ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି ଦାବି କରୁଛନ୍ତି ଏହି ୩୨ ବର୍ଷୀୟ ଯୁବକ…

Published By : Prameya-News7 Bureau | January 13, 2020 IST

ମୁମ୍ବାଇ୧୩|୧: ସୋସିଆଲ ମିଡିଆରେ ଏବେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ଦିନ ତଳେ ଜଣେ ମହିଳା ନିଜକୁ ଅନୁରାଧା ପଡ଼ଓ୍ବାଲଙ୍କ ଝିଅ ବୋଲି ଦାବି କରିଥିଲେ। ଏହି ଖବରର ଚର୍ଚ୍ଚା ଜୋରସୋରରେ ହୋଇଥିଲା। ଠିକ୍‌ ସେହିଭଳି ଏବେ ଆଉ ଜଣେ ଯୁବକ ଚର୍ଚ୍ଚାରେ ଅଛନ୍ତି। ଯୁବକ ଜଣକ ନିଜକୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପୁଅ ବୋଲି ଦାବି କରିଛନ୍ତି। ଏହି ଯୁବକଙ୍କ ବୟସ ହେଉଛି ୩୨ ବର୍ଷ।

{"id":210521,"sizeSlug":"large"}

କର୍ଣ୍ଣାଟକର ମେଙ୍ଗାଲୁରୁର ବାସିନ୍ଦା ହେଉଛନ୍ତି ଏହି ୩୨ ବର୍ଷୀୟ ଯୁବକ ।ତାଙ୍କ ନାଁ ହେଉଛିସଙ୍ଗୀତ କୁମାର । ସଙ୍ଗୀତ ଏକ ଭିଡିଓରେ ଦାବି କରି କହିଛନ୍ତି ଯେ, ସେ ୧୧୮୮ ମସିହାରେ ଲଣ୍ଡନରେ ଆଭିଏଫ୍ (In vitro fertilisation) ପ୍ରଣାଳୀରେ ଜନ୍ମ ହୋଇଥିଲେ। ସେତେବେଳେ ଐଶ୍ୱର୍ଯ୍ୟାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା।

{"id":210522,"sizeSlug":"large"}

ଏହା ସହ ସଙ୍ଗୀତ କହିଛନ୍ତି ଯେ,ତାଙ୍କ ପିତା ୱଦିଭେଲୁ ରେଡ୍ଡୀ ତାଙ୍କୁ ବିଶାଖାପାଟଣା ନେଇ ଆସିଥିଲେ।  ସେଠାରେ ତାଙ୍କ ପିତା ଦୁଇବର୍ଷ ପର୍ଯ୍ୟନ୍ତ ତାଙ୍କର ଦେଖାରଖା କରୁଥିଲେ। ତାଙ୍କର ଜନ୍ମ ସମ୍ବନ୍ଧୀୟ ପ୍ରମାଣକୁ ତାଙ୍କ ସମ୍ପର୍କୀୟମାନେ ଚିରି ଦେଇଥିଲେ। ଏବେ ସଙ୍ଗୀତ ମୁମ୍ବାଇ ଯିବାକୁ ଚାହୁଁଛନ୍ତି । ସେଠାରେ ଐଶ୍ୱର୍ଯ୍ୟାଙ୍କ ସହ ମିଶି ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଅଧିକାଂଶ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି। ତେବେ ଏହି ଘଟଣାରେ କେତେ ସତ୍ୟତା ଅଛି ତାହା ଜଣା ପଡିନାହିଁ।

{"id":210523,"sizeSlug":"large"}

୨୦୧୮ ମସିହାରେ ଶେଷଥର ପାଇଁ ଐଶ୍ୱର୍ଯ୍ୟାଙ୍କୁ  ଫିଲ୍ମ 'ଫନେ ଖାନ୍‌'ରେ ଦେଖିବାକୁ ମିଳିଥିଲା। ଏବେ ଆଗକୁ ସେ ମଣିରତ୍ନମଙ୍କ ତାମିଲ୍‌ ଫିଲ୍ମ 'Ponniyin Selvan'ରେ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.