ଜାନୁଆରୀ ୧ତାରିଖରୁ ମୋବାଇଲ ଫୋନ୍ ଉପରେ ଲାଗୁ ହେବ ଏହି ୫ଟି ବଡ ନିୟମ ; କେଉଁ ସବୁ ସୁବିଧା ବନ୍ଦ ହୋଇଯିବ ଜାଣନ୍ତୁ…

Published By : Prameya-News7 Bureau | December 10, 2018 IST

ନୂଆଦିଲ୍ଲୀ ୧୦|୧୨: ଆଜିକାଲିମୋବାଇଲ ଫୋନ୍ ଅତ୍ୟନ୍ତ ଜରୁରୀ ହୋଇଯାଇଛି । ମୋବାଇଲ୍ ଫୋନ୍ ବିନା କୌଣସି ବି କାମ ସହଜ ହୋଇପାରୁନାହିଁ। ଏଭଳି ପରିସ୍ଥିତିରେ ଜାନୁଆରୀ ୧ ତାରିଖରୁ ମୋବାଇଲ୍ ଫୋନ୍ ଉପରେ ୫ଟି ବଡ ନିୟମ ଲାଗୁହେବାକୁଯାଉଛି । ଯାହା ଫଳରେ ଆପଣଙ୍କ ମୋବାଇଲରେ ଏହିସବୁ ସୁବିଧା ବନ୍ଦ ହୋଇଯାଇପାରେ । ଏହି ୫ଟି ବଡ ନିୟମଆସନ୍ତା ବର୍ଷ ଆରମ୍ଭରୁ ହିଁ ଲାଗୁ ହୋଇଯିବ । ଯଦି ଆପଣ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି ତେବେଏଗୁଡିକୁ ନିଶ୍ଚିତଭାବେ ଜାଣିବା ଆବଶ୍ୟକତା ରହିଛି ।

ମୋବାଇଲ୍ ଫୋନ୍ ଉପରେ ଲାଗୁହେବାକୁଥିବା ୫ ବଡ ନିୟମ :

୧. ପର୍ଯ୍ୟାବରଣର ରକ୍ଷା ପାଇଁଜିଓ, ଭୋଡାଫୋନ୍, ଏୟାରଟେଲ୍ ଏବଂ ବିଏସଏନଏଲ ଭଳି ଟେଲିକମ୍ କମ୍ପାନୀଗୁଡିକର ପେପର ବିଲ୍ ବନ୍ଦକରିବାର ନିଷ୍ପତ୍ତି ନିଆଯାଇଛି । ଏହାପରେ ଆପଣଙ୍କ ନିକଟକୁ ଇଲେଟ୍ରୋନିକ୍ ବିଲ୍ ଆପଣଙ୍କ ନିକଟକୁଆସିବ ।

୨. ସୁରକ୍ଷା ବଢାଇବା ପାଇଁଟେଲିକମ୍ ଡିଭାଇସ୍ ଭଳି ମୋଡେମ୍ ଫ୍ୟାକ୍ସ ମେସିନ୍, ଅଡିଓ କନଫରେନ୍ସିଂ ସାଟେଲାଇଟ୍ ଉପକରଣର ଏକସୁରକ୍ଷାଗତ ଯାଞ୍ଚ କରାଯିବ । ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

୩. ଆପଣ ଜାଣିଥିବେ ସ୍କାଇପଏବଂ ହ୍ବାଟସ ଅପ୍ ଭଳି କମ୍ପାନୀ ଭିଡିଓ କଲିଂର ସୁବିଧା ପ୍ରଦାନ କରୁଛନ୍ତି । ଯାହା ଫଳରେ ଟେଲିକମ୍କମ୍ପାନୀଗୁଡିକ କନସଲଟେସନ ପେପର ଜାରି କରିଛନ୍ତି ।

୪. ଜାନୁଆରୀ ୧ ତାରିଖରୁ ଫୋନ୍ରେ କଥାହେଉଥିବାର ଯଦି ଟ୍ରାଫିକ୍ ପୋଲିସର ନଜରରେ ପଡିବେ ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ। ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ଏଥିପାଇଁ ଗାଡିଚଲାଉଥିବା ସମୟରେ ଫୋନ୍ ରେ କଥା ହୁଅନ୍ତୁନାହିଁ ।

୫. ହ୍ବାଟସ ଅପ୍ ଏବଂ ସ୍କାଇପଭଳି କମ୍ପାନୀ ବଜାରକୁ ଆସିବା ଫଳରେ ଟେଲିକମ୍ କମ୍ପାନୀମାନଙ୍କର ବ୍ୟବସାୟରେ କ୍ଷତି ହେଉଛି । କାରଣଲୋକମାନେ ହ୍ବାଟସ ଅପ୍ ଏବଂ ସ୍କାଇପ୍ ଭଳି ଆପ୍ଲିକେସନ ମାଧ୍ୟମରେ ମାଗଣାରେ କଥାବାର୍ତ୍ତା କରୁଛନ୍ତି। ଯାହା ଫଳରେ ଟେଲିକମ୍ କମ୍ପାନୀଗୁଡିକର କ୍ଷତି ମଧ୍ୟ ହେଉଛି । ଯାହା ଫଳରେ ଟେଲିକମ୍ କମ୍ପାନୀ ହ୍ବାଟସଅପ୍ଏବଂ ସ୍କାଇପ୍ ଭଳି କମ୍ପାନୀଗୁଡିକ ପାଇଁ ଏକ କନସଲଟେସନ ପେପର ମଧ୍ୟ ଜାରି କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.