୟସ୍କା ମହିଳା ଏପର୍ଯ୍ୟନ୍ତ ୧୧ ଥର ବିବାହ କରିଛନ୍ତି । କେବଳ ଏତିକି ନୁହେଁ, ଏବେ ସେ ନିଜ ପାଇଁ ଆଉଏକ ନୂଆ ବର ଖୋଜୁଛନ୍ତି। ଏହି ମହିଳା ଏପର୍ଯ୍ୟନ୍ତ ନଅ ଜଣ ଭିନ୍ନ ଭିନ୍ନ ପୁରୁଷଙ୍କୁ ବିବାହ କରିଛନ୍ତି।
ଖବର ଅନୁଯାୟୀ, ଆମେରିକାରେ ରହୁଥିବା ମୋନେଟ ନାମକ ଜଣେ ମହିଳା ପିଲାଦିନରୁ 'ପୁଅ ମାନଙ୍କ ଦିୱାନୀ'। ସେ କୁହନ୍ତି ଯେତେବେଳେ ସେ ଛୋଟ ଥିଲେ, ତାଙ୍କ ଭାଇଙ୍କ ସାଙ୍ଗମାନଙ୍କୁ ବହୁତ ପସନ୍ଦ କରୁଥିଲେ ଏବଂ ସେମାନଙ୍କୁ ବିବାହ କରିବାକୁ କଳ୍ପନା କରିଥିଲେ। ହାଇସ୍କୁଲ ଶେଷ ହେବା ପରେ ମୋନେଟଙ୍କର ପ୍ରଥମ ବିବାହ ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ୧୧ ଜଣ ଭିନ୍ନ ଭିନ୍ନ ଲୋକଙ୍କୁ ବିବାହ କରିଛନ୍ତି । ତାଙ୍କର କୌଣସି ବି ବିବାହ ଅଧିକ ଦିନ ରହି ନାହିଁ। ବର୍ତ୍ତମାନ, ମୋନେଟ୍ ଆଉ ଏକ ପାର୍ଟନର ଖୋଜୁଛନ୍ତି ଯାହାଙ୍କୁ ସେ ଦ୍ୱାଦଶ ବିବାହ କରିବେ।
ମୋନେଟଙ୍କ ବୟସ ବର୍ତ୍ତମାନ ୫୨ ବର୍ଷ । ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ତାଙ୍କୁ ୨୮ ଜଣଙ୍କ ଠାରୁ ବିବାହ ପ୍ରସ୍ତାବ ମିଳିଛି। ସେ ଏହାଠାରୁ ଅଧିକ ଲୋକଙ୍କୁ ବିବାହ କରିପାରିବେ ବୋଲି କହିଛନ୍ତି। ବାରମ୍ବାର ବିବାହ ଭାଙ୍ଗିବା କାରଣରୁ ସେ ଆଦୌ ନିରାଶ ନୁହଁନ୍ତି। ମୋନେଟ୍ ବର୍ତ୍ତମାନ ୫୭ ବର୍ଷିୟ ଜନଙ୍କୁ ଡେଟ୍ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମୋନେଟ ଜନଙ୍କୁ ଦୁଇଥର ବିବାହ କରି ଛାଡିଛନ୍ତି। ଏହା ପରେ ଜନ୍ ପୁଣିଥରେ ମୋନେଟଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।