ଏହି ଚାରି ଜଣ ହେଲେ ଦୁନିଆର ସବୁଠାରୁ ମୋଟା କ୍ରିକେଟ ଖେଳାଳି,କିଏ ଜାଣନ୍ତୁ

Published By : Prameya-News7 Bureau | July 22, 2019 IST

ନୂଆଦିଲ୍ଲୀ୨୨|୭: କ୍ରିକେଟ ଖେଳାଳୀ ସବୁବେଳେ ନିଜକୁ ଫିଟ ରଖିବା ଆବଶ୍ୟକ। ।  ବିରାଟ କୋହଲିଙ୍କଠାରୁ ଆରମ୍ଭକରି ରବିନ୍ଦ୍ର ଜାଡ଼େଜା ପର୍ଯ୍ୟନ୍ତ ସବୁ ଭାରତୀୟ ଖେଳାଳି ନିଜ ଶରୀରକୁ ଫିଟ୍ ରଖିଛନ୍ତି।

କ୍ରିକେଟଜଗତରେ ଏଭଳି କିଛି ମୋଟା ଖେଳାଳୀଙ୍କ ନାଁ ରହିଛି, ଯେଉଁମାନେ ପଡ଼ିଆରେ ଫିଟ୍ ଥିବା ଖେଳାଳିଠାରୁ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଏହି ଖେଳାଳିଙ୍କ ମାତ୍ରାଧିକ ମୋଟାପଣ ହିଁ ସେମାନଙ୍କ ଶକ୍ତି ହୋଇଥାଏ।

୪- ଡିବେନ ଲିଭେରକ୍ରୋକ୍

 ୨୦୦୭ ବିଶ୍ବକପ ମ୍ୟାଚରେ ରବିନ୍ ଉଥାପ୍ପାଙ୍କ କ୍ୟାଚ୍ ଧରିଥିବା ବରସୁଡା କ୍ରିକେଟର ଡିବେନ ଲିଭେରକ୍ରୋକ୍ ଦୁନିଆର ମୋଟା ଖେଳାଳିଙ୍କ ମଧ୍ୟରୁ ଜଣେ । ଡିବେନଙ୍କ ଓଜନ ପାଖାପାଖି ୧୩୬ କେଜି ବୋଲି କୁହାଯାଉଛି।

୩- ଓ୍ବାରବିକ୍ ଆର୍ମଷ୍ଟ୍ରଙ୍ଗ

ଅଷ୍ଟେରଲିଆର କ୍ରିକେଟ ଟିମ ପାଇଁ ୫୦ଟି ଟେଷ୍ଟ ମ୍ୟାଚ ଖେଳିଥିବା ଓ୍ବାରବିକ୍ ମଧ୍ୟ ଅଧିକ ମୋଟା ଖେଳାଳିଙ୍କ ମଧ୍ୟରୁ ଜଣେ। ଓ୍ବାରବିକଙ୍କ ଓଜନ ୧୩୩ କେଜି ହୋଇଥିବାରୁ ସାଥୀ ଖେଳାଳିମାନେ ତାଙ୍କୁ ବିଗ ସିପ୍ ବୋଲି ଡାକନ୍ତି।

୨- ରହକିମ୍ କୋର୍ନଓ୍ବାଲ

ରହକିମ କୋର୍ନଓ୍ବାଲଙ୍କ ଲମ୍ବା ୬.୫ ଫିଟ ଓ ଓଜନ ୧୪୦ କେଜିରୁ ଅଧିକ । ଏଣ୍ଟିଙ୍ଗା ଜନ୍ମ ହୋଇଥିବା ରହକିମ୍ ଜଣେ ଅଲରାଉଣ୍ଡର ଭାବେ ଜଣାଶୁଣା।

୧- ମହମ୍ମଦ ଶାହାଜାଦ୍

ଆଫଗାନିସ୍ତାନ କ୍ରିକେଟର ମହମ୍ମଦଙ୍କୁ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହଙ୍କ ନାଁରେ ସବୁ ଜାଣନ୍ତି। ମହମ୍ମଦଙ୍କ ପ୍ରଦର୍ଶନ ଦଳ ପାଇଁ ସବୁବେଳେ ଭଲ ରହିଥାଏ। ଧୋନୀଙ୍କ ଭଳି ହେଲିକ୍ୟାପ୍ଟର ସଟ୍ ଖେଳିବାରେ ମାହିର ମହମ୍ମଦ ଶାହାଜାଦ। ତାଙ୍କର ଓଜନ ୯୦ କେଜିରୁ ଅଧିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.